www.samajalive.in
Monday, December 15, 2025
15.1 C
Bhubaneswar

ରେଳବାଇ ଗଳାପୋଲ ରାସ୍ତା ଅନ୍ଧାର, ଦୁର୍ଘଟଣା ବୃଦ୍ଧି

ଗୁରୁଡିଝାଟିଆ : ସ୍ଥାନୀୟ ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ଓ ରେଳବାଇ କତ୍ତୃପକ୍ଷଙ୍କୁ ଅଟକାଇ ସ୍ମାରକପତ୍ର ଦେବା ଫଳରେ ଗତ ୩ବର୍ଷ ତଳେ ରାଧାକିଶୋରପୁର ରେଳଷ୍ଟେସନ ନିକଟରେ ଏକ ଗଳାପୋଲ(ଅଣ୍ଡର ପାସ) ରାସ୍ତା ନିର୍ମିତ ହୋଇଛି । ଯାହାକି ରାଧାଦାମୋଦରପୁର ଗାଁରୁ ରାଧାକିଶୋରପୁରକୁ ସଂଯୋଗ କରୁଛି । ଏହି ରାସ୍ତା ହେବା ଫଳରେ ବିପଦ ସଂକୂଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ ରେଳଗାଡି ତଳେ ପାର ହୋଇ ବହି ବସ୍ତାନି ଧରି ରାଧାଦାମୋଦରପୁର ର ୫୦ରୁ ଅଧିକ ବିଦ୍ୟାର୍ଥୀ ଦୈନିକ ରାଧାକିଶୋରପୁର ଜମ୍ବେଶ୍ୱର ପୀଠକୁ ଅଧ୍ୟୟନ ପାଇଁ ଆସନ୍ତି । ହେଲେ ରେଳବାଇ ବିଭାଗ ସ୍ଥାନୀୟ ଜନସାଧାରଣଙ୍କ ହୀତ ଦୃଷ୍ଟିରୁ ଗଳାପୋଲ କରିବା ଦ୍ୱାରା କୁମାରପୁର,ଛଅଗାଁ, ଗୋବରା, ଗୁରୁଡିଝାଟିଆ ଓ ରାଧାକିଶୋରପୁର ଆଦି ପଞ୍ଚାୟତର ଜନସାଧାରଣ ଆଠଗଡରୁ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି। ହେଲେ ଦୀର୍ଘଦିନ ଧରି ଗଳାପୋଲରେ ସଂଯୋଗ ହୋଇଥିବା ବିଦ୍ୟୁତ ବଲ ଅଚଳ ହୋଇପଡିଛି । ଯାହାଫଳରେ କି ଦିନରେ ତ ଦୁର୍ଘଟଣା ଘଟୁଛି ଅନ୍ଧାର ପାଇଁ । ରାତିରେ ତ ଅବସ୍ଥା ଆହୁରି ବିପଦଜନକ। ତେଣୁ ରେଳବାଇ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories