www.samajalive.in
Monday, December 15, 2025
15.1 C
Bhubaneswar

ନବରଙ୍ଗପୁର ଜିଲାସ୍ତରୀୟ ନୋଡାଲ ବୈଠକ, ସ୍ଥାୟୀ ହେଲିପଡ଼ ନିର୍ମାଣ ଉପର ଗୁରୁତ୍ୱ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ଡକ୍ତର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବରଙ୍ଗପୁର ଜିଲ୍ଲାରେ ସରକାର ଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ ଓ ବିକାଶ ମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏଥିରେ ନବରଙ୍ଗପୁର ସଦରମକୁମାଠାରେ ଏକ ସ୍ଥାୟୀ ହେଲି ପ୍ୟାଡ଼ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଅର୍ଥ ମଞ୍ଜୁର କରିଥିବା ଜିଲ୍ଲାପାଳ ଗୃହରେ ଜଣାଇବା ସହିତ, ନିର୍ବାହୀ ଯନ୍ତ୍ରୀ, ଗୃହ ନିର୍ମାଣ ବିଭାଗ ନବରଙ୍ଗପୁରଙ୍କୁ କ୍ଷେତ୍ର ପରିଦର୍ଶନ କରି ତୁରନ୍ତ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହିପରି ନବରଙ୍ଗପୁର ପିଡବ୍ଲୁଡ଼ି ବଙ୍ଗଳା ଠାରୁ ଜିଲ୍ଲା ପୋଲିସ ରିଜର୍ଭ ଅଫିସ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟର ବହୁତ ବିଳମ୍ବ ଯୋଗୁଁ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତୁରନ୍ତ ଶେଷ କରିବା ପାଇଁ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ।

ରାୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଭାରତମାଳା ନବରଙ୍ଗପୁର ଜିଲ୍ଲା ଦେଇ ଯାଇଥିବା ପ୍ରୋଜେକ୍ଟର ଭୁଅର୍ଜନ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଅନୁରୋଧ କରିଥିଲେ। ଚଳିତ ଗ୍ରୀଷ୍ମ ଋତୁରେ କିଭଳି ଲୋକମାନେ ପିଇବା ପାଣି ସୁବିଧାରେ ପାଇପାରିବେ, ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେବା ସହିତ ଯେଉଁ ମାନେ ସରକାରୀ କାର୍ଯ୍ୟରେ ଅବହେଳା କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଵିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ।

- Advertisement -

ଏହି ବୈଠକରେ ନୋଡାଲ ଅଧିକାରୀ, ପିଡି ଡିଆରଡିଏ ରମାକାନ୍ତ ନାୟକ, ଉପ ଜିଲ୍ଲାପାଳ ଭାସ୍କର ରୋଇତ, ଏପିଡ଼ି ଡିଆରଡିଏ ରତ୍ନାକର ସାହୁ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ମୌସୁମୀ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ ପଟନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ, ପବିତ୍ର ମୋହନ ପ୍ରଧାନ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଶିଶିର କୁମାର ପାଣି, ଜିଲ୍ଲା ଶ୍ରମ ଅଧିକାରୀ, ନରେନ୍ଦ୍ର କୁମାର ଗାଇପାଇ, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଜଳଯୋଗାଣ, ଅମରେନ୍ଦ୍ର ପାଢ଼ୀ, ଜିଲ୍ଲା ନିୟୋଜନ ଅଧିକାରୀ, ତତ୍ତ୍ୱମସି ମହାପାତ୍ରଙ୍କ ବ୍ୟତୀତ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଚୌଧୁରୀ ଶୋଭାରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, ନିମାଇ ଚରଣ ସୁତାର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମେହେରୁ ମିଶା ବେଗମ, ଜିଲ୍ଲା ଶିକ୍ଷା ଅଧିକାରୀ, ଚନ୍ଦ୍ରଶେଖର ପାଣିଗ୍ରାହୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଞ୍ଚାନନ ପଣ୍ଡାଙ୍କ ସହିତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories