ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିରରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା
ନବରଙ୍ଗପୁର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ନବରଙ୍ଗପୁର ମେଦ୍ରି ସାହି ସରସ୍ୱତୀ ଶିଶୁ ଜ୍ଞାନ ମନ୍ଦିର ଠାରେ ଶ୍ରୀକୃଷ୍ଣ ବେଶ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ତିନୋଟି ଭାଗରେ ମୋଟ ୪୦ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ। ମୁଖ୍ୟ ଅତିଥି ଭାବେ ପୈାରପାଳିକାର ଅଧ୍ୟକ୍ଷ କୁନୁ ନାୟକ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କର ଫଟୋଚିତ୍ରରେ ଧୂପଦୀପ ପ୍ରଜ୍ୱୋଳନ କରି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଥିଲେ। ବହୁ ସଂଖ୍ୟାରେ ଅଭିଭାବକ ଓ ଅଭିଭାବିକା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏଥିରେ ଅଶୋକ କୁମାର ପାତ୍ର ଓ ଓମ ପାତ୍ର ବିଚାରକ ଭାବେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗୀତାର ଗ୍ରୁପ-ଏ’ରେ ପ୍ରଥମ ଫ୍ରୋଶି ବିଷୋୟୀ, ଦ୍ବିତୀୟ କ୍ରିତିକା ସାନ୍ତା ଓ ତୃତୀୟ ସାଇକ୍ରିଷ୍ଣା ସ୍ୱାଇଁ ଓ ପ୍ରତ୍ୟୁଷ ଭତ୍ରା ହୋଇଥିଲେ। ସେହିପରି ବି’ ଗ୍ରୁପରେ ପ୍ରଥମରେ ସମୃଦ୍ଧି ପାଣିଗ୍ରାହୀ, ଦ୍ୱିତୀୟରେ ବି.ଦିକ୍ଷିତ ଓ ତୃତୀୟରେ ବିଶ୍ୱଜିତ ଚୌଧୁରୀ ହୋଇଥଲେ। ଗୃପ ସି’ ପ୍ରଥମ ଆଦିପ ପଣ୍ଡା, ଦ୍ୱିତୀୟ ଶ୍ରଦ୍ଧାଞଳି ବଡନାୟକ ଓ ତୃତୀୟ ନନ୍ଦିତା ମହାରଣା ହୋଇଛନ୍ତି। ବିଦ୍ୟାଳୟର ଗୁରୁଜୀ ଗୁରୁମା ଜ୍ୟୋତି, ନିର୍ମଳା, ସ୍ୱପ୍ନା, ରଶ୍ମି, ମିନାକ୍ଷୀ, କବିତା, ଚଞଳା, ବ୍ରଜ ସହଯୋଗ କରିଥିବାବେଳେ ପ୍ରଧାନ ଆଚାର୍ଯ୍ୟ ରବିଶଙ୍କର ସାହୁ ମଞ୍ଚପରିଚାଳନା କରିଥିଲେ।
Comments are closed.