www.samajalive.in
Saturday, December 13, 2025
21.1 C
Bhubaneswar

ଯୌନଦାସୀରୁ ନୋବେଲ ବିଜୟିନୀ ନାଦିଆ

ନୂଆଦିଲ୍ଲୀ : ଯୁଦ୍ଧ ସମୟରେ ଯୌନ ହିଂସା ଭଳି ଅଙ୍ଗେ ନିଭା ଅତ୍ୟାଚାର ବିରୋଧରେ ସ୍ୱର ଉଠାଇ ବିଶ୍ୱବ୍ୟାପୀ ଉକ୍ତ ବର୍ବରୋଚିତ ଅପରାଧ ରୋକିବା ଦିଗରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଛନ୍ତି ଚଳିତବର୍ଷର ନୋବେଲ ପୁରସ୍କାର ବିଜୟିନୀ ମାନବିକ ଅଧିକାର କର୍ମୀ ନାଦିଆ ମୁରାଦ। ଉତ୍ତର ଇରାକର କାଚୋ ଗ୍ରାମରେ ୟାଜିଦି ସମ୍ପ୍ରଦାୟରେ ଜନ୍ମ ଲାଭ କରିଥିବା ମୁରାଦ ନିଜେ ଇସ୍‍ଲାମିକ୍‍ ଷ୍ଟେଟ୍‍ସର ଆତଙ୍କବାଦୀଙ୍କ କ୍ରୂରତାର ଶିକାର ହୋଇଛନ୍ତି। ଜିହାଦ ନାମରେ ହିଂସା ଘଟାଉଥିବା ଆତଙ୍କବାଦୀମାନେ ତାଙ୍କ ପରିବାରର ୧୮ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ତାଙ୍କୁ ବାରମ୍ବାର ଯୌନ ନିର୍ଯାତନା ଦେଇଛନ୍ତି। ଏପରିକି ଜଣେ ଜିହାଦୀଙ୍କୁ ବିବାହ କରିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା। ତିନିମାସର ଭୟଙ୍କର ନିର୍ଯାତନା ପରେ ମୁରାଦ ୟାଜିଦିମାନଙ୍କୁ ସହଯୋଗ କରୁଥିବା ଏକ ସଂଗଠନ ସହାୟତାରେ ଆତଙ୍କବାଦୀଙ୍କ କବଳରୁ ଖସିଆସି ଜର୍ମାନୀରେ ପହଞ୍ଚିଥିଲେ। ବର୍ତ୍ତମାନ ସେ ଜର୍ମାନୀରେ ହିଁ ବାସ କରୁଛନ୍ତି। ସେଠାରେ ରହି ସେ ନିଜ ଉପରେ ବିତିଯାଇଥିବା ଅତ୍ୟାଚାରର କାହାଣୀ ନିର୍ଭୀକତାର ସହ ବିନା ଦ୍ୱିଧାରେ ପ୍ରକାଶ କରିଥିଲେ। ‘ଆୱାର ପିପୁଲ୍ସ ଫାଇଟ’ ଶୀର୍ଷକ ଏକ ସଂଗଠନ ପ୍ରତିଷ୍ଠା କରି ୟାଜିଦି ସମ୍ପ୍ରଦାୟର ସହଯୋଗରେ ଇସ୍‍ଲାମିକ୍‍ ଷ୍ଟେଟସ୍‍କୁ ଅନ୍ତର୍ଜାତୀୟ ଅପରାଧ କୋର୍ଟକୁ ଟାଣି ଆଣିବାରେ ସକ୍ଷମ ହୋଇଥିଲେ। ୨୦୧୬ରେ ତାଙ୍କୁ ମାନବଚାଲାଣରୁ ସୁରକ୍ଷା ପାଇଥିବା ଲୋକଙ୍କ ସମ୍ମାନ ନିମନ୍ତେ ଜାତିସଂଘର ପ୍ରଥମ ସଦ୍‍ଭାବନା ପ୍ରତିନିଧି ନିଯୁକ୍ତ କରାଯାଇଥିଲା। ସ୍ୱଳ୍ପ ଏବଂ ମିଷ୍ଟଭାଷୀ ମୁରାଦ ଏବେ ବିଶ୍ୱସ୍ତରରେ ନିଜ ସମ୍ପ୍ରଦାୟର ଲୋକଙ୍କ ସ୍ୱର ପାଲଟିଛନ୍ତି। ଏଥିସହ ଜିହାଦୀମାନଙ୍କ କାର୍ଯ୍ୟକଳାପ ବିରୋଧରେ ମଧ୍ୟ ସେ ସ୍ୱର ଉତ୍ତୋଳନ କରିଛନ୍ତି। ତାଙ୍କଦ୍ୱାରା ଲିଖିତ ‘ଦି ଲାଷ୍ଟ ଗାର୍ଲ’ରେ ସେ ଇରାକର ଗ୍ରାମୀଣ ପରିବେଶରେ ତାଙ୍କ ବାଲ୍ୟକାଳର ସ୍ମତି ବର୍ଣ୍ଣନା କରିଛନ୍ତି। ଇସ୍‍ଲାମିକ୍‍ ଷ୍ଟେଟ୍‍ର ଆତଙ୍କବାଦୀମାନେ ଗଣହତ୍ୟା ଘଟାଇ କିଭଳି ତାଙ୍କ ସମ୍ପ୍ରଦାୟକୁ ଧ୍ୱଂସ କରିଥିଲେ ଏବଂ ଅକଥନୀୟ ନିର୍ଯାତନା ପରେ ସେ କିଭଳି ନିଜ ଦେଶ ଛାଡି ଜର୍ମାନୀ ଚାଲିଆସିଥିଲେ ସେ ସମ୍ବନ୍ଧୀୟ ଲୋମହର୍ଷଣକାରୀ କାହାଣୀ ଉକ୍ତ ପୁସ୍ତକରେ ଲିପିବଦ୍ଧ ରହିଛି। ତେବେ ଯୁଦ୍ଧ ସମୟରେ ଯୌନ ଅପରାଧକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରିବାର ଧାରା ବନ୍ଦ କରିବା ଦିଗରେ ତାଙ୍କର କାର୍ଯ୍ୟକୁ ନୋବେଲ କମିଟି ସ୍ୱୀକୃତି ଦେଇଛି। ଏହା ପୂର୍ବରୁ ସେ ହାଭେଲ ମାନବିକ ଅଧିକାର ପୁରସ୍କାର ପାଇଛନ୍ତି।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories