www.samajalive.in
Sunday, December 7, 2025
23.1 C
Bhubaneswar

ନବରଙ୍ଗପୁରରେ ଆକ୍ରାନ୍ତ ୧୯୬

ନବରଙ୍ଗପୁର: ନବରଙ୍ଗପୁର ଜିଲାରେ ମହମାରୀ କରୋନା ଆକ୍ରାନ୍ତ ବୁଧବାର ଦିନ ୨୦୦ ରହିଥିବା ବେଳେ ଗୁରୁବାର ଦିନ ୧୨୯, ଶୁକ୍ରବାର ଦିନ ୨୧୯ ଓ ଆଜି ଶନିବାର ଦିନ ୧୯୬ ରହିଛି। ଦ୍ୱିତୀୟ ଲହରରେ ଜିଲାର ମୋଟ ୨୮୯୬୭୪ ଜଣଙ୍କର ନମୁନା ପରୀକ୍ଷା କରାଯାଇଥିବା ବେଳେ ଆକ୍ରାନ୍ତ ସଂଖ୍ୟା ୨୦୯୨୩ରେ ପହଞ୍ଚିଛି। ତେବେ ସେଥି ମଧ୍ୟରୁ ମୋଟ ୧୮୬୦୯ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ମୋଟ ୨୧୫୪ଜଣ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସେଥିମଧ୍ୟରୁ ୨୦୦୮ ଜଣ ନିଜଘରେ ସଙ୍ଗରୋଧରେ ରହିଛନ୍ତି। ଅନ୍ୟ ୧୪୬ଜଣ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ସହିତ ଜିଲା ଓ ଜିଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଆଜି ନନ୍ଦାହାଣ୍ଡି ବ୍ଲକରେ ସର୍ବାଧିକ ୫୨ ହୋଇଥିବା ବେଳେ ନବରଙ୍ଗପୁର ପୈାରାଞ୍ଚଳ ୧୪, ତେନ୍ତୁଳିଖୁଣ୍ଟି ବ୍ଲକରେ ୧୯ ଜଣ, ଉମରକୋଟ ବ୍ଳକରେ ୧୫ ଜଣ,ଚନ୍ଦାହାଣ୍ଡି ବ୍ଲକରେ ୧୬ ଜଣ, ରାଇଘର ବ୍ଳକରେ ୧୬ ଜଣ, ଝରିଗାଁ ବ୍ଳକରେ ୧୨ ଜଣ, ନବରଙ୍ଗପୁର ବ୍ଳକରେ ୭ ଜଣ, ଡାବୁଗାଁ ବ୍ଲକରେ ଜଣେ, ପାପଡାହାଣ୍ଡି ବ୍ଳକରେ ୧୦ ଜଣ ଓ କୋଷାଗୁମୁଡା ବ୍ଳକରେ ୯ ଜଣ ଆକ୍ରାନ୍ତ ହୋଇଛନ୍ତିା ତେବେ ନନ୍ଦାହାଣ୍ଡି ବ୍ଳକର ଜଗନ୍ନାଥପୁରରେ ୪ ଦିନ ମଧ୍ୟରେ ମଙ୍ଗଳବାର ଦିନ ୨୯ ଜଣ ଆକ୍ରାନ୍ତ, ବୁଧବାର ଦିନ ୩୬ ଜଣ ଓ ଗୁରୁବାର ଦିନ ୧୭ ଓ ଶନିବାର ଦିନ ୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହି ଗୋଟିଏ ଗ୍ରାମର ୧୧୮ ଜଣ ଆକ୍ରାନ୍ତ ଚିନ୍ତାର କାରଣ ହୋଇଛିି। ତେବେ ଆଜି ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କର ନିର୍ଦ୍ଦେଶରେ ଦମକଳ ବାହିନୀ ପକ୍ଷରୁ ଏହି ଗ୍ରାମର ପ୍ରତ୍ୟେକ ସାହି ଓ ଗଳିରେ ବିଶୋଧନ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories