ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ସ୍ଥାନୀୟ ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ ଠାରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି, ମାନପତ୍ର ପ୍ରଦାନ କରାଯାଇଥିଲା। ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଆୟୋଜିତ ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧକାରୀ ହଳଧର ନିଆଲ୍, ସମ୍ମାନିତ ଅତିଥି ଭାବେ ମଡେଲ ଡ଼ିଗ୍ରୀ କଲେଜର ଅଧ୍ୟାପକ ରାଜୀବ ଜାଲ୍, ବରିଷ୍ଠ ଆଇନଜୀବୀ ରାମ ପ୍ରସାଦ ପାତ୍ର, ଅଧ୍ୟାପିକା ସ୍ବପ୍ନା ମହାନ୍ତି, ଶିକ୍ଷୟତ୍ରୀ ପ୍ରଭାସିନୀ ମହାନ୍ତି, ଜାହ୍ନବୀ ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଜେମାମଣି ବିଷୋୟୀ ଯୋଗଦେଇ ଦିବସ ପାଳନର ତାତ୍ପର୍ୟ୍ୟ ଉପରେ ଆଲୋକପାତ କରିଥିଲେ ଏବଂ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି, ମାନପତ୍ର ପ୍ରଦାନ କରିଥିଲେ।
ଏହି ସବୁ କାର୍ୟ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ ପରିଚାଳନା କରିଥିଲେ ଏବଂ ପ୍ରତିଯୋଗିତାର ବିଚାରକ ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ବିଜୟ କୁମାର ମିଶ୍ର, କବି ବିଜୟ କୁମାର ଚୌଧରି, ଲେଖକ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ଜିଲ୍ଲା ସଂସ୍କୃତି ପରିଷଦ ପରିଚାରକ ଶ୍ୟାମ ସୁନ୍ଦର ପୁଝାରୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ କାର୍ୟ୍ୟାଳୟର ରାଜେନ୍ଦ୍ର ମାଝୀ, ନିଳକଣ୍ଠ ନାୟକ, ଏ ସନ୍ତୋଷ କୁମାର ପ୍ରମୁଖ ସହଯୋଗ କରିଥିଲେ।



