www.samajalive.in
Thursday, December 11, 2025
26.1 C
Bhubaneswar

‘ସୌରଶକ୍ତି ସମ୍ପନ୍ନ ରାଉରକେଲା’ ପ୍ରକଳ୍ପର ଶୁଭାରମ୍ଭ : ସ୍ମାର୍ଟ ସିଟିକୁ ସବୁଜ ଶକ୍ତି ହବ୍‌ରେ ପରିଣତ କରିବାକୁ ଲକ୍ଷ୍ୟ

ରାଉରକେଲା :  ବିଭିନ୍ନ ପ୍ରକାରର ପାରମ୍ପରିକ ଶକ୍ତି ଓ ଇନ୍ଧନର ବ୍ୟବହାର ଦ୍ୱାରା ଆମ ପରିବେଶ ଉପରେ କୁପ୍ରଭାବ ପଡୁଛି । ବାୟୁମଣ୍ଡଳରେ ଅଧିକ ପରିମାଣର ଅଙ୍ଗାରକାମ୍ଳ ସୃଷ୍ଟି ହେବାରୁ ଏହା ଜଳବାୟୁ ପରିବର୍ତ୍ତନର କାରଣ ପାଲଟିଛି । ତେଣୁ ଏହାର ମୁକାବିଲା ଲାଗି ପରିବେଶ ଅନୁକୂଳ ସୌରଶକ୍ତିର ବ୍ୟବହାର କରି ସହରାଞ୍ଚଳରେ ପ୍ରଦୂଷଣ କମାଇବା ପାଇଁ ଏବେ ସାରା ବିଶ୍ୱ ଗୁରୁତ୍ୱ ଦେଉଛି । ସେହି କ୍ରମରେ ସ୍ମାର୍ଟ ସିଟି ରାଉରକେଲାକୁ ସବୁଜ ଶକ୍ତି ହବ୍‌ରେ ପରିଣତ କରିବା ପାଇଁ ସୌରଶକ୍ତି ସମ୍ପନ୍ନ ରାଉରକେଲା’ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି।
ରାଉରକେଲା ମହାନଗର ନିଗମ ଓ କୋଏଲ ଫ୍ରେସ୍‌ର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ, ଅତ୍ୟାଧୁନିକ ପରିମଳ ସେବାରେ କାମ କରୁଥିବା ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପରଭାଇଜରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ। ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ସେମାନେ ଲୋକଙ୍କୁ ସଚେତନ କରିବେ। ତେଣୁ ମହାନଗର ନିଗମର କାଉନସିଲ୍‌ ହଲ୍‌ରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ସେମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଇଛି।
ରାଉରକେଲା ସହରରେ ସୌରଶକ୍ତିର ବ୍ୟାପକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସାଧାରଣ ଲୋକଙ୍କ କୋଠା ଉପରେ ସୋଲାର ପ୍ୟାନେଲ ସ୍ଥାପନ କରାଯିବ। ଫଳରେ ପ୍ରଦୂଷଣ କମିବ ଓ ବିଭିନ୍ନ ଶକ୍ତି ସଞ୍ଚୟ ହେବ । ଏହାଦ୍ୱାରା ରାଉରକେଲାକୁ ଗ୍ରୀନ ଏନର୍ଜି ହବ୍‌ ଭାବେ ପରିଣତ କରିବାର ଯେଉଁ ଲକ୍ଷ୍ୟ ରହିଛି, ତାହା ପୂରଣ ହୋଇପାରିବ ବୋଲି କହିଛନ୍ତି ରାଉରକେଲା ମହାନଗର ନିଗମ କମିଶନର ତଥା ସ୍ମାର୍ଟ ସିଟି ସିଇଓ  ଦିବ୍ୟଜ୍ୟୋତି ପରିଡ଼ା।
ପ୍ରଥମ ପର୍ଯ୍ୟାୟରେ କୋଏଲ ନଗର, ସିଭିଲ ଟାଉନ୍‌ସିପ୍‌ ଏବଂ ଛେଣ୍ଡ୍‌ ଅଞ୍ଚଳର ବାସିନ୍ଦାଙ୍କ ଘର ଛାତ ଉପରେ ସୋଲାର ପ୍ୟାନେଲ୍‌ ବସାଇବା ଲାଗି ଯୋଜନା ରହିଛି। ଏହି ପ୍ରକଳ୍ପ ହେବା ଫଳରେ ସହରରେ ସୌରଶକ୍ତିର ବ୍ୟାପକ ବ୍ୟବହାର ସମ୍ପର୍କରେ ସହରବାସୀ ସଚେତନ ହେବେ। ସାଧାରଣ ଲୋକ ମଧ୍ୟ ଘରେ ସୋଲାର ପ୍ୟାନେଲ ବସାଇ ସୌରଶକ୍ତି ଉତ୍ପାଦନ କରି ନିଜର ଆବଶ୍ୟକତା ପୂରଣ କରିପାରିବେ। ଏ ଦିଗରେ ସେମାନଙ୍କୁ ସଚେତନ କରିବା ପାଇଁ ମହାନଗର ନିଗମର ସ୍ଵଚ୍ଛ ସାଥୀମାନେ ପ୍ରଶିକ୍ଷଣ ନେଇଛନ୍ତି।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମହାନଗର ନିଗମ କମିଶନର ଶ୍ରୀ ପରିଡ଼ା, ଉପ କମିଶନର  ସୁଧାଂଶୁ ଭୋଇ,  ସୀତାଦେବୀ ମାଝି, ଡକ୍ଟର ଗୌରବମୟ ପ୍ରଧାନ ଓ କୋଏଲ ଫ୍ରେସ୍‌ର ଉପଦେଷ୍ଟା ପ୍ରବୋଧ ରଞ୍ଜନ ପାଢ଼ୀ ଉପସ୍ଥିତ ଥିଲେ।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories