ଜିଲା ଆଇନ ସେବା ପ୍ରାଧିକରଣ ଦ୍ବାରା ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ଅଭିଯାନ

ନବରଙ୍ଗପୁର: ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଅଭିଯାନର ପ୍ରଥମ ଦିନରେ ଆଜି ତେନ୍ତୁଳିଖୁଣ୍ଟି ବ୍ଲକ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲା ଦୌରାଜର୍ଜ ସଞ୍ଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜିଲାପ।ଳ ଡ଼ଃ. କମଳ ଲୋଚନ ମିଶ୍ର, ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଜନକ ରାଉତ, ଜିଲା ଅରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ କୁମାର ପାତ୍ର ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ର ମିଳିତ ପ୍ରୟାସ କ୍ରମେ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ୨ ଜଣଙ୍କୁ ଟ୍ରାଇ ସାଇକେଲ, ଜଣଙ୍କୁ ଅନ୍ଧବାଡି, ୧୮ ଜଣଙ୍କୁ ଆଶାବାଡି, ଦୁଇ ଜଣଙ୍କୁ କୁତ୍ରିମ ହାତ, ଜଣଙ୍କୁ କୁତ୍ରିମ ଗୋଡ ଏବଂ ୩୫ ଜଣଙ୍କୁ ଭତ୍ତା ପ୍ରଦାନ କରଯାଇଥିଲା । ଜିଲା ଆଇନ ସେବା ପ୍ରାଧିକରଣର ପାରା ଲିଗାଲ ସ୍ବେଚ୍ଛାସେବୀଙ୍କର ସହଯୋଗରେ ଲୋକଙ୍କ ଘର ଘର ବୁଲି ଦିବ୍ୟାଙ୍ଗମାନେ କିପରି ସେମାନଙ୍କର ନାର୍ଯ୍ୟ ଅଧିକାରରୁ ବଞ୍ଛିତ ନ ହେବେ ସେଥିପାଇଁ ପ୍ରଚାର ଜାରି ରଖିଛନ୍ତି ।

ସାରା ଜିଲାର ପ୍ରତେକ ବ୍ଲକରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ନବରଙ୍ଗପୁର ଜିଲ।ରେ ଏହି ଅଭିଯାନ ୨୨.୦୫.୨୦୨୩ରୁ ୨୯.୦୫.୨୦୨୩ ଯାଏ ଚାଲିବ ଏବଂ ଦିବ୍ୟାଙ୍ଗମାନେ ଏହାର ସୁଯୋଗ ନେବାପାଇଁ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର, ଡିଡିଆରଓ ନବରଙ୍ଗପୁର ଜିଲା ମୁଖ୍ୟ ଚିକିସ୍ୟାଳୟ ପରିସରରେ ଜିଲା ସାମାଜିକ ସୁରକ୍ଷା ବିଭାଗ, ନବରଙ୍ଗପୁର ଓ ପାରା ଲିଗାଲ ସ୍ବେଚ୍ଛାସେବୀମାନଙ୍କ ସହ ଯୋଗାଯୋଗ କରିପାରିବେ ବୋଲି ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଜନକ ରାଉତ କହିଛନ୍ତି । ସବିଶେଷ ବିବରଣୀ ପାଇଁ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସହ ତୁରନ୍ତ ଯୋଗାଯୋଗ କରିବାକୁ କୁହାଯାଇଛି । ଫୋଟ ଯାଇଛି ।

Comments are closed.