www.samajalive.in
Saturday, December 6, 2025
23.1 C
Bhubaneswar

ଘରର ଚଉଡା ମାତ୍ର ୧ ମିଟର: ଭିଡିଓ ଦେଖିଲେ ବିଶ୍ବାସ କରିହେବନି…

ନୂଆଦିଲ୍ଲୀ: ଫ୍ରାନ୍ସର ଲେ ହାୱରେ ସହରରେ ଏକ ନିଆରା ଘର ରହିଛି । ଯାହାର ନାମ ନାରୋ ହାଉସ୍। ଏହି ଘରଟିର ଚଉଡା ମାତ୍ର ଏକ ମିଟର। ଯାହା ଭିତରେ ଆପଣମାନଙ୍କୁ ଏକ ଛୋଟ ଜାଗାରେ ପୁରା ଦୁନିଆ ଥିବାର ଅନୁଭବ ହେବ । ଏତେ ଛୋଟ ଜାଗାରେ ମଣିଷ ଆବଶ୍ୟକ କରୁଥିବା ସବୁ ଜିନିଷ ଆପଣଙ୍କୁ ଦେଖିବାକୁ ମିଳିବ । ଯାହାକୁ ଦେଖିଲେ ବିଶ୍ବାସ କରିହେବନାହିଁ।  ଯାହାର ଭିଡିଓ ବର୍ତ୍ତମାନ୍ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ୍ ଭିଡିଓରେ ଆପଣ ନାରୋ ହାଉସ୍‌ର ଭିତର ଏବଂ ବାହାର ଦୃଶ୍ୟ ଦେଖିପାରିବେ। @lyvantuong1986  ନାମରେ ଜଣେ ୟୁଜର୍ସ ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଫ୍ରାନ୍ସର ଇରବିନ୍ ବର୍ମ ୨୦୧୦ ମସିହାରେ ଏହି ନାରୋ ହାଉସକୁ ନିର୍ମାଣ କରିଥିଲେ। ଏହି ସଂକୀର୍ଣ୍ଣ ଘର ମଧ୍ୟରେ ଡାଇନିଂ ଟେବୁଲ, ଲାଇବ୍ରେରୀ, ଶୋଇବା ଘର , ରୋଷେଇ ଘର, ଶୌଚାଳୟ , ୱାଶ୍ ରୁମ୍ ସବୁ କିଛି ଦେଖିବାକୁ ମିଳିବ । ଏହି ଘରର ଝରକା ସବୁକୁ ଫିକା କ୍ରିମ୍ ରଙ୍ଗ ଦିଆଯାଇଛି। ଯାହା ପର୍ଯ୍ୟଟକ ମାନଙ୍କୁ ବେଶି ଆକୃଷ୍ଟ କରେ। ଇରବିନ୍ ବର୍ମ ପୂର୍ବରୁ ମଧ୍ୟ ଏଭଳି ଅନେକ ମଡେଲ ବନାଇସାରିଛନ୍ତି। ହେଲେ ନାରୋ ହାଉସ୍ ତାଙ୍କର ଏକାମାତ୍ର ସ୍ଥାୟୀ ମଡେଲ । ବର୍ତ୍ତମାନ ଦେଶ ବିଦେଶର କୋଣ ଅନୁକୋଣରୁ ଏହି ଘରକୁ ଦେଖିବାକୁ ପର୍ଯ୍ୟଟକଙ୍କର ସୁଅ ଛୁଟୁଛି। ଯାହା ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲାରହେ। ଏହାକୁ ଦେଖିବାକୁ କୌଣସି ଟିକେଟ୍ ଦେବାକୁ ପଡେନାହିଁ। ଲୋକ ଏହି ସଂକୀର୍ଣ୍ଣ ଘରକୁ ଦେଖି ଏହାର କଳା କାରିଗରୀକୁ ଖୁବ୍ ପ୍ରଶଂସା କରନ୍ତି।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories