www.samajalive.in
Monday, December 15, 2025
27.1 C
Bhubaneswar

ଦେଶ ସୁରକ୍ଷାରେ ସିଆଇଏସଏଫ ଭୂମିକା ଗୁରୁତ୍ବପୂର୍ଣ୍ଣ : ମୋଦୀ

ନୂଆଦିଲ୍ଲୀ : ଭାରତକୁ ଟାର୍ଗେଟ କରୁଥିବା ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ କଡ଼ା ଜବାବ ଦେଇ କହିଛନ୍ତି ଯେ, ଦେଶ ସବୁବେଳେ ପୀଡିତ ହୋଇ ରହିବ ନାହିଁ । ପୁଲୱାମା ଓ ଉରୀ ଆକ୍ରମଣରେ କ୍ରୋଧିତ ହୋଇ ମୋଦୀ ଆହୁରି କହିଛନ୍ତି, ବହୁତ ହୋଇଗଲା, ଆମେ ଅନନ୍ତକାଳ ପର୍ୟ୍ୟନ୍ତ ପୀଡିତା ରହିବୁ ନାହିଁ । କେନ୍ଦ୍ରୀୟ ଔଦଗିକ ସୁରକ୍ଷାର ୫୦ତମ ସ୍ଥାପନା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମୋଦୀ ଯୋଗ ଦେଇ ୬ଜଣ ଅଧିକାରୀ ଏବଂ ଜଣେ ଯବାନଙ୍କୁ ସମ୍ମାନିତ କରିଛନ୍ତି। ଏହି ଅବସରରେ ମୋଦୀ ସହିଦମାନଙ୍କୁ ମନେ ପକାଇ ସେମାନଙ୍କର ସର୍ବୋଚ୍ଚ ତ୍ୟାଗ କାରଣରୁ ଆମେ ସୁରକ୍ଷିତ ଅଛୁ ଏବଂ ସେମାନଙ୍କର ସ୍ମୃତି ଅବସରରେ ପୁଲିସ ମେମୋରିଆଲ ସ୍ଥାପନା କରାଯିବ ବୋଲି କହିଛନ୍ତି । ଏହା ସହ ସିଆଇଏସଏଫ ଏବଂ ଅନ୍ୟ ସୁରକ୍ଷାକର୍ମୀଙ୍କ ସାହାସିକତାକୁ ପ୍ରଧାନମନ୍ତ୍ରୀ ପ୍ରସଂଶା କରିଛନ୍ତି ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories