୫ଟି ଉଚ୍ଚବିଦ୍ୟାଳୟରେ ଜମିପଟ୍ଟା ବଣ୍ଟନ କଲେ ଜିଲାପାଳ

ନବରଙ୍ଗପୁର: ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ପାଇଁ ନିର୍ଦେଶ ପ୍ରକାରେ ଜିଲାପ୍ରଶାସନ ପକ୍ଷରୁ ଜିଲାପାଳ ଡ.କମଳ ଲୋଚନ ମିଶ୍ର ୫ଟି’ ଅନ୍ତର୍ଗତ ଜିଲାର ୫ଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଜମିପଟ୍ଟା ପ୍ରଦାନ କରିଛନ୍ତି। ଜିଲାପାଳଙ୍କର ଆବାସିକ କାର୍ଯ୍ୟାଳୟରେ ଜିଲାପାଳ ଡ.ମିଶ୍ର ରାଜା ଚୈତନ୍ୟ ଦେବ ଉଚ୍ଚ ବିଦ୍ୟାଳୟ , ନବରଙ୍ଗପୁର, ପୈାର ପାଳିକା ଉଚ୍ଚ ବିଦ୍ୟାଳୟ. ନବରଙ୍ଗପୁର ,ୟୁଜି ହାଇସ୍କୁଲ ଭାଟି ଗାଁ, ରାଜୀବ ଗାନ୍ଧୀ ଉଚ୍ଚ ବିଦ୍ୟାଳୟ, ଜବାଗୁଡା ଓ ମହାଭୈରବୀ ଉଚ୍ଚ ବିଦ୍ୟାଳୟ, ତଣ୍ଡାର ପ୍ରଧାନ ଶିକ୍ଷକମାନଙ୍କୁ ବିଦ୍ୟାଳୟର ନିଜସ୍ୱ ଜମିପଟ୍ଟା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ ନାଗ ଓ ତହସିଲଦାର ରବୀନ୍ଦ୍ର କୁମାର ରାଉତ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲାପାଳ ଡଃ.ମିଶ୍ର ଜିଲାର ସମସ୍ତ ବିଦ୍ୟାଳୟର ନିଜସ୍ୱ ଜମି ପଟ୍ଟା ଦିଆଯିବ ବୋଲି କହିଥିଲେ। ପ୍ରବାଦ ପୁରୁଷ ବିଜୁବାବୁଙ୍କର ଜନ୍ମ ଦିବସ ଅବସରରେ ଏହା ଶୁଭାରମ୍ଭ କରାଯାଇଛି। ଖୁବ ଶୀଘ୍ର ସମସ୍ତ ବିଦ୍ୟାଳୟର ଜମି ପଟ୍ଟା ପ୍ରସ୍ତୂୁତ କରାଯାଇ ହସ୍ତାନ୍ତର କରାଯିବ ବୋଲି କହିଥିଲେ।

kalyan agarbati

Comments are closed.