www.samajalive.in
Sunday, December 14, 2025
26.1 C
Bhubaneswar

ପ୍ରାଣୀ ସ୍ୱାସ୍ଥ୍ୟ କ୍ୟାମ୍ପ ନାଁରେ ଖସିଯିବାକୁ ବି.ଭି.ଓଙ୍କ ପ୍ରୟାସ

ହରଭଙ୍ଗା: ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରରେ ତାଲା ଝୁଲୁଥିବା ସର୍ମ୍ପକୀତ ଶୀର୍ଷକ ଖବର ଶୁକ୍ରବାର ସମାଜରେ ପ୍ରକାଶ ପାଇଥିଲା।ଖବର ସତ୍ୟତାକୁ ପରଖିବା ପାଇଁ ଅତିରିକ୍ତ ଦାୟିତ୍ୱରେ ଥିବା ବୌଦ୍ଧ ଏସ.ଡି.ଭି.ଓ ଡାକ୍ତର ପ୍ରଭାସ ବେହେରା ହରଭଙ୍ଗା ପଶୁ ଚିକିତ୍ସା କେନ୍ଦ୍ରକୁ ପ୍ରଥମଥର ପାଇଁ ପରିଦର୍ଶନରେ ପଂହଚିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କୁ ଡାକ୍ତରଖାନା ବନ୍ଦ ବିଷୟରେ ପଚରାଉଚରା କରିବା ସହିତ ଅନ୍ୟାନ୍ୟ ବିଷୟକୁ ଅନୁଧ୍ୟାନ କରିଥିଲେ। ଖବର ପ୍ରସାରଣ ପରେ ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବିରେନ୍ଦ୍ର ପୃଷ୍ଟି ତରବରିଆ ଭାବେ ସେଠାରେ ଏକ ପ୍ରାଣୀ ଚିକିତ୍ସା କ୍ୟାମ୍ପ କରି ନିଜର ଦୋଷକୁ ଲୁଚାଇବା ପାଇଁ ପ୍ରୟାସ କରିଥିଲେ। ଯାହା ଫଳରେ ତଦନ୍ତକାରୀ ଅଫିସର ବି.ଭି.ଓ କାର୍ଯ୍ୟଦେଖି ସନ୍ତୋଷ ପ୍ରକାଶ କରିବେ। ମାତ୍ର ଡାକ୍ତରଖାନା ବନ୍ଦ ରହୁଥିବାରୁ ଗୋ-ଚାଷୀ ଚିକିତ୍ସା କେନ୍ଦ୍ରକୁ ଆସୁନଥିବା ପ୍ରତିଦିନ ପଞିକରଣ ରେଜିଷ୍ଟରରୁ ସ୍ପଷ୍ଟ ହୋଇଥିଲା।

ଏହା ସହିତ ଡାକ୍ତରଖାନାରେ ରହିଥିବା ଫ୍ରିଜ୍‍ ଭଳି ଅନ୍ୟାନ୍ୟ ଯନ୍ତ୍ରାଂଶ ସବୁ ଉଈ ଲାଗି ନଷ୍ଟ ହେବାକୁ ବସିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଶେଷରେ ଖୋଲାଖୋଲି ଭାବେ ଏସ.ଡିଭି.ଓ ନକହିଲେ ବି ପ୍ରାଥମିକ ତଦନ୍ତରୁ ଏଠାରେ ବିଭିଓ ଏବଂ ଏମ.ଭି.ୟୁ ଦୁହେଁ ରହୁନଥିବା ଏକପ୍ରକାର ସହମତି ପ୍ରକାଶ କରିଛନ୍ତି। ସୂଚନା ଥାଉ କି ଜଣେ ଜୁନିୟର କ୍ଲାସ ଓାନ ଶ୍ରେଣୀର କର୍ମଚାରୀ ଜନସାଧାରଣଙ୍କୁ ସେବା ଯୋଗାଇବା ପାଇଁ ମାସିକ ଲକ୍ଷାଧିକ ଟଙ୍କା ଦରମା ନେଉଛନ୍ତି। ମାତ୍ର ହରଭଙ୍ଗା ବିଭିଓ ଏବଂ ଏମ.ଭି.ୟୁ ଦୁହେଁ ଆଦୌ ହେଡକ୍ୱାର୍ଟରରେ ରହୁନଥିବା ବିଭାଗୀୟ ମୁଖ୍ୟ ଜାଣିଥିଲେ ମଧ୍ୟ କାହା ଚାପରେ ଏମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରାନଗଲେ ସ୍ଥାନୀୟ ଲୋକେ ଅଫିସ ଘେରାଉ କରିବା ସହ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଧମକ ଦେଇଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଏସ.ଡି.ଭି.ଓ ଡାକ୍ତର ପ୍ରଭାସ ବେହେରାଙ୍କୁ ପଚାରିବାରୁ ସମାଜରେ ଖବର ପ୍ରକାଶ ପରେ ତଦନ୍ତ ପାଇଁ ଯାଇଥିଲୁ ବୋଲି କହିଥିଲର।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories