www.samajalive.in
Sunday, December 7, 2025
14.1 C
Bhubaneswar

ଜୋରିମାନା ଦେବାକୁ ମନା କରିବାରୁ ମାରିଲେ ଚାପୁଡ଼ା, ଜିଆରପି ଅଧିକାରୀ ନିଲମ୍ବିତ

ସୁରଟ : ଗୁଜରାଟର ସୁରଟରେ ଭୁଲ୍‌ ପାର୍କିଂକୁ ନେଇ ଜଣେ ବ୍ୟକ୍ତି ଜୋରିମାନା ଟଙ୍କା ଦେବାକୁ ମନା କରିବାରୁ ତାଙ୍କର ରେଳବାଇ ପୁଲିସ୍‌ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ପୁଲିସ୍‌ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ମାରିଲେ। ଏହାର ଭିଡିଓ ଚିତ୍ର ପ୍ରଘଟ ହେବାରୁ ସମ୍ପୃକ୍ତ ପୁଲିସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ସୂଚନା ଅନୁସାରେ, ବ୍ୟକ୍ତିଜଣକ ଗତ ୫ ତାରିଖରେ ସୁରଟ ଷ୍ଟେସନ ନିକଟରେ ଭୁଲ୍‌ ଜାଗାରେ ଗାଡ଼ି ପାର୍କିଂ କରିଥିଲେ। ତାଙ୍କ ଉପରେ ଜୋରିମାନା କରାଯାଇଥିଲା। ବ୍ୟକ୍ତିଜଣକ ଜୋରିମାନା ଦେବାକୁ ମନା କରିବାରୁ ତୁରନ୍ତ ତାଙ୍କୁ ଥାନାକୁ ଅଣାଯାଇଥିଲା । ବ୍ୟକ୍ତିଜଣକ ଏହାର ଭିଡିଓ କରୁଥିଲେ। ଜିଆରପି ଅଧିକାରୀ ଏହା କରିବାକୁ ମନା କରିଥିଲେ। ଏହାକୁ ନେଇ ପାଟିତୁଣ୍ଡ ହେବାରୁ ଜିଆରପି ଅଧିକାରୀ ସମ୍ପୃକ୍ତ ବ୍ୟକ୍ତିଙ୍କ ଗାଲକୁ ଦୁଇ ଚାପୁଡ଼ା ଲଗାଇ ଦେଇଥିଲେ। ସମ୍ପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିବା ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଜାରି ରହିଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories