www.samajalive.in
Saturday, December 13, 2025
23.1 C
Bhubaneswar

ନାଲକୋର ଦ୍ୱିତୀୟ ତ୍ରୈମାସର ନିଟ୍ ଲାଭ ଗତ ବର୍ଷ ତୁଳନାରେ ୬୦୦ % ବୃଦ୍ଧି

ଭୁବନେଶ୍ୱର : ନ୍ୟାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ୭୪୮ କୋଟି ଟଙ୍କାର ନିଟ୍ ଲାଭ କରିଛି । ଗତ ଆର୍ଥିକ ବର୍ଷର ଏହି ତ୍ରୈମାସର ନିଟ୍ ଲାଭ ୧୦୭ ଟଙ୍କା କୋଟି ତୁଳନାରେ ଏହି ତ୍ରୈମାସରେ କମ୍ପାନୀର ନିଟ୍ ଲାଭରେ ୬୦୦ପ୍ରତିଶତ ଅଭବୃଦ୍ଧି ଘଟିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ପ୍ରଥମାର୍ଦ୍ଧରେ ନାଲକୋର ନିଟ୍ ଲାଭ ୧୦୯୫ କୋଟି ଟଙ୍କା ହୋଇଛି, ଯାହା ବିଗତ ଦଶନ୍ଧିର ପ୍ରଥମାର୍ଦ୍ଧରେ ହୋଇଥିବା ଏକ ଉଲ୍ଲେଖନୀୟ ସଫଳତା । ଗତବର୍ଷ ପ୍ରଥମାର୍ଦ୍ଧରେ ୧୨୪ କୋଟି ଟଙ୍କା ନିଟ୍ ଲାଭ ହୋଇଥିବା ବେଳେ ଏହା ୭୮୩ ପ୍ରତିଶତ ବୃଦ୍ଧି ପାଇ ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ୧୦୯୫ କୋଟି ଟଙ୍କାରେ ପହଞ୍ଚିଛି ।
ନାଲକୋର ଦ୍ୱିତୀୟ ତ୍ରୈମାସରେ ମୋଟ ଆୟ ଗତବର୍ଷ ତୁଳନାରେ ୫୧ ପ୍ରତିଶତ ବୃଦ୍ଧି ଘଟି ୩୫୯୨ କୋଟି ଟଙ୍କା ହୋଇଛି। ସୂଚନାଯୋଗ୍ୟ ଯେ ଗତ ବର୍ଷ ଏହି ତ୍ରୈମାସରେ ଏହା ୨୩୭୫ କୋଟି ଟଙ୍କା ଥିଲା ।
ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ନାଲକୋ ଉତ୍ପାଦନ ସମ୍ୱନ୍ଧୀୟ ସମସ୍ତ କ୍ଷେତ୍ରରେ ଯଥା ବକ୍ମାଇଟ୍, ଅଲୁମିନା ଏବଂ ଆଲୁମିନିୟମ୍ ଉତ୍ପାଦନରେ ବିଗତ ବର୍ଷଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଅଛି ।୨୦୨୧-୨୨ ଦ୍ୱିତୀୟ ତ୍ରୈମାସରେ ବକ୍ମାଇଟ୍ ଉତ୍ପାଦନ ୧୮.୮୮ ଲକ୍ଷ ଟନ୍ ହୋଇଥିବା ବେଳେ ଗତ ବର୍ଷ ଏହି ଅବଧିରେ ୧୭.୦୪ ଲକ୍ଷ ଥିଲା । ସେହିପରି ଆଲୁମିନା ହାଇଡ୍ରେଟ୍ ଉତ୍ପାଦନ ୫.୩୦ ଲକ୍ଷ ଟନ୍ ହୋଇଛି ଯାହା ଗତ ବର୍ଷ ଏହି ସମୟରେ ୪.୮୭ ଲକ୍ଷ ଟନ୍ ଥିଲା । ଆଲୁମିନିୟମ୍ ଉତ୍ପାଦନ ମଧ୍ୟ ୧.୧୪ଲକ୍ଷ ଟନ୍ ହୋଇଅଛି ଯାହା ଗତ ବର୍ଷ ଏହି ଅବଧିରେ ୧.୦୬ ଲକ୍ଷ ଟନ୍ ଥିଲା ।

ବିକ୍ରୟ କ୍ଷେତ୍ରରେ ମଧ୍ୟ ନାଲକୋ ଏହି ତ୍ରୈମାସରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହୋଇଥିବା ୦.୯୧ ଲକ୍ଷ ମେଟ୍ରିକ ଟନ ତୁଳନାରେ ଦ୍ୱିତୀୟ ତ୍ରୈମାସରେ ୧.୨୬ ଲକ୍ଷ ମେଟ୍ରିକ ଟନ୍ଆ ଲୁମିନିୟମ ଧାତୁ ବିକ୍ରୟ କରିଛି । ଚଳିତ ଦ୍ୱିତୀୟ ତ୍ରୈମାସରେ ଦୃଢ଼ ଅଭିବୃଦ୍ଧି ସହିତ ସମୁଦାୟ ଆଲୁମିନା ବିକ୍ରୟ୧୧ % ବୃଦ୍ଧି ହୋଇ୩.୧୮ ଲକ୍ଷ ମେଟ୍ରିକ୍ ଟନ୍ ହୋଇଛି ଯାହାଗତବର୍ଷ ଏହି ଅବଧିରେ୨.୮୬ ଲକ୍ଷ ମେଟ୍ରିକ ଟନ୍ ଥିଲା ।

- Advertisement -

ଦ୍ୱିତୀୟ ତ୍ରୈମାସିକ ସଫଳତା ଉପରେ ପ୍ରତିକ୍ରିୟା ପ୍ରକାଶ କରି ନାଲକୋର ଅଧ୍ୟକ୍ଷ ଶ୍ରୀ ଶ୍ରୀଧର ପାତ୍ର, କମ୍ପାନୀର ଉତ୍ପାଦନ ଏବଂ ବ୍ୟବସାୟରେ ଉଲ୍ଲେଖନୀୟ ଅଭବୃଦ୍ଧି ଘଟିଥିବାରୁ କର୍ମଚାରୀ ମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କୋଭିଡ୍ ମହାମାରୀର ପ୍ରଭାବ ଏବଂ ବଜାରର ଅପ୍ରତ୍ୟାଶିତ ଆହ୍ୱାନ ସତ୍ତ୍ୱେ କମ୍ପାନୀ ନିଜର ପ୍ରତିସ୍ପର୍ଦ୍ଧା ବଜାୟ ରଖିବା ସହ ବଜାର ସ୍ଥିତିକୁ ସୁଦୃଢ଼ କରି ପାରିଛି, ଯାହା କର୍ମଚାରୀମାନଙ୍କର ଦଳଗତ ଉଦ୍ୟମ ଏବଂ ଦୃଢ଼ ଇଚ୍ଛାଶକ୍ତିକୁ ପ୍ରତିଫଳିତ କରୁଅଛି ବୋଲି ଶ୍ରୀ ପାତ୍ର ମତ ପ୍ରକାଶ କରିଛନ୍ତି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories