www.samajalive.in
Sunday, December 14, 2025
17.1 C
Bhubaneswar

ମେଣ୍ଟକୁ ନା କଲେ ନବୀନ

ନୂଆଦିଲ୍ଲୀ: ବିଜୁ ଜନତା ଦଳ (ବିଜେଡି) କୌଣସି ପ୍ରକାର ରାଜନୈତିକ ମେଣ୍ଟରେ ସାମିଲ ନହୋଇ ନିଜର ସ୍ୱାଧୀନତା ବଜାୟ ରଖିବ ଏବଂ ଏକା ଚାଲିବାକୁ ପସନ୍ଦ କରିବ ବୋଲି ଦଳର ମୁଖ୍ୟ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନଙ୍କୁ ଆଗାମୀ ଲୋକସଭା ଏବଂ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପଚରାଯିବାରେ ସେ କହିଥିଲେ, ସେଥିପାଇଁ ଢେର୍‍ ଦିନ ବାକି ଅଛି। ଏବେଠାରୁ ସେ ସମ୍ପର୍କରେ ମତ ଦେବା ସମୀଚୀନ ହେବନାହିଁ। ସମୟ ଆସିଲେ ତାହା ଉପରେ ବିଚାର କରାଯିବ। ତେବେ ସେ ସ୍ପଷ୍ଟ କରିଦେଇଥିଲେ ଯେ କୌଣସି ରାଜନୈତିକ ମେଣ୍ଟରେ ସାମିଲ ନହୋଇ ବିଜେଡି ନିଜର ନିରପେକ୍ଷତା ବଜାୟ ରଖିବାକୁ ପସନ୍ଦ କରିବ। ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ମତଦେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ କହିଥିଲେ, ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେଉଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ। ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀତ୍ୱ ଉପରେ ତାଙ୍କ ଦଳର ଆଭିମୁଖ୍ୟ ନିର୍ଭର କରିବ।

ସୂଚନାଯୋଗ୍ୟ ଯେ ୨୦୧୭ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନ୍‍ଡିଏ ପ୍ରାର୍ଥୀ ରାମ ନାଥ କୋବିନ୍ଦଙ୍କୁ ସମର୍ଥନ ଜଣାଇଥିଲା। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଏନ୍‍ଡିଏ ପ୍ରାର୍ଥୀଙ୍କୁ ଜିତାଇବାକୁ ମୋଟ ଭୋଟ ମଧ୍ୟରୁ ୧.୨% କମ୍‍ ରହୁଛି। ସେଥିପାଇଁ ବିଜେଡିର ସମର୍ଥନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇପଡ଼ିଛି। ସଂସଦର ଉଭୟ ସଦନରେ ଦଳର ମୋଟ ୨୧ ଜଣ ସାଂସଦ ଥିବାବେଳେ ନବୀନ ୩.୨% ଭୋଟ ନିୟନ୍ତ୍ରଣ କରୁଛନ୍ତି, ଯାହା ସହାୟତାରେ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନ୍‍ଡିଏ ସଫଳତା ହାସଲ କରିପାରିବ। ଏହି ପରିପ୍ରେକ୍ଷୀରେ ନବୀନ ସ୍ପଷ୍ଟ କରିଦେଇଥିଲେ ଯେ ସବୁ କ୍ଷେତ୍ରରେ ତାଙ୍କ ଦଳ ନିଜର ସ୍ୱାଧୀନତାକୁ ଅଗ୍ରାଧିକାର ଦେବ। ସୂଚନାଯୋଗ୍ୟ ଯେ ଦେଶଣ ରାଷ୍ଟ୍ରପତି ୭୭୬ ସାଂସଦ ଏବଂ ୪୧୨୦ ବିଧାୟକଙ୍କ ମତଦାନରେ ନିର୍ବାଚିତ ହୋଇଥାନ୍ତି। ଯାହା ଜଣାଯାଇଛି, କେନ୍ଦ୍ର ସରକାର ତାଙ୍କର ମିତ୍ରଦଳ ଏବଂ ସମର୍ଥନକାରୀ ୱାଇଏସ୍‍ଆର କଂଗ୍ରେସ ଏବଂ ବିଜେଡି ସହିତ ଆଲୋଚନା ଜରିଆରେ ଏକ ସହମତିରେ ପହଞ୍ଚିବା ଯୋଜନା ରଖିଛନ୍ତି। ଆଞ୍ଚଳିକ ଦଳଗୁଡିକ ମଧ୍ୟରେ ବିଜେଡି ସହିତ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ, ଏମକେ ଷ୍ଟାଲିନଙ୍କ ଡିଏମ୍‍କେ, ଉଦ୍ଧବ ଠାକ୍‍ରେଙ୍କ ଶିବସେନା ଏବଂ କେ ଚନ୍ଦ୍ରଶେଖର ରାଓଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଯାଉଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories