କରୋନାରେ ବାପା ମାଆଙ୍କୁ ହରାଇଥିବା ୫ପିଲା ପ୍ରଧାନମନ୍ତ୍ରୀ ସହାୟତା ଯୋଜନାରେ ସାମିଲ

ନବରଙ୍ଗପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଏନଆଇସି ବୈଠକ ଗୃହରେ ଜିଲ୍ଲାପାଳ ଡ଼ଃ. କମଳ ଲୋଚନ ମିଶ୍ର, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କ ଅ।ଭାଷୀ ବୈଠକରେ ଭାଗ ନେଇଥିଲେ। ଏହା ସହିତ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଦିବାକର ବାହୁକ, କିଶୋର ନ୍ୟାୟ ପରିଷଦ ସଦସ୍ୟ ସିଦ୍ଧାର୍ଥ ଶଙ୍କର ବେହେରା, ଆଇନ ପରିବୀକ୍ଷଣ ଅଧିକାରୀ କିଶୋର ଚନ୍ଦ୍ର ମାର୍ଥା, ଶିଶୁଅଧିକାରୀ( ଆନୁଷ୍ଠାନିକ ଯତ୍ନ ) କୁନିମୁନି ସ୍ଵାଇଁ ଏବଂ ପାଞ୍ଚ ଜଣ ଶିଶୁଙ୍କର ଅଭିଭାବକ ଏହି ବୈଠକରେ ଯୋଗଦାନ କରିଥିଲେ। ନବରଙ୍ଗପୁର ଜିଲ୍ଲାର ପାଞ୍ଚଜଣ ମାତୃପିତୃହୀନ ଶିଶୁ ଅନ୍ୟ ଏକ କୋଠରୀରେ ଭିଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିଥିଲେ। କୋଭିଡ ମହାମାରୀରେ ପିତା ମାତାଙ୍କୁ ହରାଇ ଅସହାୟ ହୋଇଥିବା ଶିଶୁମାନଙ୍କ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ଗତ ୨୯ ମାର୍ଚ୍ଚ, ୨୦୧୯ ମସିହାରେ ପରିକଳ୍ପନା କରାଯାଇଥିବା ପିଏମ କେୟାର୍ସ ଫଣ୍ଡର ଚିଲଡ୍ରେନ ସ୍କିମ ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ସେହି ଶିଶୁମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି, ଯେଉଁମାନଙ୍କର ପିତା ଓ ମାତା ଉଭୟ କରୋନାରେ ଆକ୍ରାନ୍ତ ହୋଇ ୧୧ ମାର୍ଚ୍ଚ , ୨୦୨୦ରୁ ୨୮ ଫେବୃଆରି୨୦୨୨ ମଧ୍ୟରେ ପ୍ରାଣ ହରାଇଛନ୍ତି। ପିତା ଓ ମାତାଙ୍କ ମଧ୍ୟରୁ କେହିଜଣେ କୋଭିଡ ଆଗରୁ ମୃତ୍ୟୁବରଣ କରିଥିଲେ, ଆଉ ଯେଉଁ ଜଣକ ବଞ୍ଚିଥିଲେ ସେ ଜଣକ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ କୋଭିଡରେ ମୃତ୍ୟୁ ବରଣ କରିଗଲେ। ପିତା ଓ ମାତା ଉଭୟ କୋଭିଡ ଆଗରୁ ମୃତ୍ୟୁ ବରଣ କରିଥିଲେ। ପିଲାମାନେ ସେମାନଙ୍କର କେହି ଜଣେ ଆତ୍ମୀୟ, ପୃଷ୍ଠପୋଷକ କିମ୍ବା ଆଇନ ସମ୍ମତ ଅଭିଭାବକଙ୍କ ପାଖରେ ଥିଲେ। ମାତ୍ର ସେ ଜଣକ ୧୧ ମାର୍ଚ୍ଚ ,୨୦୨୦ ରୁ ୨୮ ଫେବ୍ରୁଆରି,୨୦୨୨ ମଧ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଗଲା ପରେ ଶିଶୁଟିର ଯତ୍ନ ନେବାକୁ କେହି ରହିଲେ ନହିଁ । ଏହି ପ୍ରକାର ଶିଶୁମାନଙ୍କୁ ଥଇଥାନ ଓ ସେମାନଙ୍କ ଭବିଷ୍ୟତ ଗଢି ତୋଳିବାର ଲକ୍ଷ୍ୟ ନେଇ ଏହି ଯୋଜନା କରାଯାଇଛି । ଯାହାର ଫଳ ସ୍ୱରୂପ ଆଜି ଦେଶର ସମସ୍ତ ରାଜ୍ୟରୁ ସର୍ବ ମୋଟ ୪୩୪୫ ଜଣ ଶିଶୁ ଏହି ଯୋଜନାରେ ଉପକୃତ ହୋଇ ପାରିଛନ୍ତି। ନବରଙ୍ଗପୁର ଜିଲ୍ଲାରୁ ସମୁଦାୟ ୫ ଜଣ । ଯୋଜନାର ସୁବିଧା ସୁଯୋଗ ପାଇଛନ୍ତି ।

prayash

ଯୋଗ୍ୟ ପ୍ରତ୍ୟେକ ଶିଶୁ ନାମରେ ବୟସ ଅନୁସାରେ ପୋଷ୍ଟ ଅଫିସରେ ଜମା ରାଶି ଯାହାକି ୧୮ ବର୍ଷ ବୟସ ବେଳକୁ ତାହା ୧୦ ଲକ୍ଷ ଟଙ୍କା ହେବ। ତାହା ଯୁଗ୍ମ ଭାବେ ଜିଲ୍ଲାପାଳ ଓ ଶିଶୁ ନାମରେ ପରିଚାଳିତ ହେବ । ୧୮ ବର୍ଷ ରୁ ୨୩ ବର୍ଷ ପର୍ୟ୍ୟନ୍ତ ଏହି ଟଙ୍କାର ସୁଧ ପିଲାର ବ୍ୟକ୍ତିଗତ ଆବଶ୍ୟକତା ପୂରଣ ପାଇଁ ମାସକୁ ମାସ ନିଜ ଖାତାକୁ ପଠାଯିବ । ୨୩ ବର୍ଷ ପୂରଣ ହେବା ପରେ ମୂଳ ୧୦ ଲକ୍ଷ ଟଙ୍କା ପିଲାଟି ସ୍ଵାଧୀନ ଓ ଦାୟିତ୍ଵବାନ ଭାବେ ମାଲିକାନା ପ୍ରାପ୍ତ ହେବ । ନବରଙ୍ଗପୁର ଜିଲ୍ଲା କ୍ଷେତ୍ରରେ ୩ ଟି ପରିବାର ରୁ୫ ଜଣ ପିଲା ଯୋଗ୍ୟ ବିବେଚିତ ହୋଇ ବୟସାନୁସାରେ ୧ମ ପିଲା ନାମରେ। ୫,୧୭,୨୪୦/-,୨ୟ ପିଲା ନାମରେ – ୯,୨୯,୩୭୦/-,୩ୟ ପିଲା ନାମରେ- ୯,୨୯,୩୭୦/- ,୪ର୍ଥ ପିଲା ନାମରେ – ୮,୦୨,୭୨୦/-, ଓ ୫ମ ପିଲା ନାମରେ- ୯,୨୯,୩୭୦/-ସ୍ଥାନୀୟ ପୋଷ୍ଟ ଅଫିସ ଜମା ଖାତାରେ ବନ୍ଧା ଯାଇ ସାରିଛି। ଉକ୍ତ ୫ ଜଣ ଶିଶୁଙ୍କ ମଧ୍ୟରୁ ୪ ଜଣ ଝିଅ ଓ ଜଣେ ପୁଅ ପିଲା। ପରିବାର ପିଛା ୫୦,୦୦୦ ଏକ୍ସ ଗ୍ରାସିଆ ଦିଆ ସରିଛି । ଉଚ୍ଚ ଶିକ୍ଷା ପାଇଁ ଋଣ ସହାୟତା ଯାହାର ସୁଧ ପିଏମ କେର୍ସ ବହନ କରିବ ରହିବା ଓ ବଞ୍ଚିବା ପାଇଁ ସହାୟତା, ଜୀବିତ ଥିବା ଆତ୍ମୀୟମାନଙ୍କ ପାଖରେ ଶିଶୁ ମାନଙ୍କର ଥଇଥାନ ବ୍ୟବସ୍ଥା କରାଯାଇଛି । ଶିଶୁ ସୁରକ୍ଷା ଯୋଜନାରେ ପ୍ରତ୍ୟେକ ଶିଶୁମାନଙ୍କୁ ମାସିକ ୨୦୦୦/- ସ୍ପୋନ୍ସରସିପ ସହାୟତା ଦିଆ ଯାଉଛି ଓ ତାହା ଅପ୍ରେଲ ମାସରୁ ପିଛିଲା ଭାବେ ମାସକୁ ୪୦୦୦/- ଟଙ୍କା କରି ଦିଆଯିବ। ରାଜ୍ୟ ସରକାରଙ୍କ ତରଫରୁ ଆଶୀର୍ବାଦ ଯୋଜନାରେ ପ୍ରତ୍ୟେକ ଶିଶୁମାନଙ୍କୁ ମାସିକ ୨୫୦୦/- ଦିଆଯାଉଛି ତାହା ଶିଶୁଟିକୁ ୧୮ ବର୍ଷ ପୂରଣ କରିବା ପର୍ୟ୍ୟନ୍ତ ଦିଆଯିବ। ସ୍କୁଲ ଶିକ୍ଷା ପାଇଁ ସହାୟତା ପାଇଁ ନିକଟସ୍ଥ କେନ୍ଦ୍ରିୟ ବିଦ୍ୟାଳୟରେ ଦିବାଧ୍ୟାୟୀ ଭାବେ ନିଶୁଳ୍କ ଶିକ୍ଷା ତଥା ମାଗଣାରେ ବିଦ୍ୟାଳୟ ପୋଷାକ, ବହି ଓ ଖାତା ପତ୍ର ସୁବିଧା ଦିଆଯାଉଛି। ନବୋଦୟ ବିଦ୍ୟାଳୟ,କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ନିଶୁଳ୍କ ଶିକ୍ଷା ସୁବିଧା ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ୟ୍ୟନ୍ତ ବର୍ଷକୁ ୨୦,୦୦୦ ଟଙ୍କା ଶିକ୍ଷା ସହାୟତା ପ୍ରତ୍ୟେକ ପିଲା ପାଇଁ ଆଜି ଘୋଷଣା ହେଲା ୪ ବେସରକାରୀ ବିଦ୍ୟାଳୟରେ ଆର.ଟି.ଇ ଆକ୍ଟ ଅନୁସାରେ ପଢି ପାରିବେ । ଖର୍ଚ/ଫିସ ପିଏମ କେର୍ସ ବହନ କରିବ । ଉଚ୍ଚ ଶିକ୍ଷା ନିମନ୍ତେ ସହାୟତା ପାଇଁଯୋଗ୍ୟ ପ୍ରତ୍ୟେକ ଶିଶୁକୁ ସ୍ଵନାଥ ସ୍କଲାର୍ସିପ- ବର୍ଷକୁ ୫୦ ହଜାରର ଅତିରିକ୍ତ ସହାୟତା ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ଦକ୍ଷତା ତାଲିମ ପାଇଁ କର୍ମ ସ୍କଲାର୍ସିପ ଯୋଗ୍ୟ ପ୍ରତ୍ୟେକ ଶିଶୁକୁ ଶିକ୍ଷା ଋଣ। ସୁଧ ପିଏମ କେୟାର୍ସ ବହନ କରିବ/ସ୍ଵାସ୍ଥ୍ୟ ବୀମାରେ ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ପ୍ରତ୍ୟେକ ଯୋଗ୍ୟ ଶିଶୁ ବାର୍ଷିକ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା । ଜିଲ୍ଲାର ୫ ଜଣ ଯାକ ଶିଶୁଙ୍କୁ ଆଜି ସ୍ୱାସ୍ଥ୍ୟ ବୀମା କାର୍ଡ ପୋଷ୍ଟ ଅଫିସ ଜମା ଖାତା, ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ସାର୍ଟିଫିକେଟ ଓ ସ୍ନେହ ପତ୍ର (ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ଚିଠି) ପ୍ରଦାନ କରାଗଲା। ସେହିପରି ରାଜ୍ୟ ସରକାରଙ୍କ ତରଫରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ । ବୈଠକ ଶେଷରେ ପାଞ୍ଚଜଣ ଶିଶୁଙ୍କୁ ଆୟୁଷ୍ମାନ ଆରୋଗ୍ୟ ସ୍ଵାସ୍ଥ୍ୟବୀମା କାର୍ଡ, ପିଏମ କେୟାର୍ସ ପାସ ବୁକ, ପିଏମ କେୟାର୍ସ ସାର୍ଟିଫିକେଟ, ପ୍ରଧାନମନ୍ତ୍ରୀଙ୍କ ପତ୍ର ସହ ସ୍କୁଲ ବ୍ୟାଗ ପ୍ରଦାନ କରଯାଇଥିଲା।

 

kalyan agarbati

Comments are closed.