ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପିତ କଲେ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ

ବେଙ୍ଗାଲୁରୁ: ​ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କର୍ଣ୍ଣାଟକ ଗସ୍ତରେ ଯାଇ ବେଙ୍ଗାଲୁରୁ-ମହୀଶୂର ଏକ୍ସପ୍ରେସ ୱେ ସଡ଼କପଥର ଲୋକାର୍ପିତ କରିଛନ୍ତି। ୭୬ ମିନିଟରେ ବେଙ୍ଗାଲୁରୁରୁ ମହୀଶୂରକୁ ଯାତ୍ରା କରିହେବ ବୋଲି ସୂଚନା ମିଳିଛି। ୧୧୮ କିଲୋମିଟର ବିଶିଷ୍ଟ ଏହି ଏକ୍ସପ୍ରେସ ୱେ ନିର୍ମାଣ ପାଇଁ ୮୪୮୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ପୂର୍ବରୁ ବେଙ୍ଗାଲୁରୁରୁ ମହୀଶୂର ଯିବାକୁ ପାଖାପାଖି ୩ଘଣ୍ଟା ଲାଗୁଥିବାବେଳେ ଏହି ଏକ୍ସପ୍ରେସ ୱେ ନିର୍ମାଣ ଫଳରେ ତାହା ୭୫ ମିନିଟ୍‌କୁ ଖସି ଆସିବ।

ମୋଦୀ ଏହି ଏକ୍ସପ୍ରେସ୍‌ ୱେକୁ ଲୋକାର୍ପଣ କରିବା ସହ ମହୀଶୂର-କୁଶଳନଗର ୪ ଲେନ୍‌ ବିଶିଷ୍ଟ ରାଜପଥର ନିର୍ମାଣର ଶିଳାନ୍ୟାସ କରିଛନ୍ତି। ୯୨ କିମି ଦୂରତା ବିଶିଷ୍ଟ ଏହି ରାଜପଥ ନିର୍ମାଣରେ ୪୧୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ରାଜପଥ ନିର୍ମାଣ ହେଲେ ବେଙ୍ଗାଲୁରୁରୁ କୁଶଳନଗର ଯିବା ନିମନ୍ତେ ଅଢ଼େଇ ଘଣ୍ଟା ଲାଗିବ। ବର୍ତ୍ତମାନ ବେଙ୍ଗାଲୁରୁରୁ କୁଶଳନଗର ଯିବାକୁ ୫ ଘଣ୍ଟା ସମୟ ଲାଗୁଛି। କର୍ଣ୍ଣାଟକ ଗସ୍ତ କାଳରେ ମୋଦୀ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଥିବା ସୂଚନା ମିଳିଛି।

Comments are closed.