www.samajalive.in
Sunday, December 7, 2025
26.1 C
Bhubaneswar

ଏମିତି ଚାଲିଛି ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା, ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ କାମତା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଡାକ୍ତର ଓ କର୍ମଚାରୀ ଅଭାବରୁ ବିପର୍ଯ୍ୟସ୍ତ ହୋଇ ପଡିଛି ସ୍ୱାସ୍ଥ୍ୟ ସେବା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ କାମତା ଗ୍ରାମରେ। ଆଜକୁ ଦୁଇ ବର୍ଷରୁ ଊର୍ଦ୍ଧ୍ବ ହେବ କାମତା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି। ଯଦ୍ୱାରା କି ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇ ପଡିଛନ୍ତି। ଏଥିପ୍ରତି ସ୍ୱାସ୍ଥ୍ୟ ବିଭାଗର ଦରଦ ନ ଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ୨୦୦୨ ମସିହାରେ କାମତା ଗ୍ରାମରେ ଉପ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ସେଠାରେ ଜଣେ ଏଏନଏମ ନିଯୁକ୍ତି ଦିଆଯାଇ କାମତା ପଂଚାୟତ ଏବଂ ଅମଲାଭଟ୍ଟା ପଂଚାୟତର କୃଷ୍ଣ ଗୁଡା ଏବଂ ନିଲଗୁଣ୍ଡି ଗ୍ରାମର ଲୋକେ ସ୍ୱାସ୍ଥ୍ୟ ସେବା ପାଇ ଆସୁଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଆଜକୁ ୨ବର୍ଷରୁ ଊର୍ଦ୍ଧ୍ବ ହେବ କର୍ମଚାରୀ ଅଭାବରୁ ଆଜି ପର୍ୟ୍ୟନ୍ତ ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଛି। କରୋନା ପରି ମହାମାରୀରେ ମଧ୍ୟ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଯୋଗୁଁ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ତେନ୍ତୁଳୀଖୁଣ୍ଟି ମେଡିକାଲ ଇନଚାର୍ଜ ଡ଼ଃ ସମଲାଇ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ସେ କହିବା ଅନୁଯାଇ ସେ ୨୦୧୮ରେ ଏଠାରେ ନିଯୁକ୍ତି ନେବା ପୂର୍ବରୁ ସେଠାରେ ଜଣେ ଏଏନଏମ ଦିଦି ଇନ୍ଦ୍ରାବତୀରେ ରହି ବିନା ଛୁଟିରେ କାର୍ୟ୍ୟରେ ଯୋଗ ଦେଉନଥିବା ଯୋଗୁଁ ତାଙ୍କର ବଦଲି ହୋଇଯାଇଥିଲା। ମୁଁ ଆସିବା ଦିନଠୁଁ ସେଠାରେ କେହି ଷ୍ଟାଫ ନଥିବାରୁ ସେଠାରେ ତାଲା ଝୁଲୁଥିବା ସ୍ୱୀକାର କରିବା ସହ ମଝି ମଝିରେ ଇମୁନାଇଜେସନ ପାଇଁ ଷ୍ଟାଫ ଯାଉଥିବା କହିଥିଲେ।

- Advertisement -

ଏ ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶୋଭା ରାଣୀ ମିଶ୍ରଙ୍କୁ ପଚାରିବାରୁ ସେ କାମତା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡିବା କଥା ଜାଣି ନଥିବା ବେଳେ ସେଠାରେ ଷ୍ଟାଫ ନଥିବା ଜାଣିଛନ୍ତି ଏବଂ ଆସନ୍ତା କାଲି ତାଲା ପଡିବା ବିଷୟରେ ତଦାରଖ କରି କହିବି ବୋଲି କହିଥିଲେ। ଏପଟେ କରୋନା ପରି ମହାମାରୀ ସମୟରେ ସ୍ଥାନୀୟ ୨ଗୋଟି ପଂଚାୟତର ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ପଡ଼ିଥିବା ବେଳେ ଏଠାରୁ ୧୪ କିମି ଦୂର ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭରସା ରଖି ଜରୁରୀ ସମୟରେ ଜଙ୍ଗଲ ରାସ୍ତା ଦେଇ ବିପଦପୂର୍ଣ୍ଣ ଅବସ୍ଥାରେ ପାପଡାହାଣ୍ଡି ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ନବରଙ୍ଗପୁର ଯିବାକୁ ହେଲେ ୨୦ କିମି ଯିବାକୁ ପଡୁଛି ବୋଲି କହିବା ସହ ଗର୍ଭବତୀ ମହିଳାମାନେ ବିଭିନ୍ନ ସମୟରେ ଜୀବନକୁ ବାଜି ଲଗାଇ ଅନ୍ୟତ୍ର ଯାଉଥିବା କହିଛନ୍ତି ଗ୍ରାମର ମାଧବ ଯାନୀ, ହରିହର ବେପାରୀ, ସରୋଜ ଖୁରା, ଟଙ୍କଧର ସୁନା, ନୂତନ ବେପାରୀ, ସୁରଜ ଖୁରା, ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି ପ୍ରମୁଖ । ତାଙ୍କ କହିବା ଅନୁଯାଇ ଯାହାବି ହେଲେ ଗ୍ରାମର ଏକ ମାତ୍ର ଆଶା ଦିଦି ଭରସାରେ ସ୍ୱାସ୍ଥ୍ୟ ସେବା ଚାଲିଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ । ବାରମ୍ବାର ଅଭିଯୋଗ ପରେ ବି ସ୍ଥାନୀୟ ନେତା କିମ୍ବା ପ୍ରଶାସନ ଶୁଣୁନଥିବା ଅଭିଯୋଗ କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଆଉ କେତେଦିନ କାମତା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲିବ ତାହା ଦେଖିବାକୁ ବାକି ରହିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories