www.samajalive.in
Tuesday, December 9, 2025
15.1 C
Bhubaneswar

୪.୦୯ କୋଟି ଟପିଲା ଟିକାକରଣ ; ଏଣିକି ଗାଁକୁ ଦିଆଯିବ ପ୍ରାଥମିକତା : ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ୱର : ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ଶୁକ୍ରବାର ରାଜ୍ୟରେ ଟିକାକରଣ ସଂଖ୍ୟା ୪ କୋଟି ଟପିଛି । ଶୁକ୍ରବାର ରାଜ୍ୟର ୨୩୧୭ଟି କେନ୍ଦ୍ରରେ ଟିକାକରଣ କରାଯାଇଥିଲା । ଏଥିରେ ୨ଲକ୍ଷ ୨୦ହଜାର ୩୭୫ ହିତାଧିକାରୀ ଟିକା ନେବା ପରେ ରାଜ୍ୟର ଟିକାକରଣ ସଂଖ୍ୟା ୪ କୋଟି ୯୪ହଜାର ୬୬୦ରେ ପହଞ୍ଚିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟବାସୀଙ୍କୁ ପ୍ରଥମ ପାନ ଟିକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଅତିରିକ୍ତ ଟିକାକରଣ କେନ୍ଦ୍ର ଖୋଲାଯାଉଛି, ରାଜ୍ୟରେ ଏବେ ୨୪୦୦ କେନ୍ଦ୍ରରେ ଟିକାକରଣ କରାଯାଉଛି। ଆଗାମୀ ଦିନରେ ଗ୍ରାମାଞ୍ଚଳରେ ଟିକାକରଣକୁ ପ୍ରାଥମିକତା ଦିଆଯିବ। ଯେଉଁ ଗାଁରେ ୧୦୦ରୁ ଅଧିକ ଲୋକ ଟିକା ନେଇ ନ ଥିବା ଜଣାପଡିବ ସେଠାରେ ସ୍ବତନ୍ତ୍ର କେନ୍ଦ୍ର ଖୋଲାଯାଇ ଟିକାକରଣ କରାଯିବ । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି ଯେ ଅନ୍ୟ ଦେଶରେ ସଂକ୍ରମଣ ବଢ଼ି ଚାଲିଛି। ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସତର୍କ ଜାରି କରାଯାଇଛି। ଭାରତରେ ସଂକ୍ରମଣ ବଢ଼ି ନଥିବାବେଳେ ରାଜ୍ୟରେ ସଂକ୍ରମଣ କ୍ରମଶଃ ହ୍ରାସ ପାଉଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପରାମର୍ଶକୁ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ । ଏବେ କରୋନାର ନୂତନ ଭୂତାଣୁ ଆସୁଥିବାରୁ ଏହାକୁ ନେଇ ‘ବୁଷ୍ଟର ଡୋଜ୍’ ଦିଆଯିବ କି ନାହିଁ ସେନେଇ ତର୍ଜମା ଚାଲିଛି । ଯେପର୍ଯ୍ୟନ୍ତ ବିଶେଷଜ୍ଞ ପ୍ରତିନିଧି ମଣ୍ଡଳୀ ଏନେଇ ପରାମର୍ଶ ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories