ଇଭିଏମ ମେସିନ ଅଦଳ ବଦଳ ଆଶଙ୍କା, ଷ୍ଟ୍ରଙ୍ଗରୁମ ଜଗିଲେ ବିଜେପି ନେତା

ନବରଙ୍ଗପୁର: ନବରଙ୍ଗପୁର ପୌର ପରିଷଦର ନିର୍ବାଚନ ପରେ ଇଭିଏମ ମେସିନ ରଖିଥିବା ଆରସିଡି ହାଇସ୍କୁଲ ପରିସରର ଷ୍ଟ୍ରଙ୍ଗରୁମ ଆଗରେ ଦିନ ରାତ୍ରୀ ଜଗିରହିଛନ୍ତି ଭାରତୀୟ ଜନତାପାର୍ଟି (ବିଜେପି )ନେତା। ରାଜ୍ୟ ସରକାର ତଥା ଜିଲାପ୍ରଶାସନ କାଳେ ଇଭିଏମ ମେସିନକୁ ଅଦଳ ବଦଳ କରିବେ ଏହି ଆଶଙ୍କାରେ ବିଜେପି ନେତା ଜଗିରହିଥିବା କହିଛନ୍ତି। ଗୁରୁବାର ପୌର ନିର୍ବାଚନ ସରିବା ପରଠାରୁ ଶୁକ୍ରବାର ରାତି ଓ ଶନିବାର ଭୋଟ ଗଣତି ପର୍ଯ୍ୟନ୍ତ ଏଠାରେ ସେମାନେ ଜଗିରହିବେ ବୋଲି ପ୍ରକାଶ କରିଛନ୍ତି। ଜିଲା ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାଶ କହିଛନ୍ତି ଯେ, ସହରବାସୀ ବିଜେପିକୁ ଭୋଟ ଦେଇଛନ୍ତି। ଏଠାରେ ପୁଲିସକୁ ବିଶ୍ୱାସ ନାହିଁ। ବିଜେଡିର ଇସାରାରେ କାମ କରୁଛନ୍ତି। ନିର୍ବାଚନ ବେଳେ ବିଜେଡି ଟଙ୍କା ବାଣ୍ଟିବା ବେଳେ ସହଯୋଗ କରିଛନ୍ତି। ତେଣୁ ଆମେ ଜଗିବାକୁ ବାଧ୍ୟ ହୋଇଛୁ। ସେହିପରି ବିଜେପି ପୌରାଧ୍ୟକ୍ଷ ପ୍ରାଥୀ କୁନୁ ନାୟକ କହିବା ଅନୁଯାୟୀ ବିଗତ ସାଧାରଣ ନିର୍ବାଚନରେ ଏଠାରେ ଇଭିଏମ ମେସିନକୁ ଅବଦବଦଳ କରାଯାଇଥିବା ଚର୍ଚ୍ଚା ହୋଇଥିଲା। ତେଣୁ ପ୍ରଶାସନ ଉପରେ ଭରସା ନକରି ଆମେ ଏଠାରେ ଦିନରାତ୍ରି ଜଗି ରହିଛୁ। ଅନ୍ୟପକ୍ଷରେ ବିଜୁଜନତାଦଳର ଜିଲା ସଭାପତି ତଥା ସାଂସଦ ରମେଶ ଚନ୍ଦ୍ର ମାଝୀ ବିଜେପିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ଅପରପକ୍ଷରେ ଶାସକ ବିଜେଡି ଏଠାରେ ଜଗିବା ଉଚିତ ମନେ କରୁନାହାନ୍ତି ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ ପ୍ରକାଶ କରିଛନ୍ତି।

Comments are closed.