ନର୍ଲା : ଆଜି ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ ନର୍ଲା ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସ ସ୍ଥାନୀୟ ନର୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଅନୁଷ୍ଠାନର ସଭାପତି କୁମୁଦ ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ପ୍ରାରମ୍ଭରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ବେଳେ ଅନୁଷ୍ଠାନର ସମ୍ପାଦକ କବି ମଧୁସୂଦନ ରାଉତ ସ୍ମୃତିଚାରଣ ସହ ଭାଗବତ କବିତା ପାଠ ମାଧ୍ୟମରେ ପଣ୍ଡିତ ଗୋପବନ୍ଧୁ ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ସଭାରେ ଉପ ସଭାପତି ଅରୁଣ କୁମାର ପ୍ରଧାନୀ ,ସହ ସମ୍ପାଦକ କ୍ଷିତିଶ ଚନ୍ଦ୍ର ମାଝୀ,ସଦସ୍ୟ ବେଣୁପାଣି ଗୌଡ଼,ନଗେନ୍ଦ୍ର ପ୍ରଧାନ,ଚିତ୍ତରଞ୍ଜନ ରଣା, ସୁଶାନ୍ତ ଚାନ୍ଦ, ମନୋଜ କୁମାର ଷଡ଼ଙ୍ଗୀ, ଚିରଞ୍ଜିବୀ ଗୌଡିଆ ପ୍ରମୁଖ ଉପସ୍ଥିତ ଥିଲେ ।
Popular Categories



