www.samajalive.in
Monday, December 8, 2025
27.1 C
Bhubaneswar

ସହାୟତା ପକ୍ଷରୁ ମାଟ୍ରିକ ମେଧା ସମ୍ବର୍ଦ୍ଧନା

କେନ୍ଦୁଝରଗଡ଼: ସମାଜରେ ଦିନକୁ ଦିନ ନୈତିକ ମୂଲ୍ୟବୋଧର ଦ୍ରୁତ ଅବକ୍ଷୟ ଚିନ୍ତାର ବିଷୟ ପାଲଟିଛି। ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ହିଁ ଆଗାମୀ ନବ ଭାରତ ନିର୍ମାଣର ସ୍ଥପତି। ଛାତ୍ରଛାତ୍ରୀ ନିଷ୍ଠାପର ସାଧନା ବଳରେ ଉଚ୍ଚଶିକ୍ଷା ଲାଭ ସହ ଭଲ ମଣିଷ ହୋଇ ଦେଶ ମାତୃକାର ସେବା କରିବାକୁ କେନ୍ଦୁଝର ରୋଟାରୀ ଭବନଠାରେ ସ୍ୱେଛାସେବୀ ସଙ୍ଗଠନ ‘ସହାୟତା’ ଓ ସ୍ୱେଛାସେବୀ ସଙ୍ଗଠନ ‘ସମ୍ଭାବନା’ର ମିଳିତ ସହଯାଗରେ ଅନୁଷ୍ଠିତ ମାଟ୍ରିକ୍‌‌ ମେଧା ସମ୍ବର୍ଦ୍ଧନା ଉତ୍ସବରେ ଅତିଥିଗଣ ଏହା ମତପ୍ରକାଶ କରିଛନ୍ତି। ଜିଲାର ଶ୍ରେଷ୍ଠ ୧୦ ମାଟ୍ରିକ୍‌‌ ମେଧାବୀ ସମେତ ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଏ-୧ ଗ୍ରେଡରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ‘ମାଟ୍ରିକ ମେଧା ସମ୍ବର୍ଦ୍ଧନା-୨୦୨୪’ ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ‘ସହାୟତା’ର ସଭାପତି ତଥା ଶିକ୍ଷାବିତ୍‌‌ ସଞ୍ଜୟ ବସନ୍ତ ଚକ୍ର ସଭାପତିତ୍ୱ କରି ସମ୍ବର୍ଦ୍ଧିତ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଆଶୀର୍ବାଦ ପ୍ରଦାନ କରିବା ସହ ଘରୁ ହିଁ ସେବା ମନୋଭାବ ସୃଷ୍ଟି କରିବାକୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଭ କରି ଯିଏ ଯେଉଁ ସ୍ଥାନ ହାସଲ କରନ୍ତୁ ନା କାହିଁକି ସମସ୍ତେ ପ୍ରଥମେ ଜଣେ ଜଣେ ଭଲ ମଣିଷ ହୋଇ ଦେଶ ସେବାରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ। ଏଥିସହ ନିଜ ଇଚ୍ଛାକୁ ପୂରଣ କରିବା ଲକ୍ଷ୍ୟରେ ନୁହେଁ ବରଂ ପିଲାମାନଙ୍କ ଆଗ୍ରହ ଅନୁଯାୟୀ ଶିକ୍ଷାଗ୍ରହଣ କରିବାକୁ ମୁଖ୍ୟଅତିଥି ପ୍ରଫେସର ମହାନ୍ତି ଅଭିଭାବକଙ୍କୁ ଏହି ପରାମର୍ଶ ଦେଇଥିଲେ। ସହାୟତାର ଉପସଭାପତି ପ୍ରସନ୍ନ କୁମାର ରଥ, ଦାନୀ ଗ୍ରୁପ୍‌‌ ଅଫ୍‌‌ ଇନଷ୍ଟିଚ୍ୟୁଟ କେନ୍ଦୁଝରର ଅଧ୍ୟକ୍ଷ ଇଂ ବସନ୍ତ କୁମାର ଦାନୀ ଓ ଅବସରପ୍ରାପ୍ତ ଯନ୍ତ୍ରୀ ଇଂ ହରମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଶିକ୍ଷା ସାଧନର ଏନ୍ତୁଡ଼ିଶାଳ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀ ଜଣେ ଜଣେ କୁଶଳୀ ବିଶ୍ୱକର୍ମା ଭଳି ଛାତ୍ରଛାତ୍ରୀଙ୍କୁ ଗଢିଥାନ୍ତି ବୋଲି କହିଥିଲେ। ସମାଜରେ ପ୍ରତିଷ୍ଠିତ ହେବା ଜୀବନର କେବଳ ଲକ୍ଷ୍ୟ ହେବା ଯଥେଷ୍ଟ ନୁହେଁ, ବରଂ ସ୍ନେହ ସଦିଚ୍ଛା ଓ ମାନବିକତାର ଗୁଣକୁ ନିଜ ମଧ୍ୟରେ ବିକଶିତ କରିପାରିଲେ ଜଣେ ସଫଳ ମଣିଷ ହୋଇପାରିବେ ବୋଲି ଅତିଥିଗଣ ନିଜ ଉଦ୍‌‌ବୋଧନ କହିଥିଲେ। ସହାୟତାର ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା ସମବେତ ଛାତ୍ରଙ୍କ ଉଦ୍ଦେଶ୍ୟରେ କହିଲେ ଯେ, ପ୍ରତିଟି ଛାତ୍ର ସବୁବେଳେ ନିଜର ପିତାମାତା ଏବଂ ଗୁରୁଙ୍କୁ ସମ୍ମାନ କରିବା ଉଚିତ। ଏହି ଭାବନାଟି ମନରେ ଦୃଢ଼ୀଭୂତ ହେଲେ ସଫଳତା ନିଶ୍ଚିତ ମିଳିପାରିବ ବୋଲି କହିଥିଲେ। ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଜିଲାର ଟପ୍ପର ହୋଇଥିବା ବଡବିଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଶ୍ରେୟା ସୁହାନୀ ନାୟକଙ୍କ ସମେତ ସମସ୍ତ ବ୍ଲକ, ପୌରପାଳିକା ଓ ଚମ୍ପୁଆ ବିଜ୍ଞାପିତ ପରିଷଦ ଅଞ୍ଚଳର ମୋଟ ୨୭ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏତଦ୍‌‌ବ୍ୟତୀତ ମେଧାବୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିିତ କରାଯାଇଥିଲା। ଜିଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି କାର୍ଯ୍ୟକ୍ରମ ଆୟୋଜନ ମେଧାବୀ ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଅଧିକ ପ୍ରୋତ୍ସାହନ ଯୋଗାଇବ ବୋଲି ଆଶାପ୍ରକଟ କରିଥିଲେ। ପ୍ରାରମ୍ଭରେ ସହାୟତାର କାର୍ଯ୍ୟକାରୀ ସଭାପତି ଚିନ୍ତାମଣି ଜେନା ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର କୋଷାଧ୍ୟକ୍ଷ ମଦନମୋହନ ଦ୍ୱିବେଦୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ସହାୟତାର ଅନ୍ୟତମ ସଦସ୍ୟ ଭିକାରୀ ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ରାଉତ, ସୁଶୀଲ କୁମାର ନାୟକ, ସ୍ୱପ୍ନେଶ୍ୱର ସାହୁ, ଶାନ୍ତନୁ କୁମାର ମିଶ୍ର, ଲମ୍ବୋଧର ମହାନ୍ତ, ଦିଗାମ୍ବର ଗିରି, ପ୍ରଶାନ୍ତ କୁମାର ମିଶ୍ର, ବଳରାମ ରାଉତ, ଗୋପୀନାଥ ଦାସ, କାଶୀନାଥ ମହାନ୍ତ, ବାବୁଲାଲ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ପ୍ରସନ୍ନ ପରିଡ଼ା, ନଳିନୀ ଚନ୍ଦ୍ର ଘଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories