www.samajalive.in
Monday, December 15, 2025
17.1 C
Bhubaneswar

ବିପଦସଂଙ୍କୁଳ ପାଲଟିଛି ଗଛ କିନ୍ତୁ କାହା ଦୃଷ୍ଟିରେ ପଡୁନି

ନର୍ଲା: ନର୍ଲା ଚାରିଛକ ରାଜରାସ୍ତା ପାର୍ଶ୍ବରେ ଦୀର୍ଘମାସ ହେଲା ଠିଆ ହୋଇଛି ଏକ ବିରାଟକାୟ ଶୁଖିଲା ଗଛ। ଗଛର ସଂପୂର୍ଣ୍ଣ ଉପରି ଭାଗର ଶାଖା ପ୍ରଶାଖା ଶୁଖି ଦୁର୍ବଳ ହୋଇସାରିଛି। ଗତକାଲି ସାମାନ୍ୟ ଶାଖାଟିଏ ଆକସ୍ମିକ ରାଜରାସ୍ତାରେ ପଡି ବିପଦର ସଂକେତ ଦେଇସାରିଛି। ଅବଶ୍ୟ କାହାର କିଛି କ୍ଷତି ହୋଇନାହିଁ। ତେବେ ଆଗକୁ କେତେବେଳେ ଆକସ୍ମିକ ବିରାଟକାୟ ଶାଖାଗୁଡିକ ଟଳି ପଡିବ ତାହା କାହାକୁ ଜଣା ନାହିଁ। ଏ ସଂପର୍କରେ ସମାଜରେ ଖବର ପ୍ରସାରିତ ଆଗରୁ ହୋଇସାରିଛି। ତଥାପି ପୂର୍ତ ବିଭାଗ,ଅଗ୍ନିଶମ ଅଥବା ନର୍ଲା ପ୍ରଶାସନ ହାତ ବାନ୍ଧି ବସିଛି। ଗଛ ତଳେ କ୍ୟାବିନ ରହିଛି ଯେଉଁଠି ବ୍ୟବସାୟୀମାନେ ଦୋକାନ କରିଛନ୍ତି। ଏହି ଛକର ସବୁଠାରୁ ଗହଳି ହୁଏ ସଂପୃକ୍ତ ଦୋକାନ ଗୁଡିକରେ। ଗଛଟିର ଅଧାଭାଗ ରାଜରାସ୍ତା ଆଡକୁ ମୁହାଁଇ ଥିବା ବେଳେ ଅଧା ଭାଗ ସଂପୃକ୍ତ ଦୋକାନ ଉପରେ ପଡିବ। ତେବେ ଅକାରଣେ କେତେବେଳେ ଯେ ଦୋକାନ ସହିତ ଦୋକାନୀ ଓ ଗ୍ରାହକଙ୍କ ଜୀବନ ଚାଲିଯିବା ତାହା କିଏ କହିବ। ଏପରିକି ରାଜରାସ୍ତାରେ ଯାଉଥିବା ଗାଡି, ପଥିକମାନଙ୍କ ପାଇଁ ମଧ୍ୟ ଏହି ଗଛ ବିପଦ ପାଲଟିଛି।

ଅଗ୍ନିଶମ ବିଭାଗ କାଟିବାକୁ ଆସି ଫେରି ଯାଉଥିବା ସ୍ଥାନୀୟ ଛକର ଲୋକେ ପ୍ରକାଶ କରିଛନ୍ତି। ତେବେ ଗଛ ତଳେ ଥିବା ଦୋକାନଗୁଡିକ ସ୍ଥାନନ୍ତରଣ ନକଲେ ଗଛ କାଟିହେବ ନାହିଁ ବୋଲି କୁଆଡେ ଅଗ୍ନିଶମ କର୍ମଚାରୀ କହୁଛନ୍ତି ବୋଲି ସ୍ଥାନୀୟ ଦୋକାନୀମାନେ ପ୍ରକାଶ କରିଛନ୍ତି। ସାମାନ୍ୟ ପାନ ଚାର ଦୋକାନକୁ ସ୍ଥାନାନ୍ତରଣ କରିବାକୁ ହେଲେ ନିଶ୍ଚୟ ଖର୍ଚ୍ଚ ହେବ। ଖର୍ଚ୍ଚକୁ ଡରି ଦୋକାନୀ ଦୋକାନ ସ୍ଥାନାନ୍ତରଣ କରୁନଥିବା ବେଳେ କୌଶଳକ୍ରମେ ଗଛକୁ କାଟିବା ପାଇଁ ବିଭାଗ ଫେଲ ମାରିଛି। କୌଣସି ଦୁର୍ଘଟଣା ହେଲେ ଆରମ୍ଭ ହେବ ରାସ୍ତାରୋକ, ଜଳାପୋଡା ଓ ଆଇନ ଶୃଙ୍ଖଳା ପରିସ୍ଥିତି। ପ୍ରଶାସନର ଦୁର୍ବଳତା ହେତୁ ନଖରେ ଛିଣ୍ଡିବା କଥା ଦା, କଟୁରୀକୁ ଜଗିଛି ବୋଲି ଲୋକେ କୁହାକୁହି ହେଉଛନ୍ତି। ଏକ ଆସନ୍ନ ବିପଦକୁ ଚାଳିବା ପାଇଁ ପ୍ରଶାସନ ନିଜ ପଟୁ କୁଶଳୀ ଶ୍ରମିକଙ୍କ ଜରିଆରେ ଉକ୍ତ ଗଛକୁ କାଟିବା ଉଚିତ୍‍ ବୋଲି ସାଧାରଣରେ ଦାବୀ ହେଉଛି। ଅନ୍ୟଥା ଧନ ଜୀବନ ହାନୀ ହେଲେ ସରକାର ଦାୟୀ ରହିବେ ବୋଲି ଲୋକେ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories