www.samajalive.in
Sunday, December 14, 2025
19.1 C
Bhubaneswar

ଠେକୁଆ ଧରିବାକୁ ୧୧କେଭି ତାର ବିଛାଇ ଜେଲ ଗଲେ ୨ ଯୁବକ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଖୁଟଵାଇ ପଞ୍ଚାୟତ ସାନଦାମାପାଲା କାଜୁବାଡ ନିକଟରେ ୨ ଜଣ ଯୁବକ ଠେକୁଆ ଧରିବାକୁ ୧୧ କେଭି ବିଦ୍ୟୁତ ତାର ବିଛାଇ ଗ୍ରାମବାସୀଙ୍କ ଦ୍ୱାରା ଧରାପଡ଼ିବା ପରେ ପୋଲିସକୁ ଖବର ଦେବାପରେ ପୋଲିସ ସମ୍ପୃକ୍ତ ୨ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ମିଳିଥିବା ସୂଚନା ମୁତାବକ ନଵରଂଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ ଖୁଟବାଇ ପଞ୍ଚାୟତର ବଡଦାମାପାଲା ଗ୍ରାମର ପୂର୍ବତନ ସମିତି ସଭ୍ୟ ସୁସାନ୍ତ ହରିଜନ ନାମକ ଜଣେ ଯୁବକ ଖଡ଼ିବାଲ ଗ୍ରାମ ନିକଟରେ ଥିବା ତାର ନିଜର ନୀଳଗିରି ବାଡ଼ି କୁ ସନ୍ଧ୍ୟା ୫ ଘଣ୍ଟା ସମୟରେ ନୀଳଗିରି ଗଛ ଗୁଡିକର ତଦାରଖ କରିବାକୁ ଯାଇ ରାତ୍ର ୭ ଘଣ୍ଟା ସମୟରେ ନିଜ ଗ୍ରାମକୁ ଫେରିବା ସମୟରେ ଦାମାପାଲା ଯିବା ରାସ୍ତା ପାର୍ଶ୍ୱରେ ଥିବା ୧୧ କେଭି ବିଦ୍ୟୁତ ପୋଲରୁ ବିଦ୍ୟୁତ ସଂଯୋଗ କରି ରାସ୍ତା ଆରପଟକୁ ଲମ୍ବାଈ ଥିବା ଦେଖି ବାଇକର ବ୍ରେକ ମାରି ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଖବର ପାଇ ଦlମାପାଲା ଗ୍ରାମବାସି ଘଟଣା ସ୍ଥଳରେ ପହଂଚି ବିଦ୍ୟୁତ ବିଭାଗ ଯନ୍ତ୍ରୀଙ୍କୁ ଖବର ଦେବାପରେ ସେମାନେ ଲାଇନକୁ ବ୍ରେକ ଡାଉନ କରିଥିଲେ। ପରେ ଗ୍ରାମବାସୀ କାଲି ରାତ୍ରରେ ଏକ ବୈଠକ କରି କୌଣସି ବ୍ୟକ୍ତି ପୂର୍ବ ରାଜନୈତିକ ଶତ୍ରୁତା ଯୋଗୁଁ ପୂର୍ବତନ ସମିତି ସଭ୍ୟ ଆସିବା ବାଟରେ ଜୀବନରେ ମାରିଦେବାକୁ ଯୋଜନା କରିଥିବା ନେଇ ରାତ୍ରରେ ହିଁ କୋଡୀଙ୍ଗା ଥାନାରେ ପୂର୍ବତନ ସମିତି ସଭ୍ୟ ଏତଲା ଦେଇଥିଲେ। ଏନେଇ ସକାଳେ ଗ୍ରାମବାସୀ ତନାଘନା କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା। ଖାଡିବାଲ ଗ୍ରାମର ରତନ ଗୋଉଡ ଓ ଗୋଙ୍ଗାଧର ଜାନି ନାମକ ଦୁଇ ଜଣ ବ୍ୟକ୍ତି ଠେକୁଆ ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ଜାଣିବାକୁ ପାଇବା ପରେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତଦନ୍ତ କାରି ଅଧିକାରୀ ପ୍ରଶାନ୍ତ କୁମାର ସେଠି ପ୍ରକାଶ କରିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories