www.samajalive.in
Monday, December 15, 2025
27.1 C
Bhubaneswar

ନବରଙ୍ଗପୁର ପ୍ରତି ରାଜ୍ୟ ସରକରଙ୍କର ବୈମାତୃକ ମନୋଭାବ – ବିଜେପି

ନବରଙ୍ଗପୁର: ରାଜ୍ୟ ସରକାର ସବୁ କ୍ଷେତ୍ରରେ ନବରଙ୍ଗପୁରଜିଲାକୁ ଅବହେଳା କରୁଥିବା ଓ ବୈମାତୃକ ମନୋଭାବ ରଖୁଥିବା (ଭାରତୀୟ ଜନତାପାର୍ଟି) ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଜିଲାକୁ ଅବହେଳା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କର ଏହି ଜିଲାର ବିଜେଡି ଜିଲା ସଭାପତି, ପୂର୍ବତନମନ୍ତ୍ରୀ ତଥା ବର୍ତ୍ତମାନର ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ସମପରିମାଣରେ ଦାୟୀ ଅଟନ୍ତି। କେନ୍ଦ୍ର ସରକାର ଦେଇଥିବା ୮୧୭୦୦୦ରୁ ଅଧିକ ପ୍ରଧାନମନ୍ତ୍ରୀ ଅବାସ ଯୋଜନାକୁ ଏହିଜିଲା ବାଦ ପଡିଲା କାହିଁକି ବୋଲି ପ୍ରଶ୍ନ କରାଯାଇଛି। ବିଜୁ ଏକ୍ସପ୍ରେସ ହାଇୱେ ଯୋଜନାରୁ ଏହି ଜିଲା ବାଦ ପଡିଲା କାହିଁକି। ଟୀକାକରଣ ରେ ରାଜ୍ୟସରକାର ଫେଲ ମାରିଲା ପରେ କେନ୍ଦ୍ର ସରକାର ପ୍ରତିଶୃତି ପ୍ରକାରେ ଟୀକା ଯେଗାଇଦେଲେ। ହେଲେ ନିର୍ବାଚନ ପ୍ରଚାର ଭଳି ଟୀକାଦାନ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କର ଫୋଟ ଲଗାଇ ପ୍ରଚାରପତ୍ର କାହିଁକି ବଣ୍ଟନ କରାଯାଉଛି। ଯଦି ଫଟୋ ଲଗାଯାଏ ତାହାହେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲଗାଯାଉ। ଜିଲାବାସୀଙ୍କର ଏହି ସୁବିଧା ପାଇବା ପାଇଁ ହକଦାର ଅଟନ୍ତି। ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ଜିଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସମ୍ମାଦିକ ସମ୍ମିଳନୀରେ ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ତଥା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୈାରୀଶଙ୍କର ମାଝୀ, ଜିଲାଉପସଭାପତି ସୁରେନ୍ଦ୍ର କୁମାର ବିଷୋୟୀ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶର୍ମିଷ୍ଠା ଦେଓ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅରୁଣ ପୂଜାରୀ ,ଜିଲା ପଛୁଆବର୍ଗ ସଭାପତି ଦୈତାରୀ ମାଝୀ, ଜିଲା ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ, ନଗର ସଭାପତି ପିଣ୍ଟୁମିଶ୍ର, ଭିକିଜେନା ଓ ବିନୁ ସୁନା ପ୍ରମୂଖ ଉପସ୍ଥିତ ଥିଲେ। ଏହି ଅବସରରେ ଦଳ ପକ୍ଷରୁ ନବନିଯୁକ୍ତ ରାଜ୍ୟ ବିଜେପି ଆଦିବାସୀ ମୋର୍ଚ୍ଚା ସଭାପତି ନିତ୍ୟାନନ୍ଦ ଗଣ୍ଡଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories