ଚନ୍ଦ୍ରରେ ହେବ ରେଳଷ୍ଟେସନ୍,ଚାଲିବ ଟ୍ରେନ!

ନୂଆଦିଲ୍ଲୀ: ଚନ୍ଦ୍ରରେ ଟ୍ରେନ ଚାଲିବ ବୋଲି ଶୁଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗିବ। ତେବେ ଏପରି ଏକ ଯୋଜନା ପ୍ରସ୍ତୁତ କରିଛି ନାସା। ଚନ୍ଦ୍ରରେ ରେଳଷ୍ଟେସନ କରିବା ସହ ଟ୍ରେନ ଚଳାଚଳ ପାଇଁ ନାସା ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଚନ୍ଦ୍ରରେ ଯେଉଁ ରେଳପଥ ନିର୍ମାଣ ହେବ ତାହା ପୃଥିବୀ ପୃଷ୍ଠର ରେଳପଥ ଠାରୁ ସଂପୂର୍ଣ୍ଣ ଅଲଗା ବୋଲି ଜଣାପଡ଼ିଛି। ଚୁମ୍ବକୀୟ ଶକ୍ତିର ବ୍ୟବହାର କରି ପଟି ସଦୃଶ ରେଳପଥର ନିର୍ମାଣ କରାଯିବ ବୋଲି ଚର୍ଚ୍ଚା ହେଉଛି। ଏହି ରେଳପଥ ନିର୍ମାଣରେ ଗ୍ରାଫାଇଟ୍‌ ବ୍ୟବହାର କରିବାକୁ ନାସା ଯୋଜନା କରିଛି। ସେହିପରି ଟ୍ରେନରେ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯିବ। ଫଳରେ ଚନ୍ଦ୍ରପୃଷ୍ଠରୁ ବାହାରୁଥିବା ଧୂଳିକୁ ସେଗୁଡ଼ିକ ଶୋଷି ନେବ। ଏଥିସହ ଚନ୍ଦ୍ରପୃଷ୍ଠର ଆବଡ଼ାଖାବଡ଼ା ରାସ୍ତାରେ ଟ୍ରେନ ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ନାସା ତରଫରୁ ସୂଚନା ପ୍ରଦାନ କରାଯାଇଛି। ୨୦୩୦ ଶେଷ ବେଳକୁ ଚନ୍ଦ୍ରରେ ଟ୍ରେନ ଚଳାଚଳ ଆରମ୍ଭ କରିବାକୁ ନାସା ଆଶା ରଖିଛି ।

Comments are closed.