ବାଲିପଡା-ନର୍ଲା ଅଞ୍ଚଳରେ ହାତୀପଲ, ଲୋକେ ଭୟଭୀତ
ନର୍ଲା:ଲୋକେ ଭାବୁଥିଲେ ଚାଷ ସରିଲା। ଧାନ ଅମଳ ପରେ ଚାଷ ଜମି ବର୍ତ୍ତମାନ ପଡିଆ ରହିଛି। ହାତୀ ଚାଷ ଖାଇବା ପାଇଁ ଏହି ଅଂଚଳରେ ବସା ବାନ୍ଧିଥିବା ବେଳେ ଚାଷ ଶେଷ ପରେ ହାତୀପଲ ଅନ୍ୟତ୍ର ଚାଲି ଯାଇଥିବାକୁ ନେଇ ଲୋକେ ନିଶ୍ଚିନ୍ତ ହୋଇଥିଲେ। ଆଜି ହାତୀପଲ ରାଜରାସ୍ତା ଅତିକ୍ରମ କରି ତାଙ୍କର ଉପସ୍ଥିତି କୁ ଜାହିର କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ବାଗପୁର, ଭାନପୁର,କୁରମେଲ,ବାଲସିଙ୍ଗା ପଞ୍ଚାୟତବାସୀ ଭୟଭୀତ ହୋଇପଡିଛନ୍ତି। ଆଜି ସକାଳୁ ହାତୀପଲ ବାଲିପଡା-ନର୍ଲା ରାଜ୍ୟରାସ୍ତାକୁ ଅତିକ୍ରମ କରିଥିବା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଲୋକେ ରାସ୍ତାରେ ଯାତାୟତ ପାଇଁ ଭୟ କରୁଛନ୍ତି। ଜଙ୍ଗଲରେ ପାଣିର ଅଭାବ କାରଣରୁ ହାତୀପଲ ଜନବସତି ନିକଟସ୍ଥ ଜଳାଶୟ ମୁହାଁ ହେଉଛନ୍ତି ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି।
Comments are closed.