ମୁମ୍ବଇ : ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁଙ୍କ ଅଭିନୀତ ଚଳଚ୍ଚିତ୍ର ‘ବଦଲା’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ ଜାରି ରଖିଛି। ମୁକ୍ତିଲାଭ ହେବାର ଦୁଇ ଦିନରେ ଏହି ଚଳଚ୍ଚିତ୍ର ୧୩ କୋଟି ୫୯ ଲକ୍ଷ ଟଙ୍କା ଆୟ କରିଛି। ଏବିଷୟରେ ସୂଚନା ଦେଇଛନ୍ତି ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ। ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍ ଶୁକ୍ରବାର ଚଳଚ୍ଚିତ୍ର ୫ କୋଟି ୪ ଲକ୍ଷ ଟଙ୍କା ଆୟ କରିଥିଲା। ସେହିପରି ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ଏହା ୮ କୋଟି ୫୫ ଲକ୍ଷ ଟଙ୍କାର ବ୍ୟବସାୟ କରିଛି।
ସୂଚନା ଅନୁସାରେ, ରବିବାର ‘ବଦଲା’ ୧୦ କୋଟି ଟଙ୍କା ଆୟ କରିବ ବୋଲି ଆଶା କରାଯାଉଛି। ଯଦି ଏପରି ହୁଏ ତେବେ ରବିବାର ସୁଦ୍ଧା ଚଳଚ୍ଚିତ୍ର ୨୩ କୋଟି ଟଙ୍କାର ବ୍ୟବସାୟ କରିପାରେ ବୋଲି ଟ୍ରେଡ଼୍ ଆନାଲିଷ୍ଟ ଆଶା ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ‘ବଦଲା’ ଶାହାରୁଖ୍ ଖାନଙ୍କ ପ୍ରଡକ୍ସନ ହାଉସ୍ ରେଡ଼୍ ଚିଲିଜ୍ ଏଣ୍ଟରଟେନମେଣ୍ଟର ପ୍ରଯୋଜନାରେ ନିର୍ମିତ ହୋଇଛି। ସୁଜୟ ଘୋଷ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ‘ବଦଲା’କୁ ବକ୍ସ ଅଫିସରେ ଟକ୍କର ଦେଉଛି ହଲିଉଡ଼ ଚଳଚ୍ଚିତ୍ର ‘କ୍ୟାପ୍ଟେନ୍ ମାର୍ଭେଲ୍’।



