ବାଲ୍ୟ ବିବାହକୁ ରୋକିଲା ଜିଲା ପ୍ରଶାସନ, ଅଧା ବାଟରୁ ଫେରିଗଲା ବର

ନବରଙ୍ଗପୁର: ଡାବୁଗାଁ ବ୍ଲକର ହୁଣ୍ଡାରଗୁଡା ଗାଁର କେଶବ ମେହେରଙ୍କର ୧୪ ବର୍ଷର ନାବାଳିକା ଝିଅ ସହିତ ଝରିଗାଁ ବ୍ଲକ ଚିକଲି ମେହେରସାହି ନିବାସୀ ବାସୁଦେବ ମେହରଙ୍କ ୧୬ ବର୍ଷର ନାବାଳକ ପୁଅ ସହିତ ବିବାହ ସ୍ଥିର ହୋଇଥିଲା। ବରଯାତ୍ରୀ ସଜବାଜ ସମୟରେ ଖବର ପାଇ ସିଡ଼ିପିଓ ଯମୁନା ଭତ୍ରା, ଡ଼ାବୁଗାଁ ଥାନା ଅଧିକାରୀ ଅଭିମନ୍ୟୁ ଦୁର୍ଗା, ଚାଇଲଡ଼ ଲାଇନ ଜିଲା ସଂଯୋଜକ ରବୀନ୍ଦ୍ର ପ୍ରଧାନ ଓ ବିକାଶ ମହାପାତ୍ର ସମ୍ପୃକ୍ତ ଗାଁକୁ ଯାଇ ବାଲ୍ୟ ବିବାହକୁ ବନ୍ଦ କରିଥିଲେ। ଉଭୟ ପରିବାର ସହ ଆଲୋଚନା କରି ନାବାଳକ ବିବାହର କୁପରିଣତି ବିଷୟରେ ଆଲୋଚନା କରିଥିଲେ। ବିବାହ ଭୋଜିରେ ଆସିଥିବା ଲୋକଙ୍କୁ ସଚେତନ କରିଥିଲେ। ବରଯାତ୍ରୀ ଝିଅ ଘରକୁ ଆସିବା ପୂର୍ବରୁ ସୂଚନା ପାଇ ଫେରିଗଲେ। ଝିଅ ଘର ପାଖରୁ ଲିଖିତ ପ୍ରତିଶୃତି ଦେଇଥିଲେ। ବିବାହ ଯୋଗ୍ୟ ବୟସ ହେଲେ ବିବାହ କରାଇବେ ବୋଲି ଝିଅ ଘର ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହାସହିତ ୨୦୦୬ ମସିହା ବାଲ୍ୟ ବିବାହ ଆଇନକୁ ସମ​‌େ​ସ୍ତ ମାନିବା ପାଇଁ ସଚେତନ କରାଯାଇଥିଲା ଅନ୍ୟଥା ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି କୁହାଯାଇଥିଲା।

kalyan agarbati

Comments are closed.