ଓଡ଼ିଶାରେ କୋଇଲା ସଙ୍କଟ ନାହିଁ – ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟ ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ କୋଇଲା ସଙ୍କଟ ନାହିଁ । ଅନ୍ୟ ରାଜ୍ୟରେ କୋଇଲା ପହଞ୍ଚିପାରୁ ନ ଥିବାରୁ ଦିନକୁ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ୍ ହେଉଛି । କିନ୍ତୁ ଓଡ଼ିଶାରେ ସେଭଳି ସ୍ଥିତି ନାହିଁ । ରାଜ୍ୟରେ କୋଇଲା ଗଚ୍ଛିତ ରହିଛି । ତେଣୁ ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଯୋଗାଇ ଦେବାପାଇଁ ଏମସିଏଲ ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦିଆଯାଇଛି । ଶକ୍ତି ଉତ୍ପାଦନ ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି।

Comments are closed.