www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରାବଣରେ ବର୍ଷାର ଲୁଚକାଳି ଖେଳ, ଧାନକ୍ଷେତ ଫାଟି ଆଁ

ଗୁରୁଡିଝାଟିଆ :  ଧାରା ଶ୍ରାବଣରେ ବର୍ଷା ଯୌବନରେ ଉପନୀତ ଥାଏ । ଅଧିକ ବର୍ଷିବା ଯୋଗୁଁ ନଦୀକୂଳ ଲଙ୍ଘି ଥାଏ। ହେଲେ ଏବର୍ଷ ଶ୍ରାବଣରେ ବର୍ଷା ଆଉ ଆଗଭଳି ହେଉନାହିଁ। ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ମୂହୁର୍ତ୍ତେ ବିଦ୍ୟୁତ୍ କଟିଲେ ଘରେ ପରିବାର ମଧ୍ୟରେ ରହିବା ଅସହ୍ୟ ହୋଇପଡୁଛି । ଅନିୟମିତ ବର୍ଷା ବା ନିଅଣ୍ଟିଆ ବର୍ଷା ପାଇଁ ଧାନକ୍ଷେତ ଏବେ ଫାଟିକି ଆଁ କଲାଣି । କେଉଁଠି ବେଉଷଣ ହୋଇପାରୁନାହିଁ ତ ପୁଣି କେଉଁଠି ଜମିରେ ରୁଆପୋତା ଅଧାରେ ଅଟକିଛି। ଆଗୁଆ ତଳି ପକାଇଥିବା କୃଷକ ଜମିରେ ହଳ କରି କିଛି ପରମାଣର ଧାନତଳି ରୋଉଥିଲେ ମଧ୍ୟ ତାହା ଏବେ ଫାଟିକି ଆଁ କଲାଣି। ଏଭଳିସ୍ଥିତିରେ କିଭଳି ଅମଳ ଭଲ ହେବ । ତେଣୁ କୁହାଯାଇଛି ଜଳ ବିହୁନେ ସୃଷ୍ଟିନାଶ, ଜଳବହୁଳେ ସୃଷ୍ଟି ନାଶ । ଏବେ ବର୍ଷା ନିଅଣ୍ଟିଆ ଯୋଗୁଁ ଚାଷକାମ ପଛେଇଯାଇଛି। ଜମି ଫାଟି ଗଲାଣି। କୃଷକ ମୁଣ୍ଡରେ ହାତ ଦେଇବସିଛି। କରଜ କରି ଧାନ ବୁଣିଥିଲା। ଆଉ କେହି କେହି ଜମିକୁ ଉଠିଆ କରିବା ପାଇଁ ତଳି ମଧ୍ୟ ପକାଇଥିଲେ। ହେଲେ ତାହାକୁ ରୁଆପୋତା ଠିକ ଭାବରେ କରାଯାଇପାରୁନାର୍ହି। ଏଭଳି ଅବସ୍ଥା ଦେଖାଦେଇଛି କୃଷି ପ୍ରଧାନ ଗୁରୁଡିଝାଟିଆ ଅଞ୍ଚଳରେ । ଜଳସେଚନର ସୁବିଧା ନଥିବାରୁ ବର୍ଷାଜଳକୁ ଚାହିଁ କୃଷକ ଚାଷ କରିଥାନ୍ତି। ହେଲେ ଶ୍ରାବଣରେ ଅଧିକ ବର୍ଷା ପ୍ରତିବଦଳରେ କାଁ ଭାଁ ନିଅଣ୍ଟିଆ ବର୍ଷା ହେଉଛି। ମଞ୍ଚେଶ୍ୱର, କଖଡି, ଧୁରୁଷିଆ, ଅନନ୍ତପୁର, ଘଣ୍ଟିଖାଲ ଆଦି ପଞ୍ଚାୟତରେ ସ୍ୱଳ୍ପ ମିଆଦି ବିଆଳି ଧାନ ଏକ ପ୍ରକାର ଉଜୁଡିଯିବା ଅବସ୍ଥାରେ। କାହିଁକି ନା ଗହ୍ମା ପୂର୍ଣ୍ଣିମାରେ ଧାନ ଥୋର ହେବା ପରେ ଦଶହରାରେ ନୂଆଧାନକୁ ଲାଗି ଦିଆଯାଇଥାଏ। ହେଲେ ବେଉଷଣ ତ ହୋଇନାହିଁ। ଧାନ ବାହାରିବା କଥା ବହୁ ଦୂରରେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories