www.samajalive.in
Tuesday, December 9, 2025
23.1 C
Bhubaneswar

ମହାକାଶରୁ ଘର ଉପରେ ପଡ଼ିଲା ଆବର୍ଜନା, ନାସାଠାରୁ ୮୦ ହଜାର ଡଲାର କ୍ଷତିପୂରଣ ଦାବି

ଫ୍ଲୋରିଡା: ମହାକାଶରୁ ଘର ଉପରେ ଆବର୍ଜନା ପଡିବା ପରେ ଆମେରିକାର ଫ୍ଲୋରିଡାସ୍ଥିତ ଗୋଟିଏ ପରିବାର ଇତିମଧ୍ୟରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ନିକଟରେ ୮୦ ହଜାର ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୬୭ ଲକ୍ଷ ଟଙ୍କା) ଦାବି କରିଥିବା ଜଣାପଡିଛି। ଆଲେକ୍‌ଜାଣ୍ଡାର ଓଟେରୋଙ୍କ ଅଭିଯୋଗ ଅନୁଯାୟୀ ଚଳିତବର୍ଷ ମାର୍ଚ୍ଚ ୮ରେ ପ୍ରାୟ ୭୦୦ ଗ୍ରାମ ଓଜନର ଏକ ବସ୍ତୁ ତାଙ୍କ ଘର ଉପରେ ପଡିବା ଫଳରେ ଛାତ କଣା ହୋଇଥିଲା। ଏହାକୁ ନେଇ ସେ ନାସା କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବା ସହ ଉପରୋକ୍ତ କ୍ଷତିପୂରଣ ଦାବି କରିଛନ୍ତି। ଅପରପକ୍ଷରେ ମହାକାଶରେ ଥିବା ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର)ରେ ବ୍ୟବହୃତ ହୋଇସାରିଥିବା ବ୍ୟାଟେରିର କିଛି ଅଂଶ ଖସିିପଡିଛି ବୋଲି ନାସା ପକ୍ଷରୁ କୁହାଯାଇଛି।

ପୃଥିବୀ ପୃଷ୍ଠକୁ ପ୍ରବେଶ କରିବା ପୂର୍ବରୁ ଏହି ସାମଗ୍ରୀଗୁଡିକ ସାଧାରଣତଃ ମହାକାଶରେ ଖଣ୍ଡ ବିଖଣ୍ଡିତ ହୋଇଥାଏ। ତେବେ ଏହି ବସ୍ତୁଟି ଖଣ୍ଡ ବିଖଣ୍ଡିତ ନ ହୋଇ ଭୂପୃଷ୍ଠରେ ପଡିଛି ବୋଲି ନାସା କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି। ଦୁର୍ଘଟଣା ସମୟରେ ଓଟେରୋଙ୍କ ପୁଅ ଘରେ ଉପସ୍ଥିତ ଥିଲେ ସୁଦ୍ଧା କ୍ଷତିଗ୍ରସ୍ତ ହୋଇନଥିବା ସେ କହିଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories