www.samajalive.in
Monday, December 8, 2025
16.1 C
Bhubaneswar

ନିଆରା ନଡ଼ିଆ ଲଢେଇ ପରମ୍ପରା

ସୁଆଣ୍ଡୋ: ଗହ୍ମା ପୂର୍ଣ୍ଣମୀ ଅବସରରେ ସାକ୍ଷୀଗୋପାଳର ବିଭିନ୍ନ ସ୍ଥାନରେ ୨ ଦିନ ଧରି ନଡ଼ିଆ ଲଡେଇ ହୋଇଯାଇଛି। ଏହି ପରମ୍ପରା ସାକ୍ଷୀଗୋପାଳ ଅଞ୍ଚଳରେ କାହିଁ କେଉଁ କାଳରୁ ରହିଆସିଛି। କରୋନା କଟକଣା ଯୋଗୁ ଦୁଇବର୍ଷ ନଡିଆ ଲଢେଇ ବନ୍ଦ ରହିଥିଲା । ଚଳିତ ବର୍ଷ ବଡ଼ ଉତ୍ସାହ ସହକାରେ ଏହା କରାଯାଉଛି। ସାକ୍ଷୀଗୋପାଳ ମନ୍ଦିର ଦୋଳବେଦୀ ଛକ, ବସଷ୍ଟାଣ୍ଡ, ବନୱପୁର, ଅଳଗୁମ, କାଦୁଆ, ପଟ୍ଟନାୟିକିଆ, ହରିଆବୁଢ଼ା ମନ୍ଦିର, ବରାଳ ମନ୍ଦିର, ବଳପୁର, ଆନନ୍ଦପୁର, ସାରଙ୍ଗଯୋଡି, ଗବକୁଣ୍ଡ , ଚିଲପାଟଣା ମେଳଣ ପଡିଆ, ଗୁଆଳିଗୋରଡା ବାଲି ଉପର, ବୁଢାକେରା ରମାବଜାର, ପାଣିଛତ୍ର ମେଳଣ ପଡିଆ, ବଳପୁର ଆଦି ବିଭିନ୍ନ ଗ୍ରାମ ବଜାର ଛକରେ ନଡ଼ିଆ ଲଢେଇ ପ୍ରତିଯୋଗୀତା ହୋଇଯାଇଛି । ଏଥି ନିମନ୍ତେ ଯୁବକମାନଙ୍କ ମଧ୍ୟରେ ବିଶେଷ ଆଗ୍ରହ ପ୍ରକାଶ ପାଇଥିବା ଦେଖିବାକୁ ମିଳିଥିଲା । ଏହି ନଡିଆ ଲଢେଇରେ ଭାଗ ନେବା ପାଇଁ ସ୍ୱତନ୍ତ୍ର ପ୍ରଜାତିର ନଡିଆ ଅଛି । ବିଶେଷ କରି ସେ ନଡିଆର ସଢ଼େଇ ୟଗୁଡିକ ଅଧିକ ମୋଟ ବା ଟାଣ । ନଡ଼ିଆର ଆଖି ପାଖରୁ କିଛି ଅଂଶର ସଢ଼େଇ ଟାଣ ଥାଏ । ଯାହା ଫଳରେକି ଉକ୍ତ ନଡ଼ିଆକୁ ମାଡ ଦେଲେ ମଧ୍ୟ ନଡିଆଟି ସହଜରେ ଭାଙ୍ଗି ନଥାଏ । ଏହାକୁ ଆଗରୁ ନଡିଆ ଲଢ଼େଇରେ ଆଗ୍ରହୀ ଯୁବକମାନେ ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରିଥାନ୍ତି । ଏହି ନଡିଆଗୁଡିକ ଅନ୍ୟ ସାଧାରଣ ନଡିଆ ଅପେକ୍ଷା ଅଧିକ ଦର ହୋଇଥାଏ । ଗୋଟିଏ ଲଢେଇ ନଡିଆର ଦାମ୍ ୩ରୁ ୪ ଶହ ଟଙ୍କାରେ ଗଛ ମାଲିକ ବିକିଥାଆନ୍ତି । କେଉଁଠି କେଉଁଠି ନଡ଼ିଆ ହାତରେ ଧରି ମାଡ କରୁଥିବା ବେଳେ ଅନ୍ୟ କେତେକ ଜାଗାରେ ନଡିଆକୁ ଅଳ୍ପ ଦୂରରୁ ପିଙ୍ଗା ଯାଇଥାଏ । ନଡିଆକୁ ନଡିଆ ମାଡ ହୋଇଥାଏ । ଏପରିକି ନଡିଆ ମାଡକୁ ନଡିଆ ମାଡ ନହୋଇ ପାରିଲେ ପାଖରେ ଠିଆ ହୋଇ ଏହି ଦୃଶ୍ୟ ଦେଖୁଥିବା ଦେଖାଣାହାରୀମାନଙ୍କ ଦେହରେ ମାଡ ହୋଇଥାଏ । ଯେଉଁ ନଡିଆଟି ଭାଙ୍ଗିଯାଇଥାଏ ସେ ନଡିଆର ମାଲିକ ହାରିଲା ବୋଲି ଗଣାଯାଇଥାଏ । ଭାଙ୍ଗି ଯାଇଥିବା ନଡିଆଟିକୁ ବିଜେତା ନେଇ ଯାଇଥାନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories