ନବରଙ୍ଗପୁର: ଭାରତର ୧୫ତମ ରାଷ୍ଟ୍ରପତି ରୂପେ ଓଡ଼ିଆ ମହିଳା ଦ୍ରୌପଦୀ ମୁର୍ମୁ ବହୁ ଆଗରେ ଥିବାରୁ ଆଜି ନବରଙ୍ଗପୁର ସହର ଠାରେ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ଓ ଡାବୁଗାଁ ନିର୍ବାଚନ ମଣ୍ଡଳୀ ତରଫରୁ ବିଜୟ ଉତ୍ସବ ପାଳନ କରାଯାଇଥିଲା। ସ୍ଥ।ନୀୟ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ସଭାରେ ବିଜେଡି ନେତାମାନେ ଯୋଗ ଦେଇ ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ଅବସରରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ରାଜ୍ୟ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ବିଜୁ ମହିଳା ଜନତା ସଭାପତି ମଞ୍ଚୁଳା ମାଝୀ, ବରିଷ୍ଠ ବିଜେଡି ନେତା ନାରାୟଣ ପାତ୍ର, ନବରଙ୍ଗପୁର ନଗର ଉପାଧ୍ୟକ୍ଷା ସୌମ୍ୟା ମହାପାତ୍ର, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ନବରଙ୍ଗପୁର, କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ/ଉପାଧ୍ୟକ୍ଷା, ତେନ୍ତୁଳିଖୁଣ୍ଟି ଜୋନ୍- ୧ର ଜିଲ୍ଲା ପରିଷଦ ସଭ୍ୟା କୃଷ୍ଣା ମଞ୍ଜରୀ ବିଷୋୟୀ, ନନ୍ଦାହାଣ୍ଡି ଜୋନ୍ -୨ର ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର, ନବରଙ୍ଗପୁର ନଗରର ଓ୍ଵାର୍ଡ଼ର କାଉନସିଲର, ନବରଙ୍ଗପୁର ନଗର ସଭାପତି ପ୍ରମୋଦ ରଥ, ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ପ୍ରଫୁଲ୍ଲ ନାଗ, ନନ୍ଦାହାଣ୍ଡି ବ୍ଲକ ସଭାପତି ଦୟା ବିଷୋୟୀ, ପାପଡାହାଣ୍ଡି ବ୍ଲକ ସଭାପତି ବିଦ୍ୟା ମଲ୍ଲିକ, କୋଷାଗୁମୁଡା ବ୍ଲକ ସଭାପତି ପ୍ରଶାନ୍ତ ବକ୍ସି, କୋରାପୁଟ ଜୋନ୍ ଯୁବ ବିଜେଡି ସଭାପତି ତାପସ ତ୍ରିପାଠୀ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବା ବିଷୋୟୀ ଓ ବିଜୁ ଜନତା ଦଳର ବରିଷ୍ଠ ଓ ଯୁବ କାର୍ୟ୍ୟକର୍ତ୍ତାମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ।
Popular Categories



