୩ ମହଲାରୁ ତଳକୁ ଖସି ବାଇକ୍ ଉପରେ ପଡିଲେ ମହିଳା, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

ନୂଆଦିଲ୍ଲୀ : ବେଙ୍ଗାଲୁରୁର ହେବ୍ବଲ ଅଞ୍ଚଳରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୨୪ ବର୍ଷୀୟା ଯୁବତୀ ନିଜ ଆପାର୍ଟମେଣ୍ଟ ଛାତରୁ ଖସି ପଡିଛନ୍ତି । ଏହି ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

କନକ ନଗରରେ ରହୁଥିବା ଋବାୟା ଛାତ ଉପରେ ବାସନ ଧୋଉଥିଲେ । ଏହି ସମୟରେ ଭୁଲରେ ସେ ସାବୁନ ଉପରେ ପାଦ ପକାଇଦେଲେ ଏବଂ ଖସି ପଡି ତଳେ ଥିବା ଏକ ବାଇକ ଉପରେ ପଡିଲେ । ସେ ପଡିବା ସମୟରେ ତାଙ୍କ ସ୍ବାମୀ ତାଙ୍କୁ ଧରିବାକୁ ଚେଷ୍ଟା କଲେ କିନ୍ତୁ ସେ ମଧ୍ୟ ଭାରସାମ୍ୟ ହରାଇଲେ । ଅନେକ ଚେଷ୍ଟା ସତ୍ତ୍ବେ ମହିଳା ଜଣକ ଖସି ତଳେ ଥିବା ବାଇକ ଉପରେ ପଡିଲେ । ଏହି ସମୟରେ ଉପସ୍ଥିତ ଲୋକେ ଦୃଶ୍ୟର ଭିଡିଓ କରିଥିଲେ ଯାହା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ତେବେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।

Comments are closed.