www.samajalive.in
Sunday, December 14, 2025
23.1 C
Bhubaneswar

ଶନିବାର ରାଶିଫଳ (୦୮.୦୧.୨୦୨୨)

ମେଷ: ମଧୁର ଭାଷା ଓ ବ୍ୟବହାରରେ ପରକୁ ଆପଣାର କରିବାର କଳା ଆପଣଙ୍କର ଅଛି। ସାଂଗଠନିକ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ବିରୋଧୀମାନଙ୍କର ବିରୋଧ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ।
ବୃଷ: ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପ୍ରତ୍ୟେକ କାର୍ଯ୍ୟର ପୂର୍ଣ୍ଣାଙ୍ଗ ରୂପରେଖ ଦେବାରେ ସକ୍ଷମ ହେବେ। ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ମିଳିବ।
ମିଥୁନ: ଦୁଃଖୀ-ରଙ୍କୀଙ୍କ ପ୍ରତି ଦୟାର୍ଦ୍ରଚିତ୍ତ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। କୁଳ ଉଳକାରୀ ହେବେ। ବ୍ୟବସାୟ ଲାଭଜନକ ହେବ। ପରିବାର ପ୍ରତି ସ୍ନେହସଦ୍ଦିଚ୍ଛା ଭାବ ରହିବ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗୀ ଓ ବିଳାସୀ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବାର ସୂଚନା ମିଳୁଛି।
ସିଂହ: ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ପ୍ରତିଶୋଧ ପରାୟଣ ହୋଇପାରନ୍ତି। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିବାକୁ ପଡ଼ିବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ତ୍ରୀ ଧନ ପ୍ରାପ୍ତ ହେବ।
କନ୍ୟା: ବନ୍ଧୁମିଳନ ଘଟିପାରେ। ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ଯ୍ୟଶୀଳ ହେବେ। ସୁଶୀଳା ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ରିଷ୍ଟ ଖଣ୍ଡନ ହେବ।
ତୁଳା: ଭାଇମାନଙ୍କ ସହାୟତାରେ ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଉତ୍ତମ ବଚନ କହି ଲୋକଙ୍କ ପ୍ରିୟ ହେବେ।
ବିଛା: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ। ଆର୍ଥିକ ସ୍ରୋତ, ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ବୀ ବ୍ୟକ୍ତିତ୍ବଯୁକ୍ତ ହେବେ।
ଧନୁ: ଦାନ ଓ ଦୟାଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉଦାର ଚରିତଯୁକ୍ତ ହେବେ। ଜ୍ୟୋତିର୍ମୟ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁଖୀ ହେବେ। ସୁସ୍ଥ ରହିବେ। କୃଷିରୁ ଲାଭ ମିଳିବ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ମକର: ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହୋଇପାରନ୍ତି। ମନରେ ପ୍ରସନ୍ନତା ଦେଖା ଦେବ। ବାକ୍ୟ ରୁଚିପୂର୍ଣ୍ଣ ହୋଇପାରେ। ଥଣ୍ଡା-କଫଜନିତ ସାମାନ୍ୟ କ୍ଲେଶ ଉପୁଜିପାରେ। ପ୍ରେମୀ ଓ ସାହସୀ ହେବେ।
କୁମ୍ଭ: ଭାଗ୍ୟର ନିୟନ୍ତ୍ରଣକାରୀ ହେବେ। ଶାଶ୍ବତ ସତ୍ୟର ସନ୍ଧାନ ପାଇପାରନ୍ତି। ପ୍ରତିଷ୍ଠିତ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ଲାଭ କରିବେ।
ମୀନ: ଆୟ ଆଶାନୁରୂପ ହେବ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories