www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ, ନନ୍ଦିଙ୍କ କାନରେ କ’ଣ ପାଇଁ ସମସ୍ତ ମନସ୍କାମନା କୁହାଯାଏ

ଯେତେବେଳେ ବି ଆମେ ଶିବ ମନ୍ଦିର ଯାଉ ସେତେବେଳେ ଶିବଲିଙ୍ଗ ସାମନାରେ ନନ୍ଦି ଥିବାର ଦେଖିବାକୁ ପାଇଥାଉ। ଏକ ପରମ୍ପରା ଅନୁଯାୟୀ, ଶିବ ମନ୍ଦିରରେ ନନ୍ଦି ରହିଥାଆନ୍ତି। ନନ୍ଦି ପ୍ରଭୁ ଶିବଙ୍କର ପରମ ଭକ୍ତ ଥିଲେ। ତେଣୁ ତାଙ୍କୁ ଶିବଙ୍କର ବାହନ ମଧ୍ୟ କୁହାଯାଏ। ଯେତେବେଳେ କୌଣସି ବ୍ୟକ୍ତି ଶିବ ମନ୍ଦିର ଯାଇଥାଆନ୍ତି ସେତେବେଳେ ନନ୍ଦି କାନରେ ନିଜର ସମସ୍ତ ମନସ୍କାମନା ଜଣାଇ ଥାଆନ୍ତି। ଆସନ୍ତୁ ଜାଣିବା ଏପରି କ’ଣ ପାଇଁ କରାଯାଏ ..

ପୌରାଣିକ କଥା ଅନୁଯାୟୀ, ଶ୍ରୀଳାଦ ମୁନି ବ୍ରହ୍ମଚର୍ଯ୍ୟା ପାଳନ କରିବା ପାଇଁ ତପସ୍ୟା ଦ୍ବାରା ବଞ୍ଚିବା ପାଇଁ ସ୍ଥିର କରିଥିଲେ। ଏହାଦ୍ବାରା ତାଙ୍କ ବଂଶ ସମାପ୍ତ ହେବା ଦେଖି ତାଙ୍କ ପିତା ଚିନ୍ତିତ ହୋଇଯାଇଥିଲେ। ସେ ଶ୍ରୀଳାଦ ମୁନିଙ୍କୁ ତାଙ୍କ ବଂଶ ଆଗକୁ ବଢାଇବା ପାଇଁ କହିଲେ। କିନ୍ତୁ ତପସ୍ୟାରେ ବ୍ୟସ୍ତ ରହିବା ହେତୁ ଶ୍ରୀଳାଦ ଗୃହସ୍ଥ ଆଶ୍ରମକୁ ଆପଣେଇବାକୁ ରାଜି ହେଲେ ନାହିଁ। ଶ୍ରୀଳାଦ ମୁନି ବିନା ଗୃହସ୍ଥ ଜୀବନ ଆପଣେଇ ଈଶ୍ବରଙ୍କ କୃପାରୁ ସନ୍ତାନ ପ୍ରାପ୍ତି ପାଇଁ ଇଚ୍ଛୁକ ଥିଲେ। ତେଣୁ ସେ କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ଲାଗିଲେ। ଭଗବାନ ଶିବ ତାଙ୍କ ତପସ୍ୟାରେ ପ୍ରସନ୍ନ ହୋଇ ଶ୍ରୀଳାଦଙ୍କୁ ପୁତ୍ର ପ୍ରାପ୍ତିର ଆଶୀର୍ବାଦ ଦେଲେ। ତାପରେ ଶ୍ରୀଳାଦଙ୍କୁ ଭୂମିରୁ ଏକ ବାଳକ ମିଳିଲା। ସେ ତାଙ୍କ ନାମ ନନ୍ଦି ଦେଲେ। ନନ୍ଦି ବଡ ହେବା ଦେଖି ଭଗବାନ ଶଙ୍କର ମିତ୍ର ଓ ବଋଣ ନାମକ ଦୁଇ ଜଣ ଋଷିଙ୍କୁ ଶ୍ରୀଳାଦଙ୍କ ଆଶ୍ରମକୁ ପଠାଇଥିଲେ। ସେମାନେ ନନ୍ଦିଙ୍କ ଦେଖି ଭବିଷ୍ୟବାଣୀ କରିଥିଲେ ଯେ, ନନ୍ଦି ଅଳ୍ପାୟୁ ହେବେ।

- Advertisement -

ନନ୍ଦି ଏକଥା ଜାଣିବା ପରେ ମହାଦେବଙ୍କ ଆରାଧନା ଦ୍ବାରା ମୃତ୍ୟୁକୁ ଜୟ କରିବା ପାଇଁ ବନ ମଧ୍ୟକୁ ଚାଲିଗଲେ। ସେଠାରେ ସେ ଭଗବାନ ଶିବଙ୍କୁ ତପସ୍ୟା କରିବାକୁ ଲାଗିଲେ। ଭଗବାନ ଶିବ ନନ୍ଦିଙ୍କ ତପସ୍ୟାରେ ପ୍ରସନ୍ନ ହୋଇଥିଲେ। ଏବଂ ତାଙ୍କୁ ବର ଦେଲେ ଯେ ତୁମେ ମୃତ୍ୟୁ ଓ ଭୟ ନିକଟରୁ ସର୍ବଦା ମୁକ୍ତ ଓ ଅମର ରହିବ। ଭଗବାନ ଶିବ ସମସ୍ତ ଦେବଗଣ ଓ ଉମାଙ୍କ ସମ୍ମତିରେ ନନ୍ଦିଙ୍କର ଅଭିଷେକ କରାଇଥିଲେ। ଏହି ପ୍ରକାରେ ନନ୍ଦି ପରବର୍ତ୍ତୀ ସମୟରେ ନନ୍ଦେଶ୍ବର ହୋଇଗଲେ। ଭଗବାନ ଶଙ୍କର ନନ୍ଦିଙ୍କୁ ଆଶୀର୍ବାଦ ଦେଇଥିଲେ ଯେ, ସେ ଯେଉଁଠାରେ ନିବାସ କରିବେ ସେଠାରେ ନନ୍ଦି ମଧ୍ୟ ବିରାଜମାନ କରିବେ। ତେଣୁ ପ୍ରତ୍ୟେକ ଶିବ ମନ୍ଦିରରେ ଶିବଲିଙ୍ଗ ସମ୍ମୁଖରେ ନନ୍ଦିଙ୍କର ସ୍ଥାପନା କରାଯାଇଥାଏ। ଏବଂ ନିଜର ମନସ୍କାମନା ପ୍ରଭୁ ଶିବଙ୍କୁ ଜଣାଇବା ପୂର୍ବରୁ ନନ୍ଦିଙ୍କ କାନରେ କହିବା ଉଚିତ। ଏପରି କରିବା ଦ୍ବାରା ନନ୍ଦିଙ୍କୁ ଜଣାଇଥିବା ସମସ୍ତ ମନସ୍କାମନା ପ୍ରଭୁ ନିକଟରେ ପହଞ୍ଚି ପୂର୍ଣ୍ଣ ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories