www.samajalive.in
Thursday, December 11, 2025
26.1 C
Bhubaneswar

ଭୁବନେଶ୍ୱର ରେଲୱେ ଷ୍ଟେସନରେ ଲାଗିଲା ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ବ୍ୟବସ୍ଥା ମେସିନ ‘ଆତ୍ମା’

ଭୁବନେଶ୍ବର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକସେସ୍  ସିଷ୍ଟମ୍ (ଆତ୍ମା ମେସିନ ସ୍ଥାପିତ ହୋଇଛି। ଏହା ଫଳପ୍ରଦ ଟିକେଟ୍ ଯାଞ୍ଚ ବ୍ୟବସ୍ଥା, ଯାତ୍ରୀ ମାନଙ୍କର ନିରାପଦ ସ୍କ୍ରିନିଂ ସୁନିଶ୍ଚିତ କରିବା ଏବଂ କର୍ତ୍ତବ୍ୟରତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବ। ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (ସିଏସ୍ଆର୍) ସ୍କିମ୍ ରେ ଏହି ‘ଆତ୍ମା’ ସିଷ୍ଟମ୍ ସଂସ୍ଥାପନ କରାଯାଇଛି। ଆଉ ଦୁଇଟି ‘ଆତ୍ମା’ ସିଷ୍ଟମ ସ୍ଥାପନ କରାଯିବ, ଗୋଟିଏ ପୁରୀ ରେଳ ଷ୍ଟେସନରେ ଏବଂ ଗୋଟିଏ ଯାଜପୁର-କେନ୍ଦୁଝର ରୋଡ ରେଳ ଷ୍ଟେସନରେ।
ସମ୍ପ୍ରତି କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା ଏବଂ ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ରେଳବାଇ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବ୍ୟବସ୍ଥାଗତ ଆହ୍ବାନ ଆଣିଛି। ଯାତ୍ରୀ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ ‘ଆତ୍ମା’ ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଯାହା ଯାତ୍ରୀମାନଙ୍କର ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ।

‘ଆତ୍ମା’ ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇଆରସିଟି ଆଧାରିତ ଟ୍ରେନ୍ ଟିକେଟର କ୍ୟୁଆର୍ କୋଡ୍ ସ୍କାନ୍ କରିବା ପାଇଁ ବାର୍ କୋଡ୍ ସ୍କାନର୍, ଗୋଟିଏ ସ୍ପିକର, ଯାହା ମାଧ୍ୟମରେ ଷ୍ଟେସନରେ ପ୍ରବେଶ କରୁଥିବା ଯାତ୍ରୀ ପିଏନ୍ଆର୍ ନମ୍ବର କହିପାରିବେ, ଏକ ତାପମାତ୍ରା ସ୍କାନର୍ ଯାହାଦ୍ଵାରା ତାପମାତ୍ରା ମାପାଯାଇପରିବ ଏବଂ ଏକ କ୍ୟାମେରା ଯାହା ଯାତ୍ରୀ ମାସ୍କ ପିନ୍ଧିଛନ୍ତିକି ନାହିଁ ତାହା ନିଶ୍ଚିତ କରିବ। ନିୟୋଜିତ ଟିକେଟ୍ ଯାଞ୍ଚ କର୍ମଚାରୀମାନେ ଯାତ୍ରୀମାନଙ୍କଠାରୁ ଏକ ନିରାପଦ ଦୂରତ୍ୱରୁ ସମସ୍ତ ଚାରୋଟି ପାରାମିଟରକୁ ଯାଞ୍ଚ କରିପାରିବେ ଯାହାଦ୍ୱାରା ଅଧିକୃତ ଯାତ୍ରୀମାନେ ରେଳ ଷ୍ଟେସନରେ ପ୍ରବେଶ କରିପାରିବେ ଏବଂ କୋଭିଡ-୧୯ ସଂକ୍ରମଣର ବୃଦ୍ଧିକୁ ମଧ୍ୟ ରୋକା ଯାଇପାରିବ।
ଭୁବନେଶ୍ୱର ରେଳ ଷ୍ଟେସନରେ କର୍ପୋରେଟ୍ ସାମାଜିକ ଦାୟିତ୍ ବୋଧ (ସିଏସ୍ଆର) ଯୋଜନା ଅନ୍ତର୍ଗତ ଭୁବନେଶ୍ୱର ପାରାଦୀପ ଫସପେଟ୍ ଲିମିଟେଡ୍ (ପିପିଏଲ୍) ଦ୍ଵାରା ଏହି ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ଯୋଗାଇ ଦିଆଯାଇଛି। ଭବିଷ୍ୟତରେ ଆଉ ଏକ ଏଟିଏମ୍ଏ ସିଷ୍ଟମ ପିପିଏଲ ଦ୍ୱାରା ପୁରୀ ରେଳ ଷ୍ଟେସନରେ ଏବଂ ଭିସା ଷ୍ଟିଲ ଲିମିଟେଡ, କଳିପ୍ସଗ ନଗର, ଯାଜପୁର ଦ୍ୱାରା ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନରେ ସ୍ଥାପନ କରାଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ କର୍ପୋରେଟ୍ ସେଟଅପ୍ ସହିତ ପରାମର୍ଶ କରି ଖୋର୍ଦ୍ଧା ରୋଡ ମଣ୍ଡଳ ଏହି ଅଭିନବ ଯୋଜନା ସ୍ଥାପନା କରିଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories