www.samajalive.in
Sunday, December 14, 2025
16.1 C
Bhubaneswar

ଓଡିଶା ଲାଇବ୍ରେରୀ ଏକାଡେମୀର ଅଷ୍ଟମ ବାର୍ଷିକ ଉତ୍ସବ ଓ ପାଠାଗାର ଦିବସ ୧୩ରେ

ପିପିଲି : ଓଡିଶା ଲାଇବ୍ରେରୀ ଏକାଡେମୀ ଏବଂ ସେଣ୍ଟ୍ରାଲ ଲାଇବ୍ରେରୀ, ଆଇଆଇଟି ଭୁବନେଶ୍ୱରର ମିଳିତ ସହଯୋଗରେ ଆସନ୍ତା ଅଗଷ୍ଟ ୧୩ ତାରିଖ ରବିବାର ଦିନ ‘ବିଅଣ୍ଡ ବୁକ୍ସ: ଲାଇବ୍ରେରିଜ୍ ଇନ୍ ଦ ଏଆଇ ଏରା-ରିଡିଫାଇନିଂ ରୋଲ୍ସ ଏଣ୍ଡ୍ ସର୍ଭିସେସ୍’ ଶୀର୍ଷକ ଆଲୋଚନାଚକ୍ରର ଆୟୋଜନ କରାଯାଇଛି। ଓଡିଶା ଲାଇବ୍ରେରୀ ଏକାଡେମୀର ଅଷ୍ଟମ ବାର୍ଷିକ ଉତ୍ସବ ଓ ପାଠାଗାର ଦିବସ ପାଳନ ଅବସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଲାଇବ୍ରେରୀ ଗୁଡ଼ିକରେ କୃତ୍ରିମ ବୁଦ୍ଧିମତା (ଏଆଇ)ର ପରିବର୍ତ୍ତନଶୀଳ ପ୍ରଭାବ ଏବଂ ଡିଜିଟାଲ ଯୁ୍ଗରେ ସେମାନଙ୍କର ବିକାଶଶୀଳ ଭୂମିକା ଅନୁସନ୍ଧାନ ଉପରେ ବିଶେଷ ଭାବେ ଆଲୋଚନା କରାଯିବ। ଏହି ଅବସରରେ ଭାରତର ଲାଇବ୍ରେରୀ ସାଇନ୍ସର ଜନକ ଡଃ ଏସ୍. ଆର୍. ରଙ୍ଗନାଥନଙ୍କୁ ସମ୍ମାନ ଜଣାଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ପାଠାଗାର ଉପଲବ୍ଧିକୁ ନେଇ ଚର୍ଚ୍ଚା କରାଯିବ। ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୩ଶହରୁ ଉର୍ଦ୍ଧ ପାଠାଗାର ବିଜ୍ଞାନ ଗବେଷକ, ଶିକ୍ଷାବିତ୍ ଓ ପ୍ରଯୁକ୍ତି ବିଦ୍ୟା ପ୍ରତି ଆଗ୍ରହ ରଖୁଥିବା ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପାଠାଗାର ପରିସର ମଧ୍ୟରେ ଏଆଇ ଟେକ୍ନୋଲୋଜିର ଏକକୀକରଣ ଏବଂ ଡିଜିଟାଲ ଯୁଗରେ ଏହି ପରିବର୍ତ୍ତନ କିପରି ସେମାନଙ୍କର ଭୂମିକାକୁ ପୁର୍ନପରିଭାଷିତ କରୁଛି ସେ ସଂପର୍କରେ ଆଲୋଚନା କରାଯିବ। ଲାଇବ୍ରେରୀ ଗୁଡ଼ିକର ବିକାଶଶୀଳ ଦୃଶ୍ୟ ଓ ସୁଚନା ପ୍ରବେଶ ଏବଂ ଜ୍ଞାନ ବିସ୍ତାର ନିମନ୍ତେ ଏଆଇକୁ କିପରି ବ୍ୟବହାର କରୁଛନ୍ତି ସେ ସଂପର୍କରେ ଲାଇବ୍ରେରୀ ସାଇନ୍ସ, ଟେକ୍ନୋଲୋଜି ଏବଂ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବିଶିଷ୍ଟ ବକ୍ତାମାନେ ସେମାନଙ୍କର ଜ୍ଞାନ ବାଣ୍ଟିବେ। ବିଭିନ୍ନ ତଥ୍ୟକୁ ଅନୁଧ୍ୟାନ କରି ଭିନ୍ନ ଭିନ୍ନ ପରିସ୍ଥିତିରେ ଯେକୌଣସି ସମୟରେ ସାମାଜିକ ଅଥବା ବ୍ୟକ୍ତିଗତ ଓ ଏଆଇ ର ପ୍ରଭାବ ଉପରେ ଏହି ଅବସରରେ ଅନୁସନ୍ଧାନ କରାଯିବ। ଏହା ଏଆଇ ଓ ପାଠାଗାରର ସଂଯୋଗ ସ୍ଥଳୀକୁ ଅନୁଧ୍ୟାନ କରିବା ପାଇଁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories