www.samajalive.in
Monday, December 15, 2025
15.1 C
Bhubaneswar

ଗିନିଜ ରେକର୍ଡରେ ‘ନନ୍ଦିଘୋଷ’

କେନ୍ଦୁଝରଗଡ଼/କେନ୍ଦୁଝର : କେନ୍ଦୁଝରର ରାଷ୍ଟ୍ରଦେବତା ବଳଦେବଜୀଉଙ୍କ ପୀଠ ପାଲଟିବ ଐତିହ୍ୟସ୍ଥଳ। ଏଥିପାଇଁ ବଳଦେବଜୀଉଙ୍କ ମନ୍ଦିର, ବଡଦାଣ୍ଡ ଓ ପାରିପାର୍ଶ୍ବିକ ଉନ୍ନୟନ ପାଇଁ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ କାମ ଆରମ୍ଭ ହୋଇଛି ବୋଲି ଜିଲାପାଳ ଆଶିଷ ଠାକରେ କହିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ପୁରୁଣାବଜାରସ୍ଥିତ ବଡଦାଣ୍ଡରେ ଆୟୋଜିତ ସଭାରେ ଯୋଗଦେଇ ଜିଲାପାଳ ଶ୍ରୀ ଠାକରେ ବଳଦେବଜୀଉ ମନ୍ଦିର, ବଡଦାଣ୍ଡ ଓ ପୁରୁଣା ସହରର ଗୌରବମୟ ଗାରିମା ଓ ଇତିହାସ ରହିଛି ବୋଲି କହିଥିଲେ। ଆଧ୍ୟାତ୍ମିକତା ଓ ସଂସ୍କୃତିକୁ ଭିତ୍ତିକରି ମନ୍ଦିର ଓ ବଡଦାଣ୍ଡର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କାମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ। ବଳଦେବଜୀଉଙ୍କ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଜାରି ରହିଥିବା ବେଳେ ବଡଦାଣ୍ଡ ଓ ପାରିପାର୍ଶ୍ବିକ ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନାବଦ୍ଧ ଭାବେ ପ୍ରକଳ୍ପ ପ୍ରସ୍ତୁତ କରାଯାଇଛି ଏବଂ ଏହା ଆଗାମୀ ରଥଯାତ୍ରା ପୂର୍ବରୁ ଶେଷ କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ବଡଦାଣ୍ଡର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ବିଭିନ୍ନ ଫୁଲର କାର୍ଯ୍ୟ, ପାରମ୍ପରିକ ଚିତ୍ରକଳା, ଆଲୋକୀକରଣ, ପ୍ରଭୁ ବଳଦେବଜୀଉଙ୍କ ବିଭିନ୍ନ ବେଶର ପଟ୍ଟଚିତ୍ର ପ୍ରଦର୍ଶନ, ଉଭୟ ପାର୍ଶ୍ବରେ ପାଦଚଲା ରାସ୍ତା, ଯୋଜନାବଦ୍ଧ ଭେଣ୍ଡିଂ ଜୋନ, ମାଉସୀ ମା’ ମନ୍ଦିରର ପାରିପାର୍ଶ୍ବିକ ଉନ୍ନୟନ, ନାଳକୁ ଘୋଡାଇ ରଖାଯିବା, ହାଡବନ୍ଧ ପୋଖରୀର ବିକାଶ, ପାଠାଗାର ବିକାଶ, ମୁକ୍ତାକାଶ ଅବସର ବିନୋଦନ, ବଡଦାଣ୍ଡ ପାର୍ଶ୍ବରେ କଳାକୃତି ପ୍ରଦର୍ଶନ, ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ସହ ବଡଦାଣ୍ଡ ନୂଆ ରୂପରେ ଝଲସିବ ବୋଲି ଜିଲାପାଳ ଶ୍ରୀ ଠାକରେୀ କହିଥିଲେ। ଦେବୋତ୍ତର ଅଧିକାରୀ, ବରିଷ୍ଠ ନାଗରିକ, ସେବାୟତ ପ୍ରମୁଖ ବିଭିନ୍ନ ସମୟରେ ଅକୁଣ୍ଠ ସହଯୋଗ ଜଣାଇ ଆସିଥିବାରୁ ଜିଲାପାଳ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ର, ଡିଏଫଓ ଧନରାଜ ଏଚ.ଡି. ଯୋଗଦେଇ ମନ୍ଦିର ଓ ବଡଦାଣ୍ଡର ପାରିପାର୍ଶ୍ବକ ଉନ୍ନୟନ କାର୍ଯ୍ୟକ୍ରମର ପ୍ରଶଂସା କରିବା ସହ ଏହାଦ୍ୱାରା ବଳଦେବଜୀଉଙ୍କ ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଅଧିକ ଋଦ୍ଧିମନ୍ତ ହେବ ବୋଲି ସେ କହିଥିଲେ। କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ, କେନ୍ଦୁଝର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଏକ ଐତିହାସିକ ଘଟଣା ହୋଇ ରହବ ବୋଲି କହିଥିଲେ। ଏଥିସହ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ରଥ ‘ନନ୍ଦିଘୋଷ’ ବିଶ୍ୱର ସବୁଠାରୁ ଉଚ୍ଚତ୍ତମ ରଥ ଭାବେ ଗିନିଜ୍‍ ବୁକ୍‍ ଅଫ୍‍ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଥିବା ଦେବୋତ୍ତର ଅଧିକାରୀ ଶ୍ରୀ କିସ୍କୁ ଘୋଷଣା କରିବା ସହ ଏହା ଜିଲା, ରାଜ୍ୟ ତଥା ଦେଶପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ବଳଦେବଜୀଉଙ୍କ ଏହି ରଥ ‘ନନ୍ଦିଘୋଷ’କୁ ନ୍ୟାସନାଲ ରେକର୍ଡସ୍‍, ଇଣ୍ଡିଆ ବୁକ୍‍ ଅଫ୍‍ ରେକର୍ଡସ, ଏସିଆ ପାସିଫିକ୍‍ ଗ୍ଲୋବାଲ ରେକର୍ଡସ୍‍, ୱଣ୍ଡର ବୁକ୍‍ ଅଫ୍‍ ରେକର୍ଡସ୍‍ରେ ସ୍ଥାନ ପାଇସାରିଛି। ଏହି ଅବସରରେ ଚାରିପୀଢ଼ ଭୂୟାଁ ସର୍ଦ୍ଦାର କୁଞ୍ଜ ଦେହୁରୀ ଓ ମନ୍ଦିରର ବଡପଣ୍ଡା ରାଜକିଶୋର ପଣ୍ଡାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories