www.samajalive.in
Monday, December 15, 2025
15.1 C
Bhubaneswar

ପ୍ରତିଷ୍ଠା ଦିବସରେ ନାଲକୋ କାଳିଦାସ, ଖାରବେଳ ସମ୍ମାନ ପ୍ରଦାନ

ଭୁବନେଶ୍ୱର: କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧୀନରେ ଥିବା ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ୪୨ତମ ପ୍ରତିଷ୍ଠା ଦିବସ ଜାନୁଆରୀ ୭ରେ ନାଲକୋ ମୁଖ୍ୟ କାର୍ୟ୍ୟାଳୟଠାରେ ପାଳିତ ହୋଇଯାଇଛି। କମ୍ପାନୀର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର, ନିର୍ଦେଶକ (ପି ଆଣ୍ଡ ଟି) ଏବଂ ନିର୍ଦେଶକ (ଅର୍ଥ)-ଅତିରିକ୍ତ ଦାୟିତ୍ୱ, ମନସା ପ୍ରସାଦ ମିଶ୍ର, ନିର୍ଦେଶକ (ଉତ୍ପାଦନ) ଏବଂ ନିର୍ଦେଶକ (ବାଣିଜ୍ୟ)-ଅତିରିକ୍ତ ଦାୟିତ୍ୱ ବିଜୟ କୁମାର ଦାସ ଏବଂ ମୁଖ୍ୟ ସତର୍କତା ଅଧିକାରୀ ସୋମନାଥ ହାଂସଦା ଏହି ଅବସରରେ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଏବଂ ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବ୍ୟକ୍ତିବିଶେଷଙ୍କୁ ଏହି ଅବସରରେ ନାଲକୋ ସମ୍ମାନ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ନାଲକୋ କାଳିଦାସ ସମ୍ମାନ ପ୍ରତିଷ୍ଠିତ ଆଧ୍ୟାତ୍ମିକ ଚିନ୍ତକ ତଥା ଲେଖକ ଡ. ଚନ୍ଦ୍ରଭାନୁ ଶତପଥୀଙ୍କୁ ପ୍ରଦାନ କରାଯାଇଥିଲା । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ନାଲକୋ ଖାରବେଳ ସମ୍ମାନ (ଗୁରୁ) ପ୍ରଦାନ କରାଯାଇଥିଲା । ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ମମତା ଓଝା ଏବଂ ହରେକୃଷ୍ଣ ଧଳଙ୍କୁ ନାଲକୋ ଖାରବେଳ (ନୃତ୍ୟଶିଳ୍ପୀ) ସମ୍ମାନ ପ୍ରଦାନ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories