www.samajalive.in
Monday, December 15, 2025
24.1 C
Bhubaneswar

‘ତୁ ଚିନ୍ତା କରନା’ ଓ ‘ତଥାପି ଚାଲିବାକୁ ପଡିବ’ ପୁସ୍ତକ ଉନ୍ମୋଚିତ

ନବରଙ୍ଗପୁର:ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷ ଠାରେ ପୁସ୍ତକ ଉନ୍ମୋଚନ ଏବଂ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କବି ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ଶତାଧିକ କବି ଓ ଲେଖକ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ନୂତନ ଢଙ୍ଗରେ ଆଜିର ଏହି କାର୍ଯ୍ୟକ୍ରମରେ ରାଧାନାଥ ବେହେରା ,ଳବିଜୟ କୁମାର ମିଶ୍ର, ସାନ ସାହୁ ନୂତନ ପୁସ୍ତକର ଉନ୍ମୋଚନ କରିଥିଲେ ଏବଂ ସମୀକ୍ଷା କରିଥିଲେ।

ମୁଖ୍ୟ ଅତିଥି ଭାବରେ ବରଗଡ଼ରୁ ଅବସାରପ୍ରାପ୍ତ ଷ୍ଟେଟବ୍ୟାଙ୍କ ମୁଖ୍ୟ ପାରିଚାଳକ ଓମ ପ୍ରକାଶ ଯୋଶୀ ଯୋଗଦାନ ପୂର୍ବକ ପୁସ୍ତକ ବିଷୟରେ ଆଲୋଚନା କରିଥିଲେ। ନାଟ୍ୟକାର ଜଗନ୍ନାଥ ବେହେରାଙ୍କ ‘ତୁ ଚିନ୍ତା କରନା’ ଏକ ପ୍ରବନ୍ଧ ଓ ସମାଲୋଚନା ପୁସ୍ତକ ଏବଂ ସଂଜୀବ କୁମାର ସିଂହଙ୍କ ‘ତଥାପି ଚାଲିବାକୁ ପଡିବ’ କବିତା ପୁସ୍ତକ ଉନ୍ମୋଚିତ ହୋଇଥିଲା। ସହରର ବିଶିଷ୍ଟ କବି ପର୍ଶୁରାମ ସାହୁ, ନିରଞ୍ଜନ ମିଶ୍ର, ଦୁର୍ଗା ପ।ଢି, ଗୋପବନ୍ଧୁ ବିଷୋୟୀ, ଜେମାମଣି ବିଷୋୟୀ, ନମିତା ଘଡେଇ,ସ୍ୱରଲତା ପଟନାୟକ, ପ୍ରଭାସିନୀ ମହାନ୍ତି, ନିତ୍ୟାନନ୍ଦ ମହାନ୍ତି , ପି. ରଘୁରାମ, ପ୍ରକାଶିନୀ ଚୌଧୂରୀ, ଦୁଇଟି ପୁସସ୍ତକର ଆଂଶିକ ସମୀକ୍ଷା କରିଥିଲେ ଏବଂ ଅନେକ କବି ନିଜ ନିଜ କବିତା ପାଠ କରିଥିଲେ। କବି ନାରାୟଣ ପଣ୍ଡା ଅତିଥି ପରିଚୟ ସହିତ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଜଗନ୍ନାଥ ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories