www.samajalive.in
Sunday, December 14, 2025
23.1 C
Bhubaneswar

ଶନିବାର ରାଶିଫଳ ୨୭.୦୮.୨୦୨୨

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି କର୍ମଚଞ୍ଚଳ ରହିବେ। ବୁଦ୍ଧିମାନ ହେବେ। ସୁସ୍ଥ ରହିବେ। ନାଟ୍ୟପ୍ରେମୀ ହୋଇପାରନ୍ତି। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ଅନ୍ତଃସତ୍ତ୍ବା ପତ୍ନୀଙ୍କ ପାଇଁ ଯତ୍ନବାନ୍‌ ହେବାକୁ ପଡ଼ିବ।
ବୃଷ: ରୋହିଣୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ମିଷ୍ଟଭାଷୀ ଓ କୋମଳ ହୃଦୟଯୁକ୍ତ ହେବେ। ବିବାଦରେ ବିଜୟୀ ହେବେ। ମୃଗଶିରା ନକ୍ଷତ୍ର ପିତୃ ଧନ କ୍ଷୟକାରୀ ହୋଇପାରନ୍ତି।
ମିଥୁନ: ଆର୍ଦ୍ରା ନକ୍ଷତ୍ରଜାତ ବ୍ୟକ୍ତି ଧୈର୍ଯ୍ୟବାନ୍‌ ହେବେ। ଧନୀ ହୋଇପାରନ୍ତି। କ୍ଷମାଶୀଳ ହେବେ। ତୀକ୍ଷ୍‌ଣ ବୁଦ୍ଧିସମ୍ପନ୍ନ ଓ ଉଦ୍ୟୋଗୀ ହେବେ। ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରଜାତ ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।
କର୍କଟ: ପୁଷ୍ୟା ନକ୍ଷତ୍ରଜାତ ବ୍ୟକ୍ତି ସମ୍ପତ୍ତିବାନ୍‌ ହେବେ। ଭାଗ୍ୟବାନ୍‌ ହେବା ଆଶା କରାଯାଏ। ଲୌହ ବ୍ୟବସାୟରୁ ଧନ ଅର୍ଜନ କରିବେ। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଅଶ୍ଲେଷା ଓ ପୁନର୍ବସୁ ନକ୍ଷତ୍ରର ରାଜକୋପ ଅଛି।
ସିଂହ: ମଘା ନକ୍ଷତ୍ର ଜାତ ବ୍ୟକ୍ତି ସ୍ବାଭିମାନୀ ହେବେ। ସରକାରୀ ମାନ୍ୟତା ପ୍ରାପ୍ତ ହେବେ। ଉଦ୍ୟମ ପ୍ରଶଂସନୀୟ ହେବ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଚିତ୍ତ ସନ୍ତପ୍ତ ହେବ।
କନ୍ୟା: ଉତ୍ତରା ଫାଲ୍‌ଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ଉଦାସ ସ୍ବଭାବସମ୍ପନ୍ନ ହେବେ। ପତ୍ନୀଙ୍କ ସ୍ବାସ୍ଥ୍ୟରକ୍ଷା ପାଇଁ ସାଧୁ ସଙ୍ଗରେ ଧନ ବ୍ୟୟ କରିବେ। ଚିତ୍ରା ନକ୍ଷତ୍ରଜାତ ବ୍ୟକ୍ତି ଦାନାର୍ଥେ ବ୍ୟୟ ପାଇଁ କୁଣ୍ଠିତ ହେବେ।
ତୁଳା: ସ୍ବାତୀ ନକ୍ଷତ୍ରଜାତ ବ୍ୟକ୍ତି ଧନବାନ୍‌ ହେବେ। ରାଜସେବକ ହୋଇପାରନ୍ତି। ବୁଦ୍ଧିମାନ୍‌ ହେବେ। କର୍ମଚଞ୍ଚଳ ରହିବେ। ଉଚ୍ଚ ଅଧିକାରୀ ଓ ସଜ୍ଜନଙ୍କ ପ୍ରିୟ ହେବେ। ଚିତ୍ରା ଓ ବିଶାଖା ନକ୍ଷତ୍ରର ପ୍ରାୟ ସମଫଳ।
ବିଛା: ଅନୁରାଧା ନକ୍ଷତ୍ରଜାତ ବ୍ୟକ୍ତି ମହାପ୍ରତାପୀ ହେବେ। ଲବ୍ଧ ପ୍ରତିଷ୍ଠଭାବେ ସମ୍ମାନିତ ହେବେ। ନୃତ୍ୟ ସଙ୍ଗୀତରେ ରୁଚି ରହିବ। ସରକାରୀ ମାନ୍ୟତା ମିଳିବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ସୁସ୍ଥ ଓ ନିରାମୟ ରହିବେ। ସତ୍ୟବକ୍ତା ହେବେ। ପରିଜନଙ୍କ ହିତ ଚିନ୍ତକ ହେବେ। ସ୍ବ ଉପାର୍ଜିତରେ ଧନୀ ହେବେ। ପୂର୍ବାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ସଦାଚାରୀ ହେବେ।
ମକର: କର୍ମଚଞ୍ଚଳ ରହିବେ। ବିଦ୍ବାନ୍‌ଙ୍କୁ ଆଦର ଓ ସମ୍ମାନିତ କରିପାରନ୍ତି। ଶ୍ରବଣା ଓ ଉତ୍ତରାଷାଢ଼ା ନକ୍ଷତ୍ରଜାତ ବ୍ୟକ୍ତି ଅଯଥା ଅଧିକ କଥାବାର୍ତ୍ତା କରି ଅନ୍ୟକୁ ବିରକ୍ତ କରିପାରନ୍ତି। ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତି ସତର୍କ ରହିବେ।
କୁମ୍ଭ: ଶତଭିଷା ନକ୍ଷତ୍ରଜାତ ବ୍ୟକ୍ତି ପରିଶ୍ରମର କଷ୍ଟ ନିବାରଣ ପାଇଁ ସାମୟିକ ଭାବେ ବିଶ୍ରାମ ଗ୍ରହଣ କରିପାରନ୍ତି। ତଥାପି କର୍ମଚଞ୍ଚଳ ରହିବେ। ସେବା ଓ ନାନାଦି କ୍ଷେତ୍ରରେ ତେଜସ୍ବୀ ହେବେ।
ମୀନ: ଉତ୍ତର ଭାଦ୍ର ନକ୍ଷତ୍ରଜାତ ବ୍ୟକ୍ତି ସୁବୁଦ୍ଧିସମ୍ପନ୍ନ ହେବେ। ଜ୍ଞାତିଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ଶତ୍ରୁ ବିଜୟୀ ହେବେ। ସତ୍‌କର୍ମ ଯୋଗୁ ପୂଜ୍ୟ ହେବେ। ପୂର୍ବଭ୍ରାଦ ଓ ରେବତୀର ସ୍ପଷ୍ଟବାଦୀ ଗୁଣ ଯୋଗୁ ଶତ୍ରୁ ବୃଦ୍ଧି ହେବେ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories