କୋର୍ଟରେ ବିଗିଡିଲା ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା
ନୂଆଦିଲ୍ଲୀ: କୋର୍ଟରେ ଶୁଣାଣି ବେଳେ ଅସୁସ୍ଥ ହୋଇପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତାଙ୍କର ସୁଗାର ଲେବୁଲ କମି ଯାଇଥିବା ସୂଚନା ମିଳିଛି । ଏଥିପାଇଁ ତାଙ୍କୁ ଅନ୍ୟ ଏକ କୋଠରୀରେ ବସାଯାଇଥିଲା । ବୁଧବାର ମଦ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା କେଜ୍ରିୱାଲଙ୍କୁ ଗିରଫ କରାଯାଇଛି । ଏହାପରେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ସେଠାରେ ଶୁଣାଣି ବେଳେ କେଜିୱାଲ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କ ସହ ପତ୍ନୀ ସୁନୀତା ଉପସ୍ଥିତ ରହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତିରେ ଅର୍ଥ ହେରଫେର ଅଭିଯୋଗ ନେଇ ଇଡ଼ି କେଜ୍ରିୱାଲଙ୍କୁ ଗିରଫ କରି ତଦନ୍ତ କରିଥିଲା ।
Comments are closed.