www.samajalive.in
Saturday, December 13, 2025
14.1 C
Bhubaneswar

କୋଷ୍ଟାଲ ହାଇୱେ ଓଡ଼ିଶା ଚାଷ ଓ ଚାଷୀ ବିରୋଧି : ପଞ୍ଚାନନ

ଭୁବନେଶ୍ୱର : ଭାରତମାଳା ଯୋଜନାରେ ନିର୍ମାଣ ହେବାକୁ ଯାଉଥିବା କୋଷ୍ଟାଲ ହାଇୱେ ରାଜ୍ୟର ସମୁଦ୍ର ତଟବର୍ତ୍ତୀ ଠାରୁ ୪୦୦ କି.ମି. ଲମ୍ବରେ ହେବ। ଏଥିପାଇଁ ନଦୀ ଅବବାହିକା ଓ ଡେଲଟା ଅଚଂଳରେ ଲକ୍ଷାଧିକ ହେକ୍ଟର ଉର୍ବର ଜମି ଚାଷୀମାନେ ହରାଇବେ । ଅତି ଉର୍ବର ଚାଷ ଜମିରେ ହାଇୱେ ଓ ତାର ଦୁଇ ପାଶ୍ୱର୍ରେ ନନଜୁରୀ  ଜମି ଏ ସମସ୍ତ ଜମି ହରାଇବାକୁ ପଡ଼ିବ କାହା ସ୍ୱାର୍ଥରେ ? ବେପାରୀଙ୍କ ପରିବହନ ପାଇଁ ଏହା ଉଦ୍ଦିଷ୍ଟ । ଏହା କାର୍ଯ୍ୟକାରୀ କରିବାକୁ ଗଲାବେଳେ ଭାଜପା ନେତା ମାନେ ମନେ ରଖିବା ଉଚିତ ଯେ ଅଟଳ ବିହାରୀ ବାଜପେୟୀଙ୍କ ନଦୀ ସଂଯୋଜକୀକରଣ ଯୋଜନା ହୋଇପାରିଲା ନାହିଁ ।
କୋଷ୍ଟାଲ ହାଇୱେ ବଦଳରେ କୋଷ୍ଟ କେନାଲ ଖୋଳାଇଲେ ରାଜ୍ୟ ଓ ରାଜ୍ୟବାସୀଙ୍କ ବହୁମୁଖି ଉପକାର ଆସିବ। ସମୁଦ୍ରକୁ ବର୍ଷକ ଭିତରେ ୫୭% ବର୍ଷାଜଳ ବୋହି ନଯାଇ ଏହି କେନାଲରେ ରହିବ। ଲୁଣାପାଣିରକୁ ପ୍ରଭାବରୁ ଲକ୍ଷ ଲକ୍ଷ ହେକ୍ଟର ଚାଷ ଜମିକୁ ରକ୍ଷା ମିଳିବ। ସବୁ ବଡ଼ କେନାଲରେ ଶେଷଭାଗ ଜମିକୁ ଜଳ ମାଡ଼ନୁଥିବା ସଂକଟରୁ ଚାଷୀ ଓ ଚାଷକୁ ରକ୍ଷା କରିବ। ତଟବର୍ତ୍ତୀ ସମସ୍ତ ବନ୍ଦର ଓ ସହରକୁ ପାନୀୟ ଜଳ ଯୋଗାଇ ହେବ କେନାଲର ଦୁଇ ପାଶ୍ୱର୍ରେ ଦୁଇଗୋଟି ରାସ୍ତା ପର୍ଯ୍ୟଟନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବ। ଏଥିରେ ଲକ୍ଷ ଲକ୍ଷ ରୋଜଗାର ସୃଷ୍ଟି ହେବ । କେନାଲରେ କଂଟେନର ପରିବହନ ସୁଗମ ହେବ। ତଟବର୍ତ୍ତୀ ପରିବେଶରେ କ୍ଷତି ହେବ ନାହିଁ । ଏସବୁକୁ ଅନୁଧ୍ୟାନ ନକରି କେଉଁ ଭାବରେ ଓ କାହିଁକି ରାଜ୍ୟବାସୀଙ୍କୁ କ୍ଷତି ପହଂଚାଇବାର ଉଦ୍ୟମ କେନ୍ଦ୍ର ସରକାର କାହିଁକି କରୁଛନ୍ତି ଓ ଏଥିରେ ରାଜ୍ୟ ସରକାର ସହଯୋଗ କରୁଛନ୍ତି କାହିଁକି ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା  ପଂଚାନନ କାନୁନଗୋ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ରାଜ୍ୟର ସନ୍ତାନ କାହା ସ୍ୱାର୍ଥରେ ରାଜ୍ୟର ଏପରି କ୍ଷତି ଘଟାଇବାକୁ ଯାଉଛନ୍ତି, ଯାହାଦ୍ବାରା  ଲକ୍ଷ ଲକ୍ଷ ଚାଷୀ ଜମି ହରାଇବେ। ରାଜ୍ୟ ଚାଷଜମି ହରାଇବ। ରାଜ୍ୟ ସରକାର ମଧ୍ୟ କେଉଁ ସ୍ୱାର୍ଥରେ ଏହାକୁ ଗ୍ରହଣ କରିଛନ୍ତି ବୋଲି ଶ୍ରୀ କାନୁନଗୋ ପ୍ରଶ୍ନ କରିଛନ୍ତି।

Hot this week

ଭେଣ୍ଟିଲେଟରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ

ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲେଦା ଜିଆଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ...

ମେସିଙ୍କୁ ଦେଖିବା ପାଇଁ ଏୟାରପୋର୍ଟରେ ଅସମ୍ଭାଳ ଭିଡ; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: ତିନି ଦିନିଆ ଭାରତ ଗସ୍ତରେ ଆସି କଲକାତା...

ଜନଗଣନା ପାଇଁ ୧୧,୭୧୮ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଭାରତର ଜନଗଣନା ୨୦୨୭ ପାଇଁ ୧୧,୭୧୮. ୨୪ କୋଟି ଟଙ୍କାର...

ଇଣ୍ଡିଗୋରେ ପୁଣି ସଂକଟ; ୧୬୦ ବିମାନ ବାତିଲ

ନୂଆଦିଲ୍ଲୀ: ବିମାନ ପରିଚାଳନା ବ୍ୟବସ୍ଥା ସ୍ବାଭାବିକ ହେବା ନେଇ ଘରୋଇ ଏୟାରଲାଇନ୍ସ...

ଭାରତରେ ଲିଓନେଲ୍‌ ମେସି

ସମାଜ ଡିଜିଟାଲ ଡେସ୍କ: ଭାରତରେ କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସି...

Related Articles

Popular Categories