ନବରଙ୍ଗପୁରର ବିକାଶ ହିଁ ‘ଭିଜନ୍‍’ର ଲକ୍ଷ୍ୟ 

ନବରଙ୍ଗପୁର: ଜିଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଭିଜନ୍‍ ନବରଙ୍ଗପୁରର ଜିଲାସ୍ତରୀୟ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ସଭାପତିତ୍ୱ କରି ନବରଙ୍ଗପୁରର ସର୍ବାଙ୍ଗୀନ ବିକାଶ ପାଇଁ ଭିଜନର ଲକ୍ଷ୍ୟ ରହିଥିବା କହିଥିଲେ। ଜିଲାରେ କୃଷିର ବିକାଶ କୃଷିଭିତିକ ଶିଳ୍ପ ପ୍ରତିଷ୍ଠା ଓ କୃଷକ ର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ କହିଥିଲେ ଏଥିରେ ଭିଜନର ସଂଯୋଜକ ବାଙ୍କ ବିହାରୀ ବିଷୋୟୀ ଅତିଥୀ ପରିଚୟ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରି ଭିଜନ ଲୋକପ୍ରତିନିଧି, ଜିଲା ପ୍ରଶାସନ, ଗଣମାଧ୍ୟମ ଓ ଜନସାଧାରଣଙ୍କର ମଧ୍ୟରେ ସମନ୍ୱୟ ରଖି କେବଳ ଜିଲାର ସର୍ବାଙ୍ଗୀନ ବିକାଶ ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ। ସାଂସଦ ରମେଶ ଚନ୍ଦ୍ର ମାଝୀ ଭିଜନ ମାଧ୍ୟମରେ ବହୁ ଭଲ ପ୍ରସ୍ତାବ ଆସିଛି। ଆମଜିଲା ଆକାଂକ୍ଷା ଜିଲା ହୋଇଥିବାବେଳେ ଜିଲାର ଦାବି ଓ ପ୍ରସ୍ତାବକୁ ଓ ସଂସଦରେ ଉପସ୍ଥାପନ କରିବାକୁ ସୁଯୋଗ ମିିଳିବ। ରାଜ୍ୟସରକାର ଓ କେନ୍ଦ୍ରସରକାରଙ୍କର ନିକଟରେ ଦାବି ଉପସ୍ଥାପନ କରି ପଦକ୍ଷେପ ନିଆଯିବ ବୋଲି କହିଥିଲେ।

ରାଜ୍ୟସଭା ସାଂସଦ ମୁନା ଖାନ ଜିଲାର ଶିକ୍ଷାର ବିକାଶରେ ସୁଧାର ଆଣିବା, ମକା କାରଖାନାପ୍ରତିଷ୍ଠା, ଲାଖଶିଳ୍ପର ବିକାଶ ଓ କରିଗରକୁ ପ୍ରୋତ୍ସାହନ ପାଇଁ ପଦକ୍ଷେପ ନେବା ,ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା କୁ ମତଦେଇଥିଲେ। ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଜିଲା ମୁଖ୍ୟଡାକ୍ତରଖାନା କୁ ମେଡିକାଲ କଲେଜର କରିବା ବିଇଡି କଲେଜ, ହସ୍ତଶିଳ୍ପର ବିକାଶ, , ସବୁ ବ୍ଲକରେ ଡିଗ୍ରୀ କଲେଜ ପ୍ରତିଷ୍ଠା ଉପରେ ମତ ଦେଇଥିଲେ। ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଆଦିବାସୀ କଳା ସଂସ୍କୃତି ବିକାଶ , ଆଦିବାସୀ ସଂଗ୍ରହାଳୟ, ଉମରକୋଟରେ ସବଡିଭିଜନ ପ୍ରତିଷ୍ଠା, ଇଥନାଲ ପ୍ରକଳ୍ପ ପାଇଁ ଜମି ପ୍ରଦାନ, ଜିଲା ଭିତ୍ତୀକନିଯୁକ୍ତି , ଚାଷର ସ୍ୱାବଲମ୍ବୀ କରିବା କୁ ପ୍ରସ୍ତାବ ଦେଇଥିଲେ। ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଅବିଭକ୍ତ କୋରାପୁଟ ଜିଲାର ପର୍ଯ୍ୟଟନର ବିକାଶ ସହ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା କୁ ପ୍ରସ୍ତାବ ଦେଇଥିଲେ। ଏହାସହିତ ଜଳଭଣ୍ଡାରରେ ନୈାକା ବିହାର , ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଉପରେ ଗୁରୁବ୍‍ ଦେଇଥିିଲେ। ଝରିଗାଁବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଚନ୍ଦାହାଣ୍ଡିର ତେଲ ଇଣ୍ଟିଗ୍ରେଟେଡ ପ୍ରକଳ୍ପର କାର୍ଯ୍ୟକାରିତା, ଚନ୍ଦନଧାରା, ସାଇଧାରା , ପଡ଼ାଗଡ଼ର ବିକାଶ , ଜିଲାର ପର୍ଯ୍ୟଟନର ଉନ୍ନତ ପାଇଁ ମତ ଦେଇଥିଲେ।

ଜିଲାପାଳ ଡଃ.କମଳ ଲୋଚନ ମିଶ୍ର ଜିଲା ଡାକ୍ତରଖାନାକୁ ପିପିପି ମୋଡରେ କରିବାର ଭଳ ପ୍ରସ୍ତାବ ଆସିଥିବା କହିଥିଲେ। ବିଇଡି କଲେଜ, ଇଥନାଲ କାରଖାନା, କ୍ରିଡାଛାତ୍ରାବାସ , ପର୍ଯ୍ୟଯନ କରିଡର ଭଲି ଭଲ ପ୍ରସ୍ତାବ ଆସିଥିବାବେଳେ ଏହାକୁ ରାଜ୍ୟସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି କହିଥିଲେ। ଜିଲା ପରିଷଦ ସଭ୍ୟା ଡଃ.ଲିପିକା ମାଝୀ ଜିଲା ଡାକ୍ତରଖାନା କୁ ପିପିପି ମୋଡ କରାଯିବା, ଜିଲା ପରିଷଦ ସଭ୍ୟ ଅରୁଣ ମିଶ୍ର ଚିନି ଓ ଗୁଡ କାରାଖାନା ପ୍ରତିଷ୍ଠା, ଜିଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା କୁକୁଡାପାଳନ, ଜିଲା ଡାକ୍ତରଖାନାକୁ ସୁପର ସ୍ପେସିଆଲିଟି ଡାକ୍ତରଖାନା କରିବା, ପର୍ଯ୍ୟଟନବିକାଶ , କୋଲ୍ଡ ଷ୍ଟୋରେଜ ପ୍ରତିଷ୍ଠା, ଦିବ୍ୟଦାନ ସୁନା ଜିଲା ଡାକ୍ତରଖାନାରେ ଜରୁରୀକାଳୀନ ବିଭାଗ ଖୋଲିବା,ଅଧ୍ୟାପିକା ଡଃ.ସଂଯୁକ୍ତା ପଣ୍ଡା ବିଇଡି କଲେଜ, ପିଜି ଶ୍ରେଣୀ, ସୈନିକ ସ୍କୁଲ, ପର୍ଯ୍ୟଟନର ବିକାଶ , ସମାଜସେବୀ ସର୍ବେଶ୍ୱର ତ୍ରିପାଠୀ ଇଥନାଲ କାରଖାନା ପ୍ରତିଷ୍ଠା,, ବଣିକ ସଂଘ ସଭାପତି ସୁଶୀଲ ଜୈନ ନବରଙ୍ଗପୁର ସହରରେ ଅଡିଟୋରିୟମ ପ୍ରତିଷ୍ଠା, ଜିଲା ପରିଷଦ ସଭ୍ୟା କୃଷ୍ଣା ମଞରୀ ବିଷୋୟୀ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ପଦକ୍ଷେପ, ନବରଙ୍ଗପୁର ନଗରପାଳ କୁନୁ ନାୟକ ସହରରେ ବସଷ୍ଟାଣ୍ଡ, ସଞୟମାର୍କେଟ, ଟାଉନହଲ ନିର୍ମାଣ ପ୍ରସ୍ତାବ ଦେଇଥିଲେ।

ବରିଷ୍ଠ ସମାଜସେବୀ ନାରାୟଣ ପାତ୍ର ଇନ୍ଦ୍ରାବତୀ ଜଳଭଣ୍ଡାର ରୁ ଜଳସେଚନ କରିବାକୁ ପ୍ରସ୍ତାବ ଦେବା ସହିତ ଜଳଭଣ୍ଡାରରେ ମାଛ ଚାଷ କରିବା, ସ୍ୱର୍ଣ୍ଣ ଲତାପଟ୍ଟନାୟକ ମହିଳାମାନଙ୍କର ସ୍ୱାବଲମ୍ବୀ ପାଇଁ ବିିଭିନ୍ନ ତାଲିମପ୍ରଦାନ , ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ ବେନୋରା ଶିବ ମନ୍ଦିର ଉନ୍ନତି , ପ୍ରଭାତି ପାତ୍ର ଲାଖ ଶିଳ୍ପର ବିକାଶ ଓ ତାଲିମ କେନ୍ଦ୍ରପ୍ରତିଷ୍ଠା, ଛାତ୍ରୀ ସ୍ମୃତିସ୍ନଗ୍ଧା ମାଝୀ କେନ୍ଦ୍ରୀୟ ପାଠାଗାର ନିର୍ମାଣ, ସାମ୍ବାଦିକ ଭାଗରଥୀ ମଲ୍ଲିକ ନଦୀଗୁଡିକରେ ଆଡିବନ୍ଧ କରି ଚାଷକୁ ଗୁରୁତ୍ୱ ଦେବା , ପର୍ଯ୍ୟଟନର ବିକାଶ ପାଇଁ ପ୍ରସ୍ତାବ ଦେଇଥିଲେ। ଅବସର ପ୍ରାପ୍ତ ନୈାସେନା ଅଧିକାରୀ ନରେନ୍ଦ୍ରକୁମାର ପାଢ଼ୀ ନବରଙ୍ଗପୁରରେ ହେଲିପୋର୍ଟ ନିର୍ମାଣ ସହ ପାଇଲଟ ତାଲିମ କେନ୍ଦ୍ର ପିପିପି ମୋଡର କରିବାକୁ ପ୍ରସ୍ତାବ ଦେଇଥିଲେ। ସାମ୍ବାଦକି ସଦାଶିବ ପ୍ରହରାଜ କୋଷାଗୁମୁଡାର କୃୃତିିମ ବନ୍ୟା ଜଳକୁରୋକିବା ସହିତ ଜଙ୍ଗଲ ଜମି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାମ ଚନ୍ଦ୍ର ଦଳେଇ ପରିଚାଳନା କରିଥିଲେ। ଉପସ୍ଥିତ ବହୁ ଲୋକ ପ୍ରତିନିଧି ମାନେ ଅନେକ ପ୍ରସ୍ତାବ ଦେଇଥିଲେ। ଭିଜିନ ର ଆବାହକ ବୀରେନ୍ଦ୍ର ମୋହନ ନାୟକ ଜିଲାରେ ,କ ଆଦର୍ଶ କୃଷି ଗାଁ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିଲେ। ଏହିବୈଠକରେ ଆସିଥିବା ସମସ୍ତ ପ୍ରସ୍ତାବକୁ ରାଜ୍ୟସରକାର ଓ କେନ୍ଦ୍ର ସରକାରର ନିକଟକୁ ପଠାଇବା ସହ ପଦକ୍ଷେପ ନେବାକୁ ମତ ଦେଇ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ରତ୍ମାକର ସାହୁ ଙ୍କର ସମେତ ସମସ୍ତଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Comments are closed.