ନବରଙ୍ଗପୁର : ନିଜକୁ ଗୃହ ବିଭାଗର କର୍ମଚାରୀ କହି ପୁଲିସ ଚାକିରୀ ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ କରିଥିବା ଜଣେ ଅଭିଯୁକ୍ତକୁ ନବରଙ୍ଗପୁରରୁ ଉଠାଇନେଲା ରାଜ୍ୟ ଅର୍ଥନୈତିକ ଅପରାଧ ଶାଖା।
ଗତ କିଛି ବର୍ଷ ହେବ ନିଜକୁ ଗୃହବିଭାଗର ଅଫିସର ଏବଂ କର୍ମଚାରୀ କହି ଲୋକଙ୍କୁ ପୁଲିସ ଚାକିରୀ ଦେବା ନାରେ ୩୮ ଜଣ ଆଶାୟୀଙ୍କ ଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା ଘଟଣା ପଦାକୁ ଆସିବା ପରେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ତନାଘନା ଆରମ୍ଭ କରାଯାଇଥିଲା। ଫୋନ କୁ ଟ୍ରାକ କରି ଇଓଡବ୍ଲ୍ୟୁ ଗତକାଲି ନବରଙ୍ଗପୁର ରେ ପହଞ୍ଚିଥିଲା। ନବରଙ୍ଗପୁର ଏସପିଙ୍କ ନିର୍ଦେଶରେ ନବରଙ୍ଗପୁର ଥାନାର ଗୋଟିଏ ଟିମ ସହ ଇଓଡବ୍ଲ୍ୟୁ ଟିମ୍ ନବରଙ୍ଗପୁର ଥାନା ଅନ୍ତର୍ଗତ ପକନାଗୁଡା ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ବୈକୁଣ୍ଠ ନାୟକଙ୍କୁ ତାଙ୍କ ଶ୍ବଶୁର ଘରୁ ଠାବ କରିବା ସହ ଅଭିଯୁକ୍ତ ଠାରୁ ୧୨ ଟି ଏଟିଏମ କାର୍ଡ ଏବଂ ନକଲି ପରିଚୟ ପତ୍ର ଜବତ କରିଥିଲା। ଏବଂ ତା ନାମରେ ଥିବା ସମସ୍ତ ଏକାଉଣ୍ଟକୁ ଫ୍ରିଜ୍ କରିଛି। ଅଭିଯୁକ୍ତକୁ ଥାନାକୁ ଆଣିବା ପରେ ଇଓଡବ୍ଲ୍ୟୁକୁ ହସ୍ତାନ୍ତର କରିଥିଲେ ନବରଙ୍ଗପୁର ପୁଲିସ। ଅଭିଯୁକ୍ତକୁ ଭୁବନେଶ୍ୱର ନେଇ ଅଧିକ ପଚରା ଉଚରା କରାଯିବ ବୋଲି ସୂଚନା ମିଳିଥିବା ବେଳେ ବୈକୁଣ୍ଠ ନିଜକୁ ଗୃହବିଭାଗର ସ୍ୱେକ୍ସେନ ଅଫିସର କହି ଜାଲ ପରିଚୟ ପତ୍ର ତିଆରି କରି ଲୋକଙ୍କୁ ଠକୁଥିଲା ବୋଲି ନବରଙ୍ଗପୁର ପୁଲିସ ସୂଚନା ଦେଇଅଛି



