www.samajalive.in
Saturday, December 6, 2025
23.1 C
Bhubaneswar

ରୋହିତଙ୍କ ବ୍ୟାଟିଂ ଦେଖି ଡରିଲେଣି କି ଇଂଲଣ୍ଡ ଖେଳାଳି: କହିଲେ ଏଥର ଭାରତ ହାରିବ ନାହିଁ

ସମାଜ ଡିଜିଟାଲ ଡେସ୍କ: ଟି-୨୦ ବିଶ୍ୱକପରେ ସୁପର-୮ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମ୍ୟାଚରେ ଅଧିନାୟକ ରେହିତ ଶର୍ମାଙ୍କ ବ୍ୟାଟିଂ ଫର୍ମ ଦେଖି ଭୟଭୀତ ହୋଇଛନ୍ତି ଅନ୍ୟ ଦଳର ଖେଳାଳି । ଆସନ୍ତକାଲି ଭାରତ-ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ରୋହିତଙ୍କ ବ୍ୟାଟିଂଙ୍କୁ ଖୁବ ପ୍ରଶଂସା କରିଛନ୍ତି । ଏକ ସୋରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଭାରତୀୟ ଦଳର ଖୁବ ପ୍ରଶଂସା କରିବା ସହ କହିଛନ୍ତି ଯେ ମୋତେ ଲାଗୁଛି ଏଥର ଭାରତୀୟ ଦଳ ହାରିବା ନାହିଁ । କାରଣ ଦଳରେ ଏଥର ସମସ୍ତ ଖେଳାଳି ପୁରା ଫର୍ମରେ ରହିଛନ୍ତି । ଜସପ୍ରୀତ ବୁମ୍ରା ଯେଉଁ ଫର୍ମରେ ତାହା ଅନ୍ୟ ଦଳର ଖେଳାଳିଙ୍କ ଲାଗି ବିପଜ୍ଜନକ । ଆମେରିକାର କଠିନ୍‍ ପିଚ୍‍ରେ ମଧ୍ୟ ଭାରତୀୟ ଦଳ ଅତ୍ୟଧିକ ଆତ୍ମବିଶ୍ୱାସରେ ଖେଳୁଥିବା ଦେଖିବାକୁ ମିଳୁଛି । ସତ କହିବାକୁ ଗଲେ ଏଥର ଭାରତୀୟ ଦଳ ହାରିବ ନାହିଁ । ଭାରତକୁ ପରାସ୍ତ କରିବାକୁ ହେଲେ ଇଂଲଣ୍ଡକୁ ସ୍ୱତନ୍ତ୍ର ଓ ଏକ ଅସାଧାରଣ ଖେଳ ପ୍ରଦର୍ଶନ କରିବାକୁ ପଡିବ ।
୨୦୨୨ ଆଇସିସି ଟି୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲ ମୁକାବିଲ ହୋଇଥିଲା । ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୬ୱିକେଟ ହରାଇ ୧୬୮ ରନ କରିଥିଲା । ଏହି ରନ ପିଛା କରି ଇଂଲଣ୍ଡ ସହଜରେ ବିଜୟ ହାସଲ କରିଥିଲା । କାରଣ ଭାରତୀୟ ବୋଲର ଗୋଟିଏ ବି ୱିକେଟ ନେଇପାରିନଥିଲେ । ଏଥର ଉଭୟ ଟିମ୍‍ ପୁଣି ଥରେ ସେମିଫାଇନାଲ ଖେଳୁଥିବାରୁ ଏହି ମ୍ୟାଚ ବେଶ ରୋମାଞ୍ଚକର ହୋଇପାରେ ।

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories