www.samajalive.in
Monday, December 15, 2025
16.1 C
Bhubaneswar

ଜିଲ୍ଲା ବିଜେଡି ସଂପାଦକଙ୍କ ମାତା ନଳୀନିପ୍ରଭା ଆଚାର୍ଯ୍ୟଙ୍କ ପରଲୋକ

ଗୁରୁଡିଝାଟିଆ : କୁମାରପୁର ଶାସନ ନିବାସୀ କଟକ ଜିଲ୍ଲା ବିଜେଡି ସଂପାଦକ ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟଙ୍କ ମାତା ନଳୀନି ପ୍ରଭା ଆଚାର୍ଯ୍ୟଙ୍କ ୮୦ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି। କିଛିଦିନ ଧରି ଅସୁସ୍ଥତା ହେତୁ ଘରେ ରହି ଚିକିତ୍ସିତ ହେଉଥିବା ବେଳେ ପରଲୋକ ଘଟିଛି । ସେ ନବେଢା ଅଞ୍ଚଳରେ ଜଣେ ଧର୍ମପ୍ରାଣା ପରୋପକାରୀ ମହିଳା ଭାବେ ବେଶ ପରିଚିତ ଥିଲେ। ଶିଶୁମାନେ ଭଲ ଓ ବଡ ମଣିଷ ହେବା ପାଇଁ ସଦା ପ୍ରୟାସ ଜାରି ରଖିଥିଲେ। ପରଲୋକ ଖବରପାଇ ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସ୍ୱର୍ଗତା ନଳୀନିପ୍ରଭାଙ୍କ ପାର୍ଥିବ ଶରୀର ନିକଟରେ ପହଞ୍ଚି କାନ୍ଧରେ ନେବା ସହିତ ଶୋକ ସନ୍ତପ୍ତ ପରବାରକୁ ସାନ୍ତ୍ୱନା ପ୍ରଦାନ ସହିତ ପ୍ରଭୂ ଶକ୍ତି ଦେବା ପାଇଁ ପ୍ରାର୍ଥନା କରିଥିଲେ। ଆଠଗଡ ବିଜେଡି ସଭାପତି ତଥା ରାଧାକିଶୋରପୁର ସରପଞ୍ଚ ବିନୋଦ ମାଝି, ଯୁବନେତା ନୃସିଂହ ଚରଣ ସାହୁ, ସନାତନ ଦଳାଇ, ମିତାରାଣୀ ରାଉତ, ପ୍ରଭାତ ଥାଟୋଇ ପ୍ରମୁଖ ବହୁ ଆଗଧାଡିର ଦଳୀୟ କର୍ମୀ ,ଗାଁଁ ତଥା ସ୍ଥାନୀୟ ଅଞ୍ଚଳର ମୁରବୀ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ମୃତ୍ୟୁଶଯ୍ୟା ନିକଟରେ ମଝିଆପୁଅ ରଞ୍ଜନ ଆଚାର୍ଯ୍ୟ,ସାନପୁଅ ଅର୍ଦ୍ଧସାମରିକ ବାହିନୀ ଯବାନ ସୁଚିତ ଆଚାର୍ଯ୍ୟ, ଝିଅ ମମତା ଆଚାର୍ଯ୍ୟ, ମଝିଆ ବୋହୁ ତଥା ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତୀ ଆଚାର୍ଯ୍ୟ, ନାତି ପୂର୍ବତନ ସରପଞ୍ଚ ଦୀପକ ଆଚାର୍ଯ୍ୟ, ଜିତେନ୍ଦ୍ର ଆଚାର୍ଯ୍ୟ, ବିପନ ଆଚାର୍ଯ୍ୟ ଓ ସୁଜିତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ବଡପୁଅ ରଞ୍ଜିତ ଆଚାର୍ଯ୍ୟ ମୁଖାଗ୍ନୀ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories