www.samajalive.in
Monday, December 15, 2025
24.1 C
Bhubaneswar

ନରେଶ ଅଗ୍ରୱାଲଙ୍କ ଟିପ୍ପଣୀକୁ ବିଜେପିରେ ବିରୋଧ

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ପୂର୍ବତନ ବରିଷ୍ଠ ନେତା ନରେଶ ଅଗ୍ରୱାଲଙ୍କ ବିଜେପିରେ ଯୋଗଦାନକୁ ମାତ୍ର କିଛି ଘଣ୍ଟା ନପୁରୁଣୁ ତାଙ୍କ ଟିପ୍ପଣୀ ବିଜେପି ପାଇଁ ସମାଲୋଚନାର କାରଣ ପାଲଟିଛି । ଫଳରେ ବିଜେପିର ଅନେକ ନେତ୍ରୀ ତାଙ୍କ ଟିପ୍ପଣୀକୁ ନିନ୍ଦା କରିବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ସୁଷମା ସ୍ୱରାଜ ଏବଂ ବିଜେପି ନେତ୍ରୀ ରୁପା ଗାଙ୍ଗୁଲି ନରେଶଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ବିଜେପିରେ ଯୋଗଦେବା ପରେ ନରେଶ ଜୟା ବଚ୍ଚନଙ୍କୁ କଟାକ୍ଷ କରି କହିଥିଲେ ଯେ ଚଳଚ୍ଚିତ୍ରରେ କାମ କରୁଥିବା ଓ ନାଚ କରୁଥିବା ମହିଳାଙ୍କ ପାଇଁ ସପାରେ ମୋ ରାଜ୍ୟସଭା ଟିକେଟ କାଟିଦିଆଗଲା । ଅର୍ଥାତ ରାଜ୍ୟସଭା ଟିକେଟ ନ ମଳିବାରୁ ସେ ବିଜେପିରେ ଯୋଗଦେଇଥିବା ସ୍ପଷ୍ଟ ହୋଇଯାଇଛି। ତାଙ୍କର ଏହି ଟିପ୍ପଣୀକୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ନିନ୍ଦା କରିଛନ୍ତି ।

- Advertisement -

ସୁଷମା ଟ୍ୱିଟ୍‌ କରି କହିଛନ୍ତି ଯେ ନରେଶ୍ୱ ଅଗ୍ରୱାଲ ବିଜେପିରେ ଯୋଗଦେଇଛନ୍ତି । ତାଙ୍କୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ଜୟା ବଚ୍ଚନଙ୍କ ଉପରେ ତାଙ୍କ ଟିପ୍ପଣୀ ଅନୁଚିତ ଏବ ଅସ୍ୱୀକାର୍ଯ୍ୟ । ସେହିପରି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍‌ କରି କହିଛନ୍ତି ଯେ ଯେତେବେଳେ ମହିଳାଙ୍କ ସମ୍ମାନକୁ ଆହ୍ୱାନ କରାଯିବ, ସେତେବେଳେ ବିଚାରଧାରାର ଲଢେଇ ଛାଡ଼ି ସମସ୍ତଙ୍କୁ ଏକାଠି ହେବା ଆବଶ୍ୟକ । କୌଣସି ମହିଳାଙ୍କୁ ଅପମାନିତ କରିବାକୁ ସମସ୍ତେ ବିରୋଧ କରିବେ ।

ଅନୁରୂପ ଭାବେ ପଶ୍ଚିମବଙ୍ଗର ବିଜେପି ନେତ୍ରୀ ରୁପା ଗାଙ୍ଗୁଲି ଟ୍ୱିଟ୍‌ କରିଛନ୍ତି ଯେ ଜୟା ବଚ୍ଚନଙ୍କ ଉପରେ ନରେଶ ଅଗ୍ରୱାଲଙ୍କ ଟିପ୍ପଣୀ ଦୁଃଖ ଦାୟକ । ମୁଁ ଏହା ଆଶା କରନିଥିଲି, ଏହା ଜଣେ ବିଜେପି ନେତାଙ୍କ ଟିପ୍ପଣୀ ହୋଇନପାରେ । ଅଭିନେତ୍ରୀ ଭାବେ ଚଳଚ୍ଚିତ୍ର ଜଗତକୁ ଜୟାଙ୍କ ଅବଦାନ ପାଇଁ ଆମେ ଗର୍ବିତ । ବିଜେପିରେ ଯୋଗ ଦେବାର ମାତ୍ର କିଛି ଘଣ୍ଟା ପରେ ନରେଶଙ୍କୁ ବିଭିନ୍ନ ମହଲରେ ବିରୋଧ କରାଯିବାରୁ ସେ ଏହି ଦଳରେ ବିଶି ଦିନ ତିଷ୍ଟିପାରିବେ ନାହିଁ ବୋଲି ଅନେକ ମତବ୍ୟକ୍ତ କରିଛନ୍ତି ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories